ଫୋକସ୍‌ରେ ଗାଁ ଭୋଟ୍‌: ପଞ୍ଚାୟତ ସ୍ତରରେ ଆରମ୍ଭ ହେଲା ‘ପିଠା’: ଧର୍ମେନ୍ଦ୍ର- କହିଲେ ‘ପିଠା’ରେ ରହିଛି ଦୁର୍ନୀତିର ପୂର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଫୋକସ୍‌ରେ ଗାଁ ଭୋଟ୍‌: ପଞ୍ଚାୟତ ସ୍ତରରେ ଆରମ୍ଭ ହେଲା ‘ପିଠା’: ଧର୍ମେନ୍ଦ୍ର- କହିଲେ ‘ପିଠା’ରେ ରହିଛି ଦୁର୍ନୀତିର ପୂର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ‘ପିଠା’ ଯୋଜନା। ଫୋକସରେ ଅଛନ୍ତି ଗ୍ରାମାଞ୍ଚଳର ଭୋଟର। ଏହି ଯୋଜନାରେ ରାଜ୍ୟର ବିଭିନ୍ନ ପଞ୍ଚାୟତରେ କ୍ୟାମ୍ପ କରାଯାଇ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ ସହ ସରକାରଙ୍କ ସ୍କିମ୍ ସଂପର୍କରେ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି।

ଏଥିପାଇଁ ଆଜି ବଲାଙ୍ଗିର, ଢେଙ୍କାନାଳ, କଟକ ରାଜ୍ୟର ବିଭିନ୍ନ ସ୍ଥାନରେ ସଭା ସମିତି ଆୟୋଜିତ ହୋଇଥିଲା। ଏଥିରେ ମନ୍ତ୍ରୀ, ନେତା ଓ ସରକାରୀ ଅଧିକାରୀମାନେ ଯୋଗଦେଇ ‘ପିଠା’ ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟତଃ ସରକାରୀ ଯୋଜନା ଗୁଡ଼ିକର ପ୍ରଚାର କରାଯାଉଛି। ଏପରିକି କିଛି ସ୍ଥାନରେ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ‘ପିଠା’ ଦିଆଯିବା ସହିତ ଜନହିତକାରୀ ଯୋଜନା ସଂପର୍କରେ ବୁଝା ଯାଉଛି। ଏସବୁ କ୍ୟାମ୍ପ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ମଧୁବାବୁ ପେନସନ୍‌ ଯୋଜନା, କଳାକାର ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମିଶନ ଶକ୍ତି ଭଳି ଅନେକ ଯୋଜନା ସମ୍ପର୍କରେ ହିତାଧିକାରୀଙ୍କୁ ବୁଝାଯାଇଥିଲା। ସରକାରୀ ଯୋଜନାରୁ ବଞ୍ଚିତ ଲୋକଙ୍କ ତାଲିକା ମଧ୍ୟ ଶିବିରରେ ପ୍ରସ୍ତୁତ ହେଉଛି।

ରାଜନୀତିର ଗନ୍ଧ ବାରିଲେ ବିରୋଧୀ

ସେପଟେ ‘ପିଠା’ ଯୋଜନାକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ। ସରକାରଙ୍କ ବିରୋଧରେ ଜନମତ ବଢୁଥିବାରୁ ଏବଂ ଦୁର୍ନୀତି ଓ ଭଷ୍ଟ୍ରାଚାରକୁ ନେଇ ସରକାରଙ୍କ ଛବି ମଳିନ ହେଉଥିବାରୁ ଗ୍ରାମାଞ୍ଚଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏହା ଏକ ପ୍ରୟାସ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ପିଠା’କୁ କଟାକ୍ଷ କରି କହିଛନ୍ତି ‘ପିଠା’ରେ ପିସି ନାମକ ପୂର ପଶିଛି। ଏହାକୁ ବଙ୍ଗୋପସାଗରରେ ଫିଙ୍ଗି ଦିଅନ୍ତୁ। ସେପଟେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ରାଜ୍ୟ ସରକାର ବିଭିନ୍ନ ଯୋଜନା ଘୋଷଣା କରଛନ୍ତି। ହେଲେ ଲୋକଙ୍କ ପାଖରେ ତାହା ପହଞ୍ଚୁନାହିଁ। କେବଳ ଭୋଟ୍ ପାଇଁ ଏହି ଯୋଜନା କରାଯାଉଛି।

କିଏ କଣ କହିଲେ?

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ରାଜ୍ୟ ସରକାର ଆଜି ଆରମ୍ଭ କରିଥିବା ‘ପିଠା’ ଯୋଜନା ‘ପିଠା’ ନୁହେଁ। ଏହା ହେଉଛି ବାସି ‘ପିଠା’। ଏହା ଭିତରେ ଦୁର୍ନୀତିର ପୂର ଦିଆଯାଇଛି। ଏ ସମ୍ପର୍କରେ ଓଡ଼ିଶା ଲୋକେ ଜାଣିସାରିଲେ, ସେ ପିଠାକୁ ବଙ୍ଗୋପସାଗରକୁ ଫିଙ୍ଗିଦେବେ।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି। ହେଲେ ଏଗୁଡ଼ିକ ବିନିଯୋଗ ହେଉନି। ସବୁ ଯୋଜନା କାଗଜପତ୍ରରେ ରହିଛି। କେବଳ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଏପରି ଯୋଜନା କରାଯାଉଛି।”

ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ କହିଛନ୍ତି-“ରାଜ୍ୟ ସରକାରଙ୍କର ସବୁ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି। ଆଜି ଆରମ୍ଭ ହୋଇଥିବା ପିଠା ଲୋକଙ୍କ ପାଖରେ ପହଞ୍ଚିଲେ ବିରୋଧୀଙ୍କ ପାଟି ବନ୍ଦ ହୋଇଯିବ।’’



from Odisha Reporter https://ift.tt/2EmG4mO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages