
ନୂଆଦିଲ୍ଲୀ: ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଥିବା ଏକ ଶେଲଟର ହୋମ୍ରେ ଝିଅମାନଙ୍କୁ କେଉଁଭଳି ଭାବେ ନିର୍ଯାତନା ଦିଆଯାଉଥିଲା, ତା’ର ଚିତ୍ର ଏବେ ସାମ୍ନାକୁ ଆସିଛି। ଝିଅମାନଙ୍କୁ ଶେଲଟର ହୋମର କର୍ମଚାରୀମାନେ ଭୁଲ କଲେ ସେମାନଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ଭର୍ତ୍ତି କରି ଦଣ୍ଡ ଦେଉଥିଲେ। ଏପରି କି ସେମାନଙ୍କୁ ଲଙ୍କା ଗୁଣ୍ଡ ଖାଇବାକୁ ମଧ୍ୟ ଦିଆଯାଉଥିଲା। ଏହି ଘଟଣା ପରେ ଦିଲ୍ଲୀ ମହିଳା କମିଶନ ପକ୍ଷରୁ ପୁଲିସ୍ରେ ଅଭିଯୋଗ କରାଯାଇଛି।
ଗୁରୁବାର ଦିନ ମହିଳା କମିଶନ ପକ୍ଷରୁ ଶେଲଟର ହୋମ ଗୁଡ଼ିକର ସ୍ଥିତି ପରଖା ଯାଇଥିଲା। ଏହି ସମୟରେ ସେମାନେ ଦ୍ୱାରକା ଅଞ୍ଚଳରେ ଶେଲଟର ହୋମରେ ରହୁଥିବା ୬ରୁ ୧୫ ବର୍ଷ ବୟସ୍କ ଝିଅମାନଙ୍କ ସହ କଥା ହୋଇଥିଲେ। ଝିଅମାନେ ଶେଲଟର ହୋମର ମହିଳା କର୍ମଚାରୀମାନଙ୍କ ଦ୍ୱାରା କେମିତି ନିର୍ଯାତନାର ଶିକାର ହେଉଛନ୍ତି, ସେକଥା କହିଥିଲେ।
ଏହି କିଶୋରୀମାନଙ୍କୁ ବାସନମାଜିବା ଏବଂ କପଡ଼ା ସଫା କରିବାକୁ କୁହାଯାଉଥିଲା। ଶେଲଟର ହୋମରେ ଆବଶ୍ୟକ ଅନୁଯାୟୀ କର୍ମଚାରୀ ନଥିବାରୁ ଝିଅମାନଙ୍କୁ ରୋଷେଇଠାରୁ ଆରମ୍ଭ କରି ଶୌଚାଳୟ ସଫା କରିବାକୁ ମଧ୍ୟ ପଡ଼ୁଥିଲା। ୨୨ ଜଣ ଝିଅ ଏବଂ କର୍ମଚାରୀଙ୍କ ପାଇଁ ଶେଲଟର ହୋମରେ ଜଣେ ମାତ୍ର ରୋଷେୟା ରହିଛନ୍ତି। ଯଦି କେହି କର୍ମଚାରୀଙ୍କ କଥା ମାନନ୍ତି ନାହିଁ, ତା’ହେଲେ ସେମାନଙ୍କୁ ମାଡ଼ ମରାଯିବା ସହ ସେମାନଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ଭର୍ତ୍ତି କରାଯାଉଥିବା ଅଭିଯୋଗ ହୋଇଛି।
from Odisha Reporter http://bit.ly/2Akb6cj
No comments:
Post a Comment