ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋରମଥାଙ୍ଗା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ମିଜୋରାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋରମଥାଙ୍ଗା

ଆଇଜଲ: ମିଜୋରାମ ବିଧାନସଭା ନିର୍ବାଚନରେ ବାଜିମାତ କରିଥିବା ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌)ର ସଭାପତି ଜୋରମଥାଙ୍ଗା ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ କେ ରାଜଶେଖରନ୍‌ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେ ମିଜୋ ଭାଷାରେ ହିଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ଏହାପୂର୍ବରୁ ୧୯୯୮ ଏବଂ ୨୦୦୩ରେ ମିଜୋରାମର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ।

ଜୋରମଥାଙ୍ଗାଙ୍କ ବ୍ୟତୀତ ଆଜି ୬ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ୬ ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଜୋରମଥାଙ୍ଗାଙ୍କ ଡେପୁଟି ଭାବେ ତାୱନଲୁଆ ଦାୟିତ୍ୱ ଗ୍ରହଣ କରିଛନ୍ତି।

ମିଜୋରାମର ୪୦ଟି ଆସନରୁ ଏମ୍‌ଏନ୍‌ଏଫ୍‌ ୨୬ଟିରେ ଜିତିଥିଲା।



from Odisha Reporter https://ift.tt/2Evw8s1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages