ବିଜେପି ଅଫିସ୍ ଶୂନ୍‌ଶାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

ବିଜେପି ଅଫିସ୍ ଶୂନ୍‌ଶାନ୍‌

bjp

ରାୟପୁର: ୫ଟି ରାଜ୍ୟରେ ନିର୍ବାଚନ ହୋଇଥିଲା। ଆଜି ଭୋଟ୍ ଗଣତି ଚାଲିଛି। ଫଳାଫଳ ଆସି ନଥିବା ବେଳେ ଟ୍ରେଣ୍ଡିଂରୁ ଜଣାପଡ଼ୁଛି ଛତିଶଗଡ଼ରେ କଂଗ୍ରେସ ସରକାର ଗଢ଼ିବ। ୧୫ ବର୍ଷ ଧରି ଶାସନ ଡୋରି ଧରିଥିବା ବିଜେପିକୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି।

ଖବର ଲେଖାଯିବା ସୁଦ୍ଧା ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ କଂଗ୍ରେସ ୬୬ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୧୫ଟି ଆସନରେ ଆଗୁଆ ରହିଛି। ୯ଟି ଆସନରେ ଅନ୍ୟମାନେ ଆଗୁଆ ରହିଛନ୍ତି।

ବିଜେପି ଟ୍ରେଣ୍ଡିଂରେ କଂଗ୍ରେସ ଆଖପାଖରେ ବି ନାହିଁ। ଦଳ ହାରିବା ସ୍ପଷ୍ଟ ହୋଇଗଲାଣି। ଏମିତି ସ୍ଥିତିରେ ରାଜ୍ୟର ରାଜଧାନୀ ରାୟପୁରରେ ବିଜେପି କାର୍ଯ୍ୟାଳୟ ଶୂନ୍‌ଶାନ୍ ହୋଇଯାଇଛି। ଏଠାରେ ଦଳୀୟ ନେତାଙ୍କୁ ଦେଖିବାକୁ ମିଳୁନି।


ନ୍ୟୁଜ୍‌ ଏଜେନ୍ସୀ ଏଏନ୍‌ଆଇ ପକ୍ଷରୁ ବିଜେପି ଅଫିସ୍‌ର ଦୁଇଟି ଫଟୋ ଟ୍ୱିଟ୍ କରାଯାଇଛି। ଅଫିସ୍ ବାହାରେ ଜଣେ ଦୁଇ ଜଣ ଲୋକ ଛିଡ଼ା ହୋଇଛନ୍ତି। କଂଗ୍ରେସ ଶିବିରରେ ଉତ୍ସବର ମାହୋଲ ଦେଖାଯାଇଥିବା ବେଳେ ବିଜେପି ଅଫିସ୍ ଖାଁ ଖାଁ ଲାଗୁଛି।

ଛତିଶଗଡ଼ ଭଳି ରାଜସ୍ଥାନରେ ବି କଂଗ୍ରେସ ସରକାର ଗଢ଼ିବ ବୋଲି ଜଣାପଡ଼ୁଛି। କାରଣ ଟ୍ରେଣ୍ଡିଂରେ ଦଳ ବିଜେପିଠାରୁ ବହୁ ଆଗରେ ଅଛି। ଏଠାରେ ୨୦୦ଟି ଆସନ ଥିବା ବେଳେ କଂଗ୍ରେସ ୧୦୨ଟି ଆସନରେ ଆଗରେ ରହିଛି। ବିଜେପି ୭୨ଟି ଆସନରେ ଆଗରେ ରହିଛି। ଅନ୍ୟମାନେ ୨୫ଟି ଆସନରେ ଆଗରେ ଅଛନ୍ତି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର ଚାଲିଛି। ଖବର ଲେଖାଯିବା ବେଳକୁ କଂଗ୍ରେସ ୧୧୦ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୧୦୯ଟି ଆସନରେ ଆଗୁଆ ଅଛି। ସକାଳେ ଏଠାରେ ବିଜେପି ଆଗୁଆ ଚାଲିଥିଲା।



from Odisha Reporter https://ift.tt/2QJkcIU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages