ଆଡେଲେଡ୍: ଅଷ୍ଟ୍ରେଲିଆକୁ ହରାଇ ଆଡେଲେଡ୍ ଟେଷ୍ଟରେ ବାଜି ମାରି ନେଇଛି ଭାରତ। ଭାରତୀୟ ବୋଲରମାନେ ତ ଭଲ ପ୍ରଦର୍ଶନ କରିଥିଲେ, ତେବେ ମ୍ୟାଚ୍ର ନାୟକ ସାଜିଥିଲେ ଚେତେଶ୍ୱର ପୂଜାରା। ସେ ପ୍ରଥମ ଇନିଂସ୍ରେ ୧୨୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍ରେ ୭୧ ରନ୍ କରିଥିଲେ। ଏଥିପାଇଁ ସେ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି।
ଏହି ମ୍ୟାଚ୍ରେ ଭାରତ ବିଜୟୀ ହେବା ପରେ ବିସିସିଆଇ ପକ୍ଷରୁ ଏକ ଟ୍ୱିଟ୍ କରାଯାଇ ‘ଇତିହାସର ପୁନରାବୃତ୍ତି’ ବୋଲି ଲେଖାଯାଇଥିଲା। କାହିଁକି ବିସିସିଆଇ ‘ଇତିହାସର ପୁନରାବୃତ୍ତି’ ଲେଖିଥିଲା, ତାହା ପରବର୍ତ୍ତୀ ଦୁଇଟି ଧାଡ଼ିରୁ ଜଣାପଡ଼ିଛି।
୧୫ ବର୍ଷ ତଳେ ଆଡେଲେଡ୍ରେ ଭାରତ ଏକ ଟେଷ୍ଟ୍ ମ୍ୟାଚ୍ ଜିତି ଥିଲା। ୨୦୦୩ରେ ଭାରତ ଏହି ମ୍ୟାଚ୍ ଜିତିଥିବା ବେଳେ ରାହୁଲ ଡ୍ରାଭିଡ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ହୋଇଥିଲେ। ସେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ରାହୁଲ ଏହି ମ୍ୟାଚ୍ର ପ୍ରଥମ ଇନିଂସ୍ରେ ୨୩୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସ୍ରେ ୭୨ ରନ୍ କରି ଅପରାଜିତ ଥିଲେ।

History repeats itself!

In the 2003 Adelaide Test, No. 3 Rahul Dravid won the Player of the Match.
In 2018, No. 3 @cheteshwar1 is named Player of the Match. #TeamIndia pic.twitter.com/LOnRQNbXyo
— BCCI (@BCCI) December 10, 2018

ସେହିପରି ଆଜି ସମାପ୍ତ ହୋଇଥିବା ଟେଷ୍ଟ୍ ମ୍ୟାଚ୍ରେ ଚେତେଶ୍ୱର ପୂଜାରା ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ହୋଇଛନ୍ତି ଓ ସେ ବି ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ।
ଏ କଥାଟି ଦ୍ରାବିଡ଼ ଓ ପୂଜାରାଙ୍କ ମଧ୍ୟରେ ଥିବା ଅପୂର୍ବ ସଂଯୋଗରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି।
କାରଣ ରାହୁଲ ଦ୍ରାବିଡ଼ ୧୦୮ଟି ଇନିଂସ୍ ଖେଳି ଟେଷ୍ଟ୍ କ୍ରିକେଟ୍ରେ ୫୦୦୦ ରନ୍ ପୂରଣ କରିଥିବା ବେଳେ ପୂଜାରାଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଘଟିଛି। ସେ ବି ସମାନ ସଂଖ୍ୟକ ଇନିଂସରୁ ୫୦୦୦ ରନ୍ ପୂରଣ କରିଥିଲେ। ଆଡେଲେଡ ଟେଷ୍ଟରେ ହିଁ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ।
ସେହିପରି ଡ୍ରାଭିଡ ୮୪ଟି ଇନିଂସ୍ରୁ ୪୦୦୦ ରନ୍ ପୂରଣ କରିଥିବା ବେଳେ ପୂଜାରା ମଧ୍ୟ ସମାନ ସଂଖ୍ୟକ ଇନିଂସରୁ ୪୦୦୦ ରନ୍ ପୂରଣ କରିଥିଲେ। ଖାଲି ଏତିକି ନୁହେଁ, ୬୭ଟି ଲେଖାଏ ଇନିଂସରୁ ଦୁହେଁ ୩୦୦୦ ରନ୍ ପୂରଣ କରିଥିଲେ।
from Odisha Reporter https://ift.tt/2G6GYX7
No comments:
Post a Comment