ରାଜସ୍ଥାନର ୧୯୯ ବିଧାୟକଙ୍କ ମଧ୍ୟରୁ ୧୫୮ କୋଟିପତି, ୫୯ ବିଧାୟକ ୫ମ ପାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ରାଜସ୍ଥାନର ୧୯୯ ବିଧାୟକଙ୍କ ମଧ୍ୟରୁ ୧୫୮ କୋଟିପତି, ୫୯ ବିଧାୟକ ୫ମ ପାସ

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ କରିଛି। ବିଧାନସଭାର ୧୯୯ଟି ଆସନରୁ କଂଗ୍ରେସ ମେଣ୍ଟ ୧୦୦, ବିଜେପି ୭୩, ବିଏସିପି ୬ ଓ ଅନ୍ୟାନ ଦଳ ୨୦ଟି ଆସନରେ ଜିତିଛନ୍ତି।

ତେବେ ଏହି ୧୯୯ ବିଧାୟକଙ୍କ ମଧ୍ୟରୁ ୧୫୮ ଜଣ ହେଉଛନ୍ତି କୋଟିପତି। ଅର୍ଥାତ ୧୫୮ ଜଣ ବିଧାୟକଙ୍କ ସମ୍ପତ୍ତିର ମୂଲ୍ୟ ୧ କୋଟିରୁ ଅଧିକ। ୨୦୧୩ରେ ଏହି ସଂଖ୍ୟା ୧୪୫ ଥିଲା।

କୋଟିପତି ବିଧାୟକଙ୍କ ସଂଖ୍ୟା କଂଗ୍ରେସରେ ସବୁଠାରୁ ଅଧିକ। ଦଳ ଏକାକୀ ୯୯ଟି ଆସନରେ ଜିତିଥିବା ବେଳେ ଏମାନଙ୍କୁ ମଧ୍ୟରୁ ୮୨ ଜଣ ହେଉଛନ୍ତି କୋଟିପତି। ବିଜେପିର ୭୩ ଜଣ ବିଧାୟଙ୍କ ମଧ୍ୟରୁ ୫୮ ଜଣ କୋଟିପତି ହୋଇଥିବା ବେଳେ ବିଏସ୍‌ପିର ୬ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ କୋଟିପତି। ସେହିପରି ସ୍ୱାଧୀନ ଭାବେ ବିଧାୟକ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ଆୟ ୧ କୋଟିରୁ ଅଧିକ ବୋଲି ଆସୋସିଏସନ୍‌ ଅଫ୍‌ ଡେମୋକ୍ରାଟିକ ରିଫର୍ମ ବା ଏଡିଆର ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ରାଜସ୍ଥାନର ସବୁଠାରୁ ଧନୀ ବିଧାୟକ ହେଉଛନ୍ତି କଂଗ୍ରେସର ପରଶରାମ ମୋରଡିଆ। ତାଙ୍କର ସମ୍ପତ୍ତିର ମୂଲ୍ୟ ୧୭୨ କୋଟି।

ଅନ୍ୟପକ୍ଷରେ ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୫୯ ଜଣ ୫ମ ପାସ କରିଥିବା ରିପୋର୍ଟରେ କୁହାଯାଇଛି। ୧୨୯ ଜଣ ବିଧାୟକ ଗ୍ରାଜୁଏଟ ବା ତା’ଠାରୁ ଅଧିକ ଡିଗ୍ରୀ ହାସଲ କରିଛନ୍ତି। ୭ ଜଣ ବିଧାୟକ କେବଳ ଦସ୍ତଖତ ବା ସାମାନ୍ୟ ଭାବେ ସାକ୍ଷର ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।

୨୦୧୩ରେ ରାଜସ୍ଥାନ ବିଧାନସଭାରେ ୨୮ ଜଣ ମହିଳା ବିଧାୟକ ଥିବା ବେଳେ ଚଳିତ ଥର ଏହି ସଂଖ୍ୟା ୨୩କୁ ଖସି ଆସିଥିବା ଏଡିଆର ପକ୍ଷରୁ କୁହାଯାଇଛି।



from Odisha Reporter https://ift.tt/2SR0OqD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages