
ମୁମ୍ବାଇ: ପାକିସ୍ତାନ୍ର ସବୁଠୁ ଲୋକପ୍ରିୟ କଣ୍ଠଶିଳ୍ପୀ ଥିଲେ ନୁରଜାହାଁ । ରୂପ ଯେମିତି, କଣ୍ଠ ବି ସେମିତି। ୧୮ ବର୍ଷ ତଳେ ଦୁନିଆକୁ ଅଲ୍ବିଦା କହିଥିବା ଏହି ଚର୍ଚ୍ଚିତ କଣ୍ଠଶିଳ୍ପୀଙ୍କ ସମ୍ପର୍କରେ ଭାରତରେ ଲୋକେ କମ୍ ଜାଣନ୍ତି। ନିଜର ଜବରଦସ୍ତ୍ ସ୍ୱର ପାଇଁ ୧୯୩୦ରୁ ୧୯୯୦ ଅର୍ଥାତ୍ ୭ ଦଶକ ପର୍ଯ୍ୟନ୍ତ ସେ ପାକ୍ ଦର୍ଶକଙ୍କ ହୃଦୟ ଜିତି ଆସିଥିଲେ। ଏମିତିକି ତାଙ୍କୁ ମିଳିଥିଲା ମଲ୍ଲିକା-ଏ-ତରନ୍ନୁମ୍ ଉପାଧି।
ଆସନ୍ତୁ ଜାଣିବା ଏହି ଚର୍ଚ୍ଚିତ ପାକ୍ କଳାକାରଙ୍କ ସମ୍ପର୍କରେ

ଗୀତ ରେକର୍ଡ କରିବା ସମୟରେ ନୁର୍ଜାହାଁ ନିଜକୁ ସେଇ ଗୀତର ଭାବରେ ହଜାଇ ଦେଉଥିଲେ। ନିଜକୁ ପ୍ରତିଷ୍ଠିତ କରିବାକୁ ସେ ଖୁବ୍ ପରିଶ୍ରମ କରିଛନ୍ତି। ତାଙ୍କ ଜୀବନରେ ଭଲ ଦିନ ଓ ଖରାପ୍ ଦନ ବି ଆସିଛି। ସେ ପ୍ରେମ କରିଛନ୍ତି। ବିବାହ କରିଛନ୍ତି ଆଉ ଶେଷ ଜୀବନରେ ଛାଡ଼ପତ୍ର ବି ଦେଇଛନ୍ତି ।
ଯେଉଁଥିପାଇଁ ତାଙ୍କୁ ଖୁବ୍ ଆଲୋଚନାର ଶିକାର ହେବାକୁ ପଡ଼ିଛି। ଆଉ ନିଜ ଜୀବନର ଶେଷ ସମୟରେ ଖୁବ୍ ଖରାପ ପରିସ୍ଥିତି ଦେଇ ଗତି ମଧ୍ୟ କରିଥିଲେ।
ନୁର୍ଜାହାଁ ଏବଂ ତତ୍କାଳୀନ କ୍ରିକେଟର ନଜର ମୋହମ୍ମଦଙ୍କ ପ୍ରେମ କାହାଣୀକୁ ନେଇ ବି ଖୁବ୍ ଚର୍ଚ୍ଚା ହୁଏ। କୁହାଯାଏ ପାକିସ୍ତାନ୍ର ଏହି ଟେଷ୍ଟ୍ କ୍ରିକେଟରଙ୍କ ଟେଷ୍ଟ୍ କ୍ୟାରିଅର୍ ନୁର୍ଜାହାଁଙ୍କ ପାଇଁ ସମାପ୍ତ ହୋଇଯାଇଥିଲା।
ଚର୍ଚ୍ଚା ହୁଏ ଏକଦା ନଜର ମହୋମ୍ମଦଙ୍କ ସହ ଗୋଟିଏ କୋଠରୀରେ ଥିବା ବେଳେ ନୁର୍ଙ୍କ ସ୍ୱାମୀ ତାଙ୍କୁ ଧରି ନେଇଥିଲେ। ହଠାତ୍ ହଡବଡ଼େଇ ଯାଇ ନଜର ପ୍ରଥମ ମହଲାରୁ ଝରକାରୁ ତଳକୁ ଡେଇଁ ପଡ଼ିଥିଲେ। ହାତ ଭାଙ୍ଗିଯାଇଥିଲା। ତେଣୁ ତାଙ୍କୁ କ୍ରିକେଟ୍ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେବାକୁ ପଡ଼ିଥିଲା।
from Odisha Reporter http://bit.ly/2A7uwkv
No comments:
Post a Comment