ଡିଫେଣ୍ଡିଂ ଚାମ୍ପିୟନ ୟାମାଗୁଚିଙ୍କୁ ହରାଇ ଅଭିଯାନ ଆରମ୍ଭ କଲେ ସିନ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଡିଫେଣ୍ଡିଂ ଚାମ୍ପିୟନ ୟାମାଗୁଚିଙ୍କୁ ହରାଇ ଅଭିଯାନ ଆରମ୍ଭ କଲେ ସିନ୍ଧୁ

ବେଜିଂ: ଚଳିତ ସିଜିନ୍‌ର ଅନ୍ତିମ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଭାରତର ଷ୍ଟାର ଶଟଲର ତଥା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ ଦମଦାର ବିଜୟରୁ ତାଙ୍କ ଅଭିଯାନ ଆରମ୍ଭ କରିଛନ୍ତି। ଚୀନ୍‌ର ଗୁଆଙ୍ଗଝୁରେ ଆରମ୍ଭ ହୋଇଥିବା ବିଡବ୍ଲ୍ୟୁଏଫ୍‌ ୱାର୍ଲଡ ଟୁର ଫାଇନାଲ୍‌ ୨୦୧୮ର ପ୍ରଥମ ମ୍ୟାଚ୍‌ରେ ସିନ୍ଧୁ ଡିଫେଣ୍ଡି ଚାମ୍ପିୟନ ଆକିନ୍‌ ୟାମାଗୁଚିଙ୍କୁ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଲଢ଼େଇରେ ପରାସ୍ତ କରିଛନ୍ତି। ବିଡବ୍ଲ୍ୟୁଏଫ୍‌ ୱାର୍ଲଡ ଟୁର ଫାଇନାଲ୍‌ ୨୦୧୮ ବ୍ୟାଡମିଣ୍ଟନ୍‌ର ଟପ୍‌ ୮ରେ ଥିବା ଖେଳାଳିଙ୍କୁ ନେଇ ଆରମ୍ଭ ହୋଇଛି।

ଗତବର୍ଷ ରନର୍ସ ଅପ୍‌ ହୋଇଥିବା ସିନ୍ଧୁ ମ୍ୟାଚ୍‌ ଆରମ୍ଭରୁ ବ୍ୟାକ୍‌ଫୁଟ୍‌ରେ ଥିଲେ। କିନ୍ତୁ ଜବରଦସ୍ତ କମ୍‌ବ୍ୟାକ୍‌ କରି ୟାମାଗୁଚିଙ୍କୁ ସିଧାସଳଖ ୨-୦ରେ ହରାଇ ଦେଇଥିଲେ। ପ୍ରଥମ ସେଟ୍‌କୁ ୨୪-୨୨ରେ ଜିତିଥିବା ସିନ୍ଧୁ ଦ୍ୱିତୀୟ ସେଟ୍‌କୁ ୨୧-୧୫ରେ ଜିତି ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛନ୍ତି। ଏହି ମ୍ୟାଚ୍‌ଟି ଦୀର୍ଘ ୫୨ ମିନିଟ୍‌ ଧରି ଚାଲିଥିଲା।



from Odisha Reporter https://ift.tt/2BcKYQ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages