ସାବଧାନ୍! ଭୋଗିପାରନ୍ତି ଏହି ସବୁ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ସାବଧାନ୍! ଭୋଗିପାରନ୍ତି ଏହି ସବୁ ସମସ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜିର ଆଧୁନିକ ଯୁଗରେ ପ୍ରାୟ ସବୁ ମହିଳାଙ୍କ ପସନ୍ଦ ହାଇ ହିଲ୍‌। ପାର୍ଟି ବା ଫଙ୍କସନ୍‌ରେ ସାଧାରଣତଃ ମହିଳାମାନେ ଗ୍ଲାମରସ୍‌ ଓ ଷ୍ଟାଇଲିସ୍‌ ଦେଖାଯିବା ଲାଗି ହାଇ ହିଲ୍ ପିନ୍ଧି ଯାଇଥାନ୍ତିI ଏହାଦ୍ୱାରା କମ୍‌ ଉଚ୍ଚତା ଥିବା ମହିଳାମାନେ ଡେଙ୍ଗା ଦେଖାଯାଉଥିବା ବେଳେ ଅନ୍ୟମାନେ ଷ୍ଟାଇଲିସ୍‌ ଲୁକ୍‌ ପାଇଥାନ୍ତି।

ହେଲେ ଜାଣି ରଖନ୍ତୁ, ହାଇ ହିଲ୍ ପିନ୍ଧିବା ଦ୍ୱାରା ମହିଳାମାନଙ୍କର ଅନେକ କ୍ଷତି ହେଇଥାଏI ଆସନ୍ତୁ ଜାଣିବା କ’ଣ ପାଇଁ ଏହା କ୍ଷତିକାରକ।

– ଏକ ସର୍ଭେ ଅନୁଯାୟୀ ହାଇ ହିଲ୍ ପିନ୍ଧୁଥିବା ମହିଳାମାନଙ୍କ ମଧ୍ୟରେ ପାଖାପାଖି 85% ମହିଳାଙ୍କର ଗୋଡବିନ୍ଧା, ପିଠି ଯନ୍ତ୍ରଣା ହୋଇଥାଏ।

– ସବୁବେଳେ ହାଇ ହିଲ୍ ପିନ୍ଧିବା ଦ୍ୱାରା ଗୋଡ଼ର ଗୋଇଠି, କଚଟି ଉପରେ ପ୍ରଭାବ ପଡ଼ିବା ସହ ପାଦର ସ୍ନାୟୁ ଓ ମାଂସପେଶୀ ଦୁର୍ବଳ ହୋଇଯାଏ।

– ହାଇ ହିଲ୍‌ର ଆକୃତି ଏପରି ହୋଇଥାଏ ଯେ, ଏହା ଦ୍ୱାରା ଶିରା ପ୍ରଶିରାରେ ରକ୍ତ ପ୍ରବାହ ସଙ୍କୁଚିତ ହୋଇଯାଇଥାଏ। ଯାହା ଦ୍ୱାରା ଶରୀରକୁ ରକ୍ତ ସଞ୍ଚାଳନ ଠିକ୍‌ ହୋଇ ନ ଥାଏ। ବହୁବାର ରକ୍ତନଳୀ ଭାଙ୍ଗିଯିବାର ମଧ୍ୟ ସମ୍ଭାବନା ଥାଏ।
– ହାଇ ହିଲ୍ ପିନ୍ଧିବା ଦ୍ୱାରା ଆଣ୍ଠୁରେ ଯନ୍ତ୍ରଣା ବଢିବାକୁ ଲାଗିଥାଏI ଯେତେବେଳେ ଆପଣ ଏହାକୁ ପିନ୍ଧି ଚାଲିଥାନ୍ତି ସେତେବେଳେ ଆପଣଙ୍କ ଗୋଡ଼ ସ୍ୱଭାବିକ ଭାବେ ବଙ୍କା ହୋଇ ନ ଥାଏ, ସେଥିପାଇଁ ଆପଣଙ୍କ ଆଣ୍ଠୁରେ ଚାପ ପଡ଼ିଥାଏ। ଏହା ଦ୍ୱାରା ତଳ ଅଣ୍ଟା ବ୍ୟଥା ଆରମ୍ଭ ହୋଇଯାଏ।

– କେବଳ ଯେ, ଅଣ୍ଟା ବିନ୍ଧେ ତା ନୁହଁ, ହାଇ ହିଲ୍‌ ପିନ୍ଧିଲେ ଆମ ମେରୁଦଣ୍ଡରେ ଯଥେଷ୍ଟ ପ୍ରଭାବ ପଡ଼ିଥାଏ। ଫଳରେ ପିଠି ଓ ବେକ ଯନ୍ତ୍ରଣା ହୁଏ। ବେଳେ ବେଳେ ମୁଣ୍ଡ ମଧ୍ୟ ବ୍ୟଥା କରିଥାଏ।

ଯଦି ଆପଣ ସବୁବେଳେ ହାଇ ହିଲସ ପିନ୍ଧୁଛନ୍ତି ତେବେ ଏହାକୁ କମ୍ କରନ୍ତୁ। ଏହା ବଦଳରେ ଆରାମଦାୟମ ଚପଲ ପିନ୍ଧନ୍ତୁ ଏବଂ ହାଇ ହିଲ ବ୍ୟବହାର ବେଳେବେଳେ କରନ୍ତୁ। ଫ୍ଲାଟସ୍ ପିନ୍ଧନ୍ତୁ। ଏହା ମଧ୍ୟ ଆପଣଙ୍କୁ ଏକ ଷ୍ଟାଇଲିସ୍  ଓ ସ୍ମାର୍ଟ ଲୁକ୍‌ ଦେବ।



from Odisha Reporter https://ift.tt/2EdfOvd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages