୩୦ବର୍ଷ ତଳୁ ହିମାଳୟରେ ନିଖୋଜ ଥିବା ଦୁଇ ପର୍ବତାରୋହୀଙ୍କ ଦେହାବଶେଷ ମିଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

୩୦ବର୍ଷ ତଳୁ ହିମାଳୟରେ ନିଖୋଜ ଥିବା ଦୁଇ ପର୍ବତାରୋହୀଙ୍କ ଦେହାବଶେଷ ମିଳିଲା

ନୂଆଦିଲ୍ଲୀ: ଦୀର୍ଘ ୩୦ ବର୍ଷ ଧରି ହିମାଳୟରେ ନିଖୋଜ ଥିବା ୨ ପର୍ବତାରୋହୀଙ୍କ ମୃତଦେହାବଶେଷ ଶେଷରେ ମିଳିଛି। କ୍ରିଷ୍ଟିନ୍‌ ରୁନର୍ସନ୍‌ ଓ ଟରେଷ୍ଟିନ୍‌ ଗୁଡ୍‌ଜନ୍‌ସନ୍‌ ନାମ୍ନୀ ସ୍କଟ୍‌ଲ୍ୟାଣ୍ଡ୍‌ର ଏହି ଦୁଇ ପର୍ବତାରୋହୀଙ୍କୁ ଶେଷ ଥର ପାଇଁ ୧୯୮୮ ଅକ୍ଟୋବର ୨୮ରେ ଦେଖିବାକୁ ମିଳିଥିଲା। ଏମାନଙ୍କ ମୃତଦେହର କଙ୍କାଳକୁ ଗତ ସପ୍ତାହରେ ଜଣେ ଆମେରିକୀୟ ପର୍ବତ ଆରୋହୀ ଠାବ କରିଥିଲେ। ପାହାଡ଼ର ପଥର ସନ୍ଧିରେ ଖସି ପଡ଼ିବାରୁ ଉଭୟଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି।

କ୍ରିଷ୍ଟିନ୍‌ ରୁନର୍ସନ୍‌ ଓ ଟରେଷ୍ଟିନ୍‌ ଗୁଡ୍‌ଜନ୍‌ସନ୍‌ ସେମାନଙ୍କ ଅନ୍ୟ ଜଣେ ସାଥୀ ଷ୍ଟିଭ୍‌ ଏଇସ୍‌ଥର୍ପେଙ୍କ ସହ ନେପାଳ-ତିବ୍ବତ ସୀମାବର୍ତ୍ତୀ ମାଉଣ୍ଟ୍‌ ଏଭେରେଷ୍ଟ ଠାରୁ ୫ ମାଇଲ୍‌ ଦୂରରେ ଥିବା ପୁମୋରି ପର୍ବତ ଆରୋହଣ ଅଭିଯାନରେ ବାହାରିଥିଲେ। ତେବେ ଅଧା ବାଟରେ ଷ୍ଟିଭ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଛାଡ଼ି ସେ ଦୁହେଁ ଉପରକୁ ଯାତ୍ରା କରି ଥିଲେ। କିନ୍ତୁ ଆଉ ଫେରି ନ ଥିଲେ।

ଗତ ସପ୍ତାହରେ ଜଣେ ଆମେରିକୀୟ ପର୍ବତାରୋହୀ ଉଭୟଙ୍କ କଙ୍କାଳକୁ ଠାବ କରିବା ପରେ ଆଞ୍ଚଳିକ ପାହାଡ଼ ଚଢ଼ାଳି ଦଳ ସହାୟତାରେ ନେପାଳର ରାଜଧାନୀ କାଠମାଣ୍ଡୁ ଅଣାଯାଇଥିଲା। ସେଠାରେ ସଂପର୍କୀୟମାନଙ୍କ ଉପସ୍ଥିତରେ ସେମାନଙ୍କ ଅନ୍ତ୍ୟେଷ୍ଟି ସରିଛି।

୩୦ ବର୍ଷ ତଳର କଥା ମନେ ପକାଇ ଦିବଙ୍ଗତ ଦୁଇ ପର୍ବତାରୋହୀଙ୍କ ବନ୍ଧୁ ଷ୍ଟିଭ୍ ଏଇସ୍‌ଥର୍ପେ(୫୫) କହିଛନ୍ତି, ସେ ସମୟରେ କ୍ରିଷ୍ଟିନ୍ ରୁନର୍ସନ୍‌ଙ୍କ ପତ୍ନୀ ଗର୍ଭବତୀ ଥିଲେ। ତାଙ୍କ ଗର୍ଭରୁ ଜନ୍ମ ହୋଇଥିବା ପୁଅର ବୟସ ଏବେ ୩୦ ବର୍ଷ।



from Odisha Reporter https://ift.tt/2UGDhdI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages