ଶେଲ୍‌ଟର ହୋମ୍‌କୁ ନେଇ ବିଜେଡି ଓ ବିଜେପିର ଆରୋପ ପ୍ରତ୍ୟାରୋପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଶେଲ୍‌ଟର ହୋମ୍‌କୁ ନେଇ ବିଜେଡି ଓ ବିଜେପିର ଆରୋପ ପ୍ରତ୍ୟାରୋପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ବେଲ୍‌ଟିକିରିରେ ଶେଲ୍‌ର ହୋମ୍‌ରେ ଝିଅଙ୍କୁ ନିର୍ଯାତନା ଦିଆଯାଉଥିଲା! ଏପରିକି ଧର୍ମାନ୍ତରିକରଣ କରାଯାଉଥିବାର ଭିଡିଓ ସୋଶାଲ୍‌ ମିଡିଆରେ ଘୁରି ବୁଲିବା ପରେ ଆରମ୍ଭ ହୋଇଥିଲା ଖୋଳତାଡ଼। କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶରେ NCPCR ଏକ ଟିମ୍‌ ଓଡ଼ିଶା ଆସି ବିଭିନ୍ନ ଶେଲ୍‌ଟର ହୋମ୍‌ରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଶେଲ୍‌ଟର ହୋମ୍‌ ଗୁଡ଼ିକ ଗାଇଡ୍‌ଲାଇନ୍‌କୁ ମାନୁନଥିବା ଜାଣିବାକୁ ପାଇଥିଲେ। NCPCRର ଏପରି ଅଭିଯୋଗ ପରେ ଆରମ୍ଭ ହୋଇଛି ରାଜନୀତି। ସାମ୍ୱାଦିକ ସମ୍ମିଳନୀ କରି ଆଜି ବିଜେଡି ମହିଳା ମୋର୍ଚ୍ଚା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ବେଳେ କାଉଣ୍ଟର ଆଟାକ୍‌ କରିଛି ମହିଳା ବିଜେପି।

ଶିଶୁ ସୁରକ୍ଷା ନେଇ ରାଜ୍ୟକୁ NCPCR ଟିମ୍‌ର ଦୋଷାରୋପ ପ୍ରସଙ୍ଗରେ କଡ଼ା ଜବାବ ଦେଇଛି ବିଜେଡି। କେନ୍ଦ୍ରକୁ ସମାଲୋଚନା କରିବା ସହ ଦଳ କହିଛି, ଶିଶୁ ସୁରକ୍ଷା ନେଇ ଓଡ଼ିଶା ମଡେଲ ରାଜ୍ୟରେ ପରିଣତ ହୋଇଛି। ଏଠାରେ ଶିଶୁ ସୁରକ୍ଷା କେମିତି ଚାଲିଛି, ତାହା ଦେଖିବାକୁ ବାହାର ରାଜ୍ୟର ପ୍ରତିନିଧି ଆସୁଛନ୍ତି। ବିଜେପି ଶାସିତ ଉତ୍ତରପ୍ରଦେଶ ଓ ବିହାରରେ ଶିଶୁ ନିର୍ଯାତନା ଘଟିଛି। ଶିଶୁ ଶେଲ୍‌ଟର୍‌ ହୋମକୁ ଆସୁଥିବା ବିଦେଶୀ ପୁଞ୍ଜି କଥା ରାଜ୍ୟ ଅଧୀନରେ ନାହିଁ। ଏହା କେନ୍ଦ୍ର କର୍ତ୍ତୃତ୍ୱାଧୀନ। ରାଜ୍ୟ ସରକାରଙ୍କୁ ଦୋଷଦେବା କେବଳ ରାଜନୈତିକ ବୟାନବାଜି ବୋଲି କହିଛି ବିଜେଡି ମହିଳା ମୋର୍ଚ୍ଚା।

ଏହାର ଜବାବରେ ବରିଷ୍ଠ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି-“ଗୁଡ୍‌ ନ୍ୟୁଜ୍‌ ସଂସ୍ଥା ପାଇଁ ଆଜି ସରକାରୀ ଦଳର ମହିଳାମାନେ ସାମ୍ନାକୁ ବାହାରିଛନ୍ତି। ଏକଥା ଶୁଣି ଲଜ୍ଜା ଲାଗୁଛି। ଗୁଡ଼୍‌ ନ୍ୟୁଜ୍‌ ସଂସ୍ଥା ଧର୍ମାନ୍ତରିକରଣ ଓ ଚୋରା ଚାଲାଣ ନେଇ ବିଭିନ୍ନ ସାମାଜିକ ମିଡିଆରେ ଘୁରି ବୁଲୁଛି। ଏପରିକି ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଉଛି। ଏହା କ’ଣ ସବୁ ମିଛ? ଏଥିରୁ ଜଣାପଡ଼ୁଛି ଧର୍ମାନ୍ତରୀକରଣ ସତ ଓ ଚୋରା ଚାଲାଣ ସତ। ଘଟଣାର ତଦନ୍ତ ହେଲେ ସତ ପଦାରେ ପଡ଼ିଯିବା ଭୟ ଓ ତାଙ୍କ ମୁଖପାତ୍ର ସସ୍ମିତ ପାତ୍ରଙ୍କ ମୁଖା ଖୋଲିଯିବା ଭୟରେ ‘ହାତୀ ମାରି କୁହ୍ଲା ଘୋଡ଼ାଇବାର’ ଅଭିନୟ କରୁଛି ମହିଳା ବିଜେଡି।”

ସେ କହିଛନ୍ତି-“ଓଡ଼ିଶାରେ ବିଜେଡି ସରକାର ଦୀର୍ଘ ୧୯ ବର୍ଷ ଧରି ଚାଲିଛି। ଏହା ସତ୍ତ୍ୱେ ଓଡ଼ିଶାରେ ଝିଅମାନେ ସୁରକ୍ଷିତ ନୁହନ୍ତି। ବେଲ୍‌ଟିକିରି ପରି ଘଟଣାର ସ୍ଥାୟୀ ସମାଧାନ କରିବା ପରିବର୍ତ୍ତେ ବିହାର, ଉତ୍ତରପ୍ରଦେଶରେ ଝିଅମାନଙ୍କୁ ନିର୍ଯାତନା ଦିଆଯାଉଥିବାର ଉଦାହରଣ ଦେବା କେତେଦୂର ଯୁକ୍ତିଯୁକ୍ତ? ଏଥିରୁ ଆମେ ଭାବିବୁ ବିଜେଡିକୁ ଭୋଟ ଦେବା କ’ଣ ଭୁଲ୍‌ ହୋଇଗଲା? ଆଶ୍ରମ ନାଁରେ ଝିଅମାନଙ୍କ ସହ ଯୌନ ବ୍ୟଭିଚାର, ଚୋରା ଚାଲାଣ ଓ ଧର୍ମାନ୍ତରିକରଣ କରୁଥିବା ସଂସ୍ଥା ବିରୋଧରେ ଦୃଢ଼ରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏପରିକି ଏହି ସବୁ କାମକୁ ପ୍ରୋତ୍ସାହନ ଦେଉଥିବା ମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ। ସବୁଠାରୁ ଅଶ୍ଚର୍ଯ୍ୟ ଲାଗୁଛି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିନାହାନ୍ତି।”



from Odisha Reporter https://ift.tt/2EneHc8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages