ବ୍ରିଟେନ୍‌ରେ ଲୁଚିଛନ୍ତି ନିରବ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ବ୍ରିଟେନ୍‌ରେ ଲୁଚିଛନ୍ତି ନିରବ ମୋଦି

ନୂଆଦିଲ୍ଲୀ: ମଦ ବ୍ୟବସାୟୀ ତଥା ବ୍ୟାଙ୍କରୁ ଋଣ ନେଇ ବ୍ରିଟେନ୍‌ରେ ଆତ୍ମଗୋପନ କରିଥିବା ବିଜୟ ମାଲ୍ୟାଙ୍କ ଭଳି ଅନ୍ୟତମ ଋଣ ଖିଲାପକାରୀ ହୀରା ବ୍ୟବସାୟୀ ନିରବ ମୋଦି ମଧ୍ୟ ସେହି ବ୍ରିଟେନରେ ଲୁଚିଛନ୍ତି। ଭାରତର ଅନୁରୋଧ କ୍ରମେ ନିରବ ମୋଦି ଘଟଣାରେ ତଦନ୍ତ କରୁଥିବା ବ୍ରଟେନ୍‌ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଏହି ସୂଚନା ମିଳିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟସଭାର ସଦସ୍ୟଙ୍କୁ ଏହା ଅବଗତ କରାଯାଇଛି।

ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ରାଜ୍ୟସଭାକୁ ଜଣାଇଛନ୍ତି ଯେ, “ ନ୍ୟାଶନାଲ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ମାନଚେଷ୍ଟର ପକ୍ଷରୁ ନିରବ ମୋଦିଙ୍କ ସମ୍ପର୍କରେ ତଦନ୍ତ କରାଯାଇଥିଲା। ନିରବ ମୋଦି ବ୍ରିଟେନ୍‌ରେ ଥିବା ସଂସ୍ଥା ଜାଣିବା ପରେ ଏକଥାକୁ ଭାରତୀୟ ତଦନ୍ତକାରୀ ସଂସ୍ଥାକୁ ଅବଗତ କରାଇଛନ୍ତି।

୨୦୧୮ ମସିହା ଅଗଷ୍ଟ ମାସରେ ସିବିଆଇ ଏବଂ ଇଡି ପକ୍ଷରୁ ବ୍ରିଟେନ୍‌ କର୍ତ୍ତୃପକ୍ଷଙ୍କୁ ଦୁଇଥର ଚିଠି ଲେଖାଯାଇ ନିରବ ମୋଦିଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରାଯାଇଥିଲା। ବର୍ତ୍ତମାନ ଏହି ଅନୁରୋଧର ଚିଠି ବ୍ରିଟେନ୍‌ କର୍ତ୍ତୃପକ୍ଷଙ୍କ ବିଚରାଧୀନ ରହିଛି।”

ଜୁନ୍‌ ମାସରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଶ୍ୱର ବିଭିନ୍ନ ୟୁରୋପିଆନ୍‌ ଦେଶକୁ ଚିଠି ଲେଖାଯାଇଥିଲା। ଯେଉଁଥିରେ ନିରବ ମୋଦି ଫେରାର ଘଟଣାରରେ ଭାରତକୁ ସହଯୋଗ କରିବାକୁ କୁହାଯାଇଥିଲା।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଋଣ ଖିଲାପ ଘଟଣାରେ ନିରବ ମୋଦି ଅଭିଯୁକ୍ତ ରହିଛନ୍ତି।



from Odisha Reporter http://bit.ly/2SrCjR6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages