ମହିଳାଙ୍କ ବାଥ୍‌ରୁମ୍‌ରେ କ୍ୟାମେରା ଖଞ୍ଜିଥିଲେ ପେୟିଂ ଗେଷ୍ଟରୁମ୍‌ ମାଲିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ମହିଳାଙ୍କ ବାଥ୍‌ରୁମ୍‌ରେ କ୍ୟାମେରା ଖଞ୍ଜିଥିଲେ ପେୟିଂ ଗେଷ୍ଟରୁମ୍‌ ମାଲିକ

ମୁମ୍ବାଇ: ପେୟିଂ ଗେଷ୍ଟ (ପିଜି) ସୁବିଧା ଦେଇ ସେଠାରେ ରହୁଥିବା ମହିଳାଙ୍କ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଖଞ୍ଜିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ପୁଲିସ୍‌ରେ ହୋଇଥିବା ଅଭିଯୋଗ ଅନୁଯାୟୀ ୪୭ ବର୍ଷ ବୟସ୍କ ଏହି ପିଜି ମାଲିକ ମହିଳାଙ୍କ ଫଟୋ ଓ ଭିଡିଓ ନେବା ଉଦ୍ଦେଶ୍ୟରେ ଏଭଳି ସଙ୍ଗିନ୍‌ କାର୍ଯ୍ୟ କରିଥିଲା। ଜଣେ ମହିଳା ଏ ବିଷୟରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି।

ଏହି ଲୋକ କେବଳ ଝିଅଙ୍କ ପାଇଁ ଏହି ପେୟିଂ ଗେଷ୍ଟ ସୁବିଧା ଭଡ଼ାରେ ଦେଇଥିବାବେଳେ ନିଜେ ଘର ଲୋକଙ୍କ ସହିତ ରହୁଥିଲା। ଝିଅମାନେ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେଠାରେ ରହୁଥିଲେ। ତେବେ ନିଜ ବନ୍ଦ ରୁମ୍‌ରେ କ’ଣ କଥା ହୁଅନ୍ତି ତାହା ଏ ଲୋକ ନକଲ କରିବାରୁ ଝିଅମାନଙ୍କର ସନ୍ଦେହ ହୋଇଥିଲା।

ସେମାନେ ପ୍ରଥମେ ଭାବୁଥିଲେ ବୋଧେ ସେମାନଙ୍କ କଥାବାର୍ତ୍ତା କେତେବେଳେ ଶୁଣିଦେଇ ଏପରି କରୁଥିବ। କିନ୍ତୁ ଦିନେ ସେମାନେ ଏକ ଇଲେକ୍ଟ୍ରୋନିକ୍‌ ଡିଭାଇସ୍‌ ଦେଖିବାକୁ ପାଇଥିଲେ। ଏହା ପରେ ସେମାନେ ଏହାକୁ ରୁମାଲ୍‌ରେ ଘୋଡ଼ାଇଦେବାରୁ ମାଲିକ ଜଣକ ଚାଲିଆସିଥିଲେ ଏବଂ ରୁମାଲ ହଟାଇବାକୁ କହିଥିଲା।

ଏହା ପରେ ସେମାନେ ସନ୍ଦେହରେ ଇଣ୍ଟରନେଟ୍‌ରେ ଖୋଜାଖୋଜି କରିବାରୁ ଜାଣିବାକୁ ପାଇଥିଲେ ତାହା ଏକ କ୍ୟାମେରା। ଏପରି ଘଟଣା ବାବଦରେ ଜାଣିବାପରେ ସେମାନଙ୍କ ମଧ୍ୟରୁ ଜଣେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ମାନିଯାଇଥିଲା ସେ ଫ୍ୟାନ୍‌, ଝରକା, ସ୍ୱିଚ୍‌ ଏବଂ ଅନ୍ୟ କିଛି ସ୍ଥାନରେ କ୍ୟାମେରା ଲଗାଇଥିଲା। ତା’ର ଲ୍ୟାପ୍‌ଟପ୍‌ରୁ ଏହାର ଭିଡିଓ ମିଳିଥିଲେ ମଧ୍ୟ ଅନ୍ୟ କେଉଁଠି ଶେୟାର ହୋଇଛି କି ନା ତଦନ୍ତ ଆରମ୍ଭ ହୋଇଛି।



from Odisha Reporter http://bit.ly/2BJ5GqS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages