
ନୂଆଦିଲ୍ଲୀ: ନୂଆବର୍ଷର ନୂଆ ସକାଳ ଦେଖିଛି ସାରା ବିଶ୍ୱ। ୨୦୧୮କୁ ବିଦାୟ ଦେଇ ନୂଆବର୍ଷ ୨୦୧୯କୁ ସ୍ୱାଗତ ଜଣାଇଛନ୍ତି ସମସ୍ତେ। ଏହି ନୂଆବର୍ଷରେ ଜନସାଧାରଣଙ୍କୁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର।
୨୩ଟି ସାମଗ୍ରୀରୁ ସରକାର ଜିଏସ୍ଟି କମାଇ ଦେଇଛନ୍ତି। କିଛି ସାମଗ୍ରୀର ଜିଏସ୍ଟି ୨୮ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଦିଆଯାଇଛି। ସେହିପରି ୧୮ ପ୍ରତିଶତ ଜିଏସ୍ଟି ଥିବା କିଛି ସାମଗ୍ରୀକୁ ୧୨ ପ୍ରତିଶତ କରିଦିଆଯାଇଛି।
ଆସନ୍ତୁ ଜାଣିବା କେଉଁ କେଉଁ ସବୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ଟିକସ ହ୍ରାସ ପାଇଛି-
• ୧୦୦ ଟଙ୍କା ଯାଏ ମୂଲ୍ୟର ସିନେମା ଟିକେଟକୁ ୧୨% ଟିକସ ସ୍ଲାବ୍କୁ ହ୍ରାସ କରାଯାଇଛି। ୧୦୦ରୁ ଊର୍ଦ୍ଧ୍ୱ ମୂଲ୍ୟର ଟିକେଟ୍ ପୂର୍ବବତ୍ ୧୮% ସ୍ଲାବ୍ରେ ରହିବ।
• ତୀର୍ଥଯାତ୍ରା ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବିମାନ ଯାତ୍ରା କ୍ଷେତ୍ରରେ ‘ଇକୋନୋମି’ କ୍ଲାସ୍ ପାଇଁ ୫% ଜିଏସ୍ଟି ଏବଂ ‘ବିଜିନେସ୍’ କ୍ଲାସ୍ ପାଇଁ ୧୨% ଜିଏସ୍ଟି ଲାଗୁ ହେବ।
• ୩୨ ଇଞ୍ଚରୁ କମ୍ କମ୍ପ୍ୟୁଟର ମନିଟର୍ ବା ସ୍କ୍ରିନ୍, ଗିଅର ବକ୍ସ, ରିଟ୍ରେଡେଡ୍ ଟାୟାର୍ସ, ଲିଥିଅମ୍ ବ୍ୟାଟେରୀ ସହିତ ପାୱାର ବ୍ୟାଙ୍କ, ଭିଡିଓ ଗେମ୍ ଏବଂ ଅନ୍ୟ କ୍ରୀଡ଼ା ସାମଗ୍ରୀ ଆଦିରେ ଜିଏସ୍ଟି ୨୮%ରୁ ହ୍ରାସ ପାଇ ୧୮% କୁ ଖସିବ।
• ୩୪ଟି ବିଳାସମୟ ସାମଗ୍ରୀ ବା ‘ସିନ୍ ଗୁଡ୍ସ’ ମୂଲ୍ୟ ପୁର୍ନନିର୍ଦ୍ଧାରଣରୁ ବାଦ୍ ଦିଆଯାଇଛି। ସିନ୍ ଗୁଡ୍ସ ସମାଜ ପ୍ରତି କ୍ଷତିକାରକ ହୋଇଥାଏ। ମଦ, ଡ୍ରଗ୍ସ, ଫାଷ୍ଟ୍ ଫୁଡ୍, କ୍ୟାଣ୍ଡି, କଫି, ସୁଗାର୍, ଜୁଆ ଏବଂ ପର୍ଣ୍ଣୋଗ୍ରାଫି ଆଦି ଏହାର ଉଦାହରଣ।
from Odisha Reporter http://bit.ly/2Vl8p2O
No comments:
Post a Comment