ଲମ୍ବା କେଶ ପାଇଁ ୱାର୍ଲଡ୍‌ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଲମ୍ବା କେଶ ପାଇଁ ୱାର୍ଲଡ୍‌ ରେକର୍ଡ

ନୂଆଦିଲ୍ଲୀ: ଗୁଜରାଟ୍‌ର ୧୬ ବର୍ଷ ବୟସର ଝିଅ ନୀଲାଂଶି ପଟେଲ୍‌ ଏବେ ଚର୍ଚ୍ଚାରେ। ସେ ନିଜ ଲମ୍ବା କେଶ ପାଇଁ ଗିନିସ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଟିନ୍‌ ଏଜର୍‌ କ୍ୟାଟାଗୋରୀରେ ତାଙ୍କୁ ଏହି ସମ୍ମାନ ମିଳିଛି। ଏହି କ୍ୟାଟାଗୋରୀରେ ନୀଲାଂଶିଙ୍କ ୫ ଫୁଟ୍‌ ୭ ଇଞ୍ଚ ଲମ୍ବାର କେଶ ସବୁଠୁ ଲମ୍ବା ବୋଲି ପ୍ରମାଣିତ ହୋଇଛି।

ଗୁଜରାଟର ମୋଡାସାରେ ରହୁଥିବା ନୀଲାଂଶି ପଟେଲ୍‌ଙ୍କୁ ତାଙ୍କ ସାଙ୍ଗମାନେ ‘ରାପଞ୍ଜେଲ୍‌’ ବୋଲି ଡାକନ୍ତି। ସୂଚନା ଅନୁଯାୟୀ, ୨୦୧୮ ଆରମ୍ଭରେ ଏହି ବର୍ଗରେ ସବୁଠୁ ଅଧିକ ଲମ୍ବା କେଶ ଆର୍ଜେଣ୍ଟିନାଆର ଆବ୍ରିଲ୍‌ ଲରେନ୍‌ଡଟିଙ୍କ ପାଖରେ ଥିଲା। ଏହାପରେ ଏହି ରେକର୍ଡକୁ ୧୭ବର୍ଷୀୟା କିଟୋ କୱାହରା ଭାଙ୍ଗିଥିଲେ। ବର୍ଷ ଶେଷରେ ନୀଲାଂଶି ଏହି ସମସ୍ତ ରେକର୍ଡକୁ ଭାଙ୍ଗି ନିଜ ରେକର୍ଡ ପ୍ରତିଷ୍ଠା କରିଛନ୍ତି।

ନୀଲାଂଶିଙ୍କ ବାପାଙ୍କ କହିବା ଅନୁଯାୟୀ, ନୀଲାଂଶିଙ୍କୁ ଏପରି ରେକର୍ଡ କରିବାର ଆଇଡିଆ ଗୋଆରୁ ମିଳିଥିଲା। ଯେତେବେଳେ ସେ ସେଠାକୁ ବୁଲିବାକୁ ଯାଇଥିଲେ, ସେତେବେଳେ ତାଙ୍କ ଲମ୍ବା କେଶ ଦେଖି ବିଦେଶୀ ପର୍ଯ୍ୟଟକ ନୀଲାଂଶିଙ୍କ ସହ ଫଟୋ ଉଠାଇବା ପାଇଁ ଚାଲି ଆସିଥିଲେ। ଏହା ପରେ ସେ ଘରକୁ ଆସି ଲମ୍ବା କେଶ ପାଇଁ ଥିବା ରେକର୍ଡ ସର୍ଚ୍ଚ କରିଥିଲେ ଏବଂ ସେହି ଅନୁସାରେ ପ୍ରସ୍ତୁତି ବି କରି ଦେଇଥିଲେ।

ନୀଲାଂଶିଙ୍କ ମା’ଙ୍କ କହିଛନ୍ଚି ଯେ ସୁସ୍ଥ କେଶ ପାଇଁ ନୀଲାଂଶି ସେପରି ବିଶେଷ କିଛି କରେନି। କେମିକାଲ୍‌ ପ୍ରସାଧନ ସାମଗ୍ରୀଠୁ ଦୂରେଇ ରୁହେ ଏବଂ ସପ୍ତାହକୁ ଥରେ କେଶ ଧୋଇ ଭଲ ଭାବେ ତେଲ ଲଗାଏ।



from Odisha Reporter http://bit.ly/2Ah6eom

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages