ଆଇପିଏଲ୍‌ ନିଲାମ: ୬୦ ଖେଳାଳିଙ୍କ ପାଇଁ ୧୦୬.୮୦ କୋଟି ଖର୍ଚ୍ଚ କଲେ ୮ ଦଳ, ଓଡ଼ିଶାର ଦୁଇ ଜଣଙ୍କୁ କେହି କିଣିଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଆଇପିଏଲ୍‌ ନିଲାମ: ୬୦ ଖେଳାଳିଙ୍କ ପାଇଁ ୧୦୬.୮୦ କୋଟି ଖର୍ଚ୍ଚ କଲେ ୮ ଦଳ, ଓଡ଼ିଶାର ଦୁଇ ଜଣଙ୍କୁ କେହି କିଣିଲେନି

ଜୟପୁର: ଆଇପିଏଲ୍‌ର ୧୨ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଆଜି ଜୟପୁରଠାରେ ଚାଲିଥିବା ନିଲାମୀରେ ୮ଟି ଦଳ ୬୦ ଜଣ ଖେଳାଳିଙ୍କୁ କିଣିଛନ୍ତି। ଏମାନଙ୍କ ପାଇଁ ୮ଟି ଯାକ ଫ୍ରାଞ୍ଚାଇଜି ୧୦୬.୮୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ୬୦ ଜଣ ଖେଳାଳିଙ୍କ ମଧ୍ୟରେ ୨୦ ଜଣ ବିଦେଶୀ ଖେଳାଳି ମଧ୍ୟ ରହିଛନ୍ତି।

ଚଳିତ ନିଲାମ ପ୍ରକ୍ରିୟାରେ ଷ୍ଟାର ଖେଳାଳିଙ୍କ ଅପେକ୍ଷା ଘରୋଇ କ୍ରିକେଟ୍‌ ଖେଳୁଥିବା ଭାରତର ଯୁବ ତାରକାଙ୍କ ଚାହିଦା ଅଧିକ ଦେଖିବାକୁ ମିଳିଛି। ସବୁଠାରୁ ଧନୀ ଅନ୍‌କ୍ୟାପଡ୍‌ ଖେଳାଳି ହୋଇଛନ୍ତି ତାମିଲନାଡୁର ବିସ୍ମୟ ଅଲରାଉଣ୍ଡର ବରୁନ୍‌ ଚକ୍ରବର୍ତ୍ତୀ। ତାଙ୍କୁ କିଙ୍ଗ ଏକାଦଶ ପଞ୍ଜାବ ୮.୪ କୋଟି ଟଙ୍କାରେ କିଣିଛି। ସେହିପରି ଜୟଦେବ ଉନାଡକତ୍‌ଙ୍କୁ ରାଜସ୍ଥାନ ରୟାଲ୍ସ ୮.୪ କୋଟି ଟଙ୍କାରେ ନିଜ ପାଖରେ ରଖିଛି।

ବିଦେଶୀ ଖେଳାଳିଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡରଙ୍କ ଚାହିଦା ଅଧିକ ରହିଥିଲା। କିନ୍ତୁ ଇଂଲିଶ ଅଲରାଉଣ୍ଡ ସାମ କରାନ୍‌ ସବୁଠାରୁ ଦାମି ବିଦେଶୀ ଖେଳାଳି ହୋଇଛନ୍ତି। ତାଙ୍କୁ ପଞ୍ଜାବ ୭.୨ କୋଟିରେ କିଣିଛି। ଅନ୍ୟପକ୍ଷରେ ପ୍ରଥମ ରାଉଣ୍ଡରେ ବିକ୍ରି ହୋଇପାରି ନଥିବା ଯୁବରାଜ ସିଂହଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ରାଉଣ୍ଡରେ କିଣିଛି। କିନ୍ତୁ ଚେତେଶ୍ୱର ପୂଜାରା, ବ୍ରେଣ୍ଡନ ମ୍ୟାକ୍‌କୁଲମ, ଡେଲ ଷ୍ଟେନ୍‌, କ୍ରିସ୍‌ ୱକ୍ସ, ଆଲେକ୍ସ ହେଲ୍ସ, କ୍ରିସ୍‌ ଜୋର୍ଡନ, ଆଞ୍ଜିଲୋ ମ୍ୟାଥ୍ୟୁସ,ଆଡାମ ଝାମ୍ଫା, ମୋର୍ନି ମର୍କେଲ ଏବଂ ଡାନିଏଲ୍‌ ଖ୍ରୀଷ୍ଟିୟାନଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ଏଥର କୌଣସି ଦଳ କିଣିବାକୁ ଆଗ୍ରହ ଦେଖାଇନାହାନ୍ତି।

ସେହିପରି ନିଲାମ ପ୍ରକ୍ରିୟାରେ ଓଡ଼ିଶାର ପପୁ ରାୟ ଓ ସୂର୍ଯ୍ୟକାନ୍ତ ପ୍ରଧାନ ସାମିଲ ହୋଇଥିଲେ ହେଁ ସେମାନଙ୍କୁ କେହି କି ପସନ୍ଦ କରି ନଥିବା ଜଣାପଡ଼ିଛି।

କିଏ କେଉଁ ଦଳକୁ କେତେ ଟଙ୍କାରେ ଗଲେ

ଚେନ୍ନାଇ ସୁପରକିଙ୍ଗସ୍‌

୧: ମୋହିତ ଶର୍ମା-୫ କୋଟି

୨:ଋତୁରାଜ ଗାଏକ୍ୱାଡ୍‌-୨୦ ଲକ୍ଷ

ଦିଲ୍ଲୀ କ୍ୟାପିଟାଲ୍ସ

୧: କଲିନ୍‌ ଇନ୍‌ଗ୍ରାମ(ଦକ୍ଷିଣ ଆଫ୍ରିକା)-୬.୪୦ କୋଟି

୨: ଅକ୍ସଲ ପଟେଲ-୫ କୋଟି

୩:ହନୁମା ବିହାରୀ-୨ କୋଟି

୪: ଶେଫେନ୍‌ ରଥରଫୋର୍ଡ (ୱେଷ୍ଟଇଣ୍ଡିଜ୍‌)-୨ କୋଟି

୫: ଇଶାନ୍ତ ଶର୍ମା:୧.୧୦ କୋଟି

୬: କେମୋ ପଲ୍‌(ୱେଷ୍ଟଇଣ୍ଡିଜ୍‌)- ୫୦ ଲକ୍ଷ

୭: ଜଲଜା ସକ୍ସେନା- ୨୦ ଲକ୍ଷ

୮: ଅଙ୍କୁଶ ବେନ୍ସ- ୨୦ ଲକ୍ଷ

୯: ନାଥୁ ସିଂହ- ୨୦ ଲକ୍ଷ

୧୦: ବନ୍ଦାରୁ ଆୟାପ୍ପା-୨୦ ଲକ୍ଷ

କିଙ୍ଗସ୍‌ ଏକାଦଶ ପଞ୍ଜାବ

୧: ବରୁନ୍‌ ଚକ୍ରବର୍ତ୍ତୀ-୮.୪ କୋଟି

୨: ସାମ କରାନ୍‌(ଇଂଲଣ୍ଡ)- ୭.୨ କୋଟି

୩: ମହମ୍ମଦ ଶାମି-୪.୮୦ କୋଟି

୪: ପ୍ରଭସିମରନ୍‌ ସିଂହ-୪.୮ କୋଟି

୫: ନିକୋଲସ୍‌ ପୋରାନ-୪.୨୦ କୋଟି

୬: ମୋସେସ୍‌ ହେନରିକ୍ସ(ଅଷ୍ଟ୍ରେଲିଆ)-୧ କୋଟି

୭: ହାର୍ଡସ ଭିଲଜୋନ(ଦକ୍ଷିଣ ଆଫ୍ରିକା)-୭୫ ଲକ୍ଷ

୮: ଦର୍ଶନ ନଲକଣ୍ଡେ-୩୦ ଲକ୍ଷ

୯: ସର୍ଫରାଜ ଖାନ୍‌-୨୫ ଲକ୍ଷ

୧୦: ଅର୍ଶଦୀପ ସିଂହ: ୨୦ ଲକ୍ଷ

୧୧: ଅଗ୍ନିଭେସ ଆୟାଚି-୨୦ ଲକ୍ଷ

୧୨: ହରପ୍ରୀତ ବ୍ରାର -୨୦ ଲକ୍ଷ

୧୩: ମୁରଗାନ ଅଶ୍ୱିନ୍‌-୨୦ ଲକ୍ଷ

କୋଲକାତା ନାଇଟ୍‌ ରାଇଡର୍ସ

୧:କ୍ରାରଲୋସ ବ୍ରାଥୱେଟ୍‌(ୱେଷ୍ଟଇଣ୍ଡିଜ୍‌)-୫ କୋଟି

୨: ଲକି ଫରଗୁସନ୍‌(ନ୍ୟୁଜିଲ୍ୟାଣ୍ଡ)-୧.୬୦ କୋଟି

୩: ଜୋ ଡେନଲେ(ଇଂଲଣ୍ଡ)-୧ କୋଟି

୪: ହ୍ୟାରି ଗୁରନେ(ଇଂଲଣ୍ଡ)-୭୫ ଲକ୍ଷ

୫: ନିହିଲ ନାଏକ-୨୦ ଲକ୍ଷ

୬: ଶ୍ରୀକାନ୍ତ ମୁଣ୍ଡେ-୨୦ ଲକ୍ଷ

୭: ପୃଥ୍ୱୀରାଜ ୟାରା- ୨୦ ଲକ୍ଷ

୮: ଅନରିଚ୍‌ ନୋରଟେଜ୍‌(ଦକ୍ଷିଣ ଆଫ୍ରିକା)-୨୦ ଲକ୍ଷ

ମୁମ୍ବାଇ ଇଣ୍ଡିଆନ୍ସ

୧: ବରୀନ୍ଦର ସ୍ରାନ୍‌-୩.୪ କୋଟି

୨: ଲସିଥ ମାଲିଙ୍ଗା- ୨କୋଟି

୩: ଯୁବରାଜ ସିଂହ-୧ କୋଟି

୪: ଅନମୋଲପ୍ରୀତ ସିଂହ-୮୦ ଲକ୍ଷ

୫: ପଙ୍କଜ ଜସ୍ୱାଲ-୨୦ ଲକ୍ଷ

୬: ରଶିଖ ଦର: ୨୦ ଲକ୍ଷ

ସନରାଇଜର୍ସ ହାଇଦ୍ରାବାଦ

୧: ଜନ୍ନି ବେୟାରଷ୍ଟୋ(ଇଂଲଣ୍ଡ)-୨.୨ କୋଟି

୨: ରିଦ୍ଧିମାନ ଶାହା-୧.୨ କୋଟି

୩: ମାର୍ଟି ଗପ୍ଟିଲ(ନ୍ୟୁଜିଲ୍ୟାଣ୍ଡ)- ୧ କୋଟି

ରାଜସ୍ଥାନ ରୟାଲ୍ସ

୧: ଜୟଦେବ ଉନାଡକତ୍‌-୮.୪ କୋଟି

୨: ବରୁନ ଅରୁନ୍‌-୨.୪୦ କୋଟି

୩: ଓଶେନ୍‌ ଥୋମାସ୍‌(ୱେଷ୍ଟଇଣ୍ଡିଜ୍‌)-୧.୧ କୋଟି

୪: ଅଶଟନ୍‌ ଟର୍ନର(ଅଷ୍ଟ୍ରେଲିଆ)-୫୦ ଲକ୍ଷ

୫: ଲିଆମ ଲିଭିଙ୍ଗଷ୍ଟୋନ୍‌(ଇଂଲଣ୍ଡ)-୫୦ ଲକ୍ଷ

୬: ଶଶାଙ୍କ ସିଂହ-୩୦ ଲକ୍ଷ

୭: ରିୟାନ ପରାଗ- ୨୦ ଲକ୍ଷ

୮: ମନନ୍ ଭୋରା-୨୦ ଲକ୍ଷ

୯: ଶୁଭମ ରଞ୍ଜନ- ୨୦ ଲକ୍ଷ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

୧: ଶିବମ ଦୁବେ-୫ କୋଟି

୨: ଶିମରନ୍‌ ହେଟମେୟର-୪.୨ କୋଟି

୩: ଆକାଶଦୀପ ନାଥ-୩.୬ କୋଟି

୪: ପ୍ରାୟସ ରାୟ ବର୍ମନ-୧.୫ କୋଟି

୫: ହିମତ ସିଂହ-୬୫ ଲକ୍ଷ

୬: ଗୁରୁକିରତ ସିଂହ-୫୦ ଲକ୍ଷ

୭: ହେନରିଚ୍‌ କାଲସେନ୍‌(ଦକ୍ଷିଣ ଆଫ୍ରିକା)-୫୦ ଲକ୍ଷ

୮: ଦେବଦତ୍ତ ପଡିକ୍କଲ-୨୦ ଲକ୍ଷ

୯: ମିଲନ୍ଦ କୁମାର-୨୦ ଲକ୍ଷ



from Odisha Reporter https://ift.tt/2EsMC3f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages