ଆକାଶରୁ ଡେଇଁଲେ ୧୦୨ ବର୍ଷ ବୟସ୍କ ଜେଜେମା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଆକାଶରୁ ଡେଇଁଲେ ୧୦୨ ବର୍ଷ ବୟସ୍କ ଜେଜେମା, ଦେଖନ୍ତୁ ଭିଡିଓ

ସିଡ୍‌ନୀ: ୧୦୦ ପାର୍‌ ତ ଦୂର କଥା, ୬୦ ଛୁଇଁଗଲେ ଆଜିକାଲି ଧାରଣା ସୃଷ୍ଟି ହେଉଛି ଯେ ମଉଜିଆ ଜୀବନ ସରିଗଲା ଏବଂ ଏବେ କେବଳ ମୃତ୍ୟୁକୁ ଅପେକ୍ଷା। କିନ୍ତୁ ଏ କଥାକୁ ଭୁଲ୍‌ ପ୍ରମାଣିତ କରିଛନ୍ତି ଜଣେ ୧୦୨ ବର୍ଷୀୟ ଜେଜେମା।

ଦକ୍ଷିଣ ଅଷ୍ଟ୍ରେଲିଆର ଏହି ଜେଜେମା ସବୁଠାରୁ ବୟସ୍କା ମହିଳାଭାବେ ସ୍କାଇ ଡାଇଭ୍‌ କରିବାରେ ବିଶ୍ୱରେକର୍ଡ ହାସଲ କରିଛନ୍ତି। ଇରେନ୍‌ ଓ’ସାକ୍‌ ନାମକ ଏହି ଜେଜେମା ୨୦୧୭ ମସିହାର ଏକ ରେକର୍ଡ ଭାଙ୍ଗିଛନ୍ତି।

ଜଣେ ସ୍କାଇ ଡାଇଭର୍‌ ଇନ୍‌ଷ୍ଟ୍ରକ୍ଟର୍‌ଙ୍କ ସହିତ ସେ ଉଡ଼ାଣ ଭରୁଥିବାର ଏକ ଭିଡିଓ ବର୍ତ୍ତମାନ ଭାଇରାଲ୍‌ ହେବାରେ ଲାଗିଛି। ଧୈର୍ଯ୍ୟ ଏବଂ ଇଚ୍ଛାଶକ୍ତିର ଅଦ୍ଭୁତ ଉଦାହରଣ ସୃଷ୍ଟି କରି ସେ ବର୍ତ୍ତମାନ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି।

୨୦୧୬ ମସିହାରେ ସେ ସ୍କାଇ ଡାଇଭିଂ କରିବାକୁ ପ୍ରଥମ ପ୍ରୟାସ କରିଥିଲେ। ଏଥର ସେ ସୁରକ୍ଷିତ ଏବଂ ସଫଳ ଲ୍ୟାଣ୍ଡିଂ କରିବାପରେ ତାଙ୍କ ପରିବାର ଲୋକେ ଏବଂ ବନ୍ଧୁମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ ଏବଂ ଉତ୍ସବ ମନାଇଥିଲେ।



from Odisha Reporter https://ift.tt/2UHRFT3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages