
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଗୋଟେ ପେନ୍ସିଲ୍କୁ ଭାଙ୍ଗି ଦୁହେଁ ଲେଖିବା, ଥିଲା ଫ୍ରେଣ୍ଡ୍ଶିପ୍। ଗୋଟେ ଚକୋଲେଟ୍କୁ ସେୟାର କରି ଖାଇବା, ଥିଲା ଫ୍ରେଣ୍ଡ୍ଶିପ୍। ଫ୍ରଥମ ଥର ମୁଁ ଆଜି ତୋ’ ଠୁ ଗଲିରେ ବୁଝି, ଫ୍ରେଣ୍ଡ୍ଶିପ୍ ଟିକେ ବଢ଼ିଗଲେ ହେଇଯାଏ ଲଭ୍ଶିପ୍। ୟେ ଲଭ୍ଶିପ୍… । ଏମିତି କିଛି ମୁଖଡାରୁ ଆରମ୍ଭ ହୋଇଛି ଗୀତ ‘ଲଭ୍ଶିପ୍’।
ତରଙ୍ଗ ସିନେ ପ୍ରଡକ୍ସନ୍ସର ଅପ୍କମିଂ ଓଡ଼ିଆ ଫିଲ୍ମ ‘ଚାଲ୍ ଟିକେ ଦୁଷ୍ଟ ହେବା’ର ଏହି ରୋମାଣ୍ଟିକ୍ ଟ୍ରାକ୍ଟିକୁ ଗାଇଛନ୍ତି ସ୍ୱୟମ୍ ଏବଂ ଅନନ୍ୟା। ଗୀତଟି ଲେଖିଛନ୍ତି ଦେବୀଦତ୍ତ ମହାନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ। ୨୪ତାରିଖରେ ଏହି ଗୀତର ଅଫିସିଆଲ୍ ଷ୍ଟୁଡିଓ ଭର୍ସନ୍ ‘ତରଙ୍ଗ ସିନେ ପ୍ରଡକ୍ସନ୍ସ’ର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ରିଲିଜ୍ ହେବା ପରେ ଏବେସୁଦ୍ଧା ଏହାକୁ ୨ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
ଗୀତଟିରେ ଯେମିତି ବର୍ଣ୍ଣନା କରାଯାଇଛି, ପରଦା ଉପରେ ମଧ୍ୟ ଏହା ସେମିତି ଦର୍ଶାଯାଇଛି। ପ୍ରଥମେ ବନ୍ଧୁତା ଏବଂ ବନ୍ଧୁତା ବଢ଼ିଗଲେ, ତାହା କେମିତି ପ୍ରେମର ରୂପ ନେଇଯାଏ, ତାହା ହିଁ କାହାଣୀରେ ଦେଖିବାକୁ ମିଳବ। ଏକ ରୋମାଣ୍ଟିକ୍ ଲଭ୍ଷ୍ଟୋରୀକୁ ନେଇ ଫିଲ୍ମ୍ର କାହାଣୀ ଗତିଶୀଳ ହୋଇଛି।
ଫିଲ୍ମରେ ମୁଖ୍ୟ ଭୂମିକାରେ ୩ଜଣ ନବାଗତ ଅଛନ୍ତି। ଅଭିନେତା ଇଶାନ୍ଙ୍କ ସହ ଦୁଇ ନାୟିକା ଶାୟଲ୍ ଏବଂ ମହିମା ଏହି ଫିଲ୍ମ ଜରିଆରେ ଓଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି।
‘ଚାଲ୍ ଟିକେ ଦୁଷ୍ଟ ହେବା’ ତରଙ୍ଗ ସିନେ ପ୍ରଡକ୍ସନ୍ସର ୧୮ତମ ଚଳଚ୍ଚିତ୍ର। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ।
from Odisha Reporter http://bit.ly/2LybfNu
No comments:
Post a Comment