କୋଲକାତା ମେଟ୍ରୋ ଟ୍ରେନ୍‌ରେ ଭୟଙ୍କର ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

କୋଲକାତା ମେଟ୍ରୋ ଟ୍ରେନ୍‌ରେ ଭୟଙ୍କର ନିଆଁ

କୋଲକାତା: ଚଳନ୍ତା ମେଟ୍ରୋ ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୦ରୁ ଅଧିକ ଲୋକ ଆହତ କିମ୍ବା ଅସୁସ୍ଥ ହୋଇଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୋଲକାତାର ରବୀନ୍ଦ୍ର ସଦନଠାରୁ ମୈଦାନ ଷ୍ଟେସନ ମଧ୍ୟରେ ଚଳାଚଳ କରୁଥିବା ମେଟ୍ରୋ ଟ୍ରେନ୍‌ର ପ୍ରଥମ କୋଚରେ ପ୍ରଥମେ ଅଗ୍ନିକାଣ୍ଡ ଘଟି ଧୂଆଁ ବାହାରିଥିଲା।

ନିଆଁ ଦେଖି ଲୋକମାନେ ଟ୍ରେନ୍‌ର ଝରକା ଭାଙ୍ଗି ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ। ଫଳରେ ଷ୍ଟେସନ୍‌ରେ ଦଳାଚକଟା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଧୂଆଁ ଏବଂ ନିଆଁ ଯୋଗୁ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ଦଳଚକଟାରେ ୧୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ। ତେବେ ନିଆଁ ଲାଗିବାର କାରଣ ଏଯାଏ ଜଣାପଡ଼ିନାହିଁ। ଶେଷ ଖବର ସୁଦ୍ଧା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଛି।



from Odisha Reporter http://bit.ly/2Sn1a8T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages