ରାହୁଲ ଗାନ୍ଧିଙ୍କୁ କୋର୍ଟ ସମନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ରାହୁଲ ଗାନ୍ଧିଙ୍କୁ କୋର୍ଟ ସମନ୍‌

ରାଞ୍ଚି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗୋଟିଏ ପଟେ ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ତାଙ୍କୁ କୋର୍ଟର ଝଟ୍‌କା ମିଳିଛି। ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ଆପତ୍ତିଜନକ ଓ ବିବାଦୀୟ ବୟାନ ଦେଇଥିବାରୁ ରାଞ୍ଚି କୋର୍ଟ ଆଜି ରାହୁଲଙ୍କୁ ସମନ କରିଛନ୍ତି। ସବ୍‌ ଡିଭିଜନାଲ ମାଜିଷ୍ଟ୍ରେଟ ଅଜୟ କୁମାର ଗୁଡ଼ିଆ ନଭେମ୍ବର ୨୮ରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ କରିଥିଲେ। ହେଲେ ଆଜି ସେ ରାହୁଲଙ୍କୁ ସମନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ମାର୍ଚ୍ଚ ୧୮ରେ ଅନୁଷ୍ଠିତ କଂଗ୍ରେସର ନ୍ୟାଶନାଲ୍‌ କନକ୍ଲେଭ ବେଳେ ରାହୁଲ ଗାନ୍ଧି ନିଜର ଭାଷଣରେ ଶ୍ରୀ ଶାହଙ୍କୁ ନାନା ଆକ୍ଷେପ କରିଥିଲେ। ଏହା ବିରୋଧରେ ବିଜେପି ଯୁବ ମୋର୍ଚ୍ଚାର ଝାରଖଣ୍ଡ ନେତା ନବୀନ ଝା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାର ଶୁଣାଣି କରି ରାହୁଲଙ୍କୁ ସମନ୍‌ କରିଛନ୍ତି।



from Odisha Reporter https://ift.tt/2CbCBpT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages