ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି: ମଧ୍ୟସ୍ଥି ମିଶେଲଙ୍କୁ ୫ ଦିନ ଜେରା କରିବ ସିବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି: ମଧ୍ୟସ୍ଥି ମିଶେଲଙ୍କୁ ୫ ଦିନ ଜେରା କରିବ ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ ମଧ୍ୟସ୍ଥି ସାଜିଥିବା ବ୍ରିଟିଶ ନାଗରିକ ଖ୍ରୀଷ୍ଟିୟାନ୍‌ ମିଶେଲଙ୍କୁ ସିବିଆଇ ୫ ଦିନ ପାଇଁ ନିଜ ହେଫାଜତକୁ ନେଇଛି। ଏହି ସମୟରେ ସିବିଆଇ ଦୁର୍ନୀତିରେ ସଂପୃକ୍ତ ଥିବା ରାଜନେତା ଓ ପ୍ରଶାସିନକ ଅଧିକାରୀଙ୍କ ନାଁ ପଦାକୁ ଆଣିବାକୁ ଚେଷ୍ଟା କରିବ। ସିବିଆଇକୁ ଆଜି ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ମିଶେଲଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ଗତକାଲି ଦୁବାଇରୁ ଭାରତକୁ ପ୍ରତ୍ୟର୍ପଣ ହୋଇଥିବା ମିଶେଲଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସିବିଆଇ ପଟିଆଲା ହାଉସ୍‌ କୋର୍ଟରେ ହାଜର କରିଥିଲା। ମିଶେଲଙ୍କ ଓକିଲ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇବାକୁ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ। କିନ୍ତୁ ସିବିଆଇ ମିଶେଲଙ୍କୁ ନିଜ ହେଫାଜତକୁ ନେବାକୁ ଚାହିଁଥିଲା।
ଏହି ଦୁର୍ନୀତିରେ ମିଳିଥିବା କିଛି ତଥ୍ୟର ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇ ମିଶେଲଙ୍କୁ ଜେରା କରିବା ନିହାତି ଦରକାର ବୋଲି ଯୁକ୍ତି ବାଢ଼ିଥିଲା। ସିବିଆଇ ଯୁକ୍ତିକୁ କୋର୍ଟ ଗ୍ରହଣ କରିଥିଲେ। କିନ୍ତୁ ପ୍ରତିଦିନ ସକାଳେ ଏକ ଘଣ୍ଟା ଓ ସନ୍ଧ୍ୟାରେ ଏକ ଘଣ୍ଟା ମିଶେଲଙ୍କ ଓକିଲ ତାଙ୍କୁ ଦେଖା କରିପାରିବେ ବୋଲି କୋର୍ଟ ଅନୁମତି ଦେଇଛନ୍ତି।

ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଠାରୁ ୩୬୦୦ କୋଟି ଟଙ୍କାରେ ୧୨ଟି ହେଲିକପ୍ଟର କିଣିବା ପାଇଁ ଭାରତ ସରକାର ଚୁକ୍ତି କରିଥିଲେ। କିନ୍ତୁ ଏହି ଚୁକ୍ତିରେ ବ୍ୟାପକ ହେରଫେର ହୋଇଥିବା ସିବିଆଇ ଜାଣିବାକୁ ପାଇଥିଲା। ୟୁପିଏ ସରକାରଙ୍କ ଅମଳରେ ହିଁ ଏହି ମହାଦୁର୍ନୀତିର ମୂଳଦୁଆ ପଡ଼ିଥିଲା।

ଏଥିପାଇଁ ମିଶେଲ ପାଖାପାଖି ୨୨୫ କୋଟି ଟଙ୍କା ଲାଞ୍ଚ ନେଇଥିଲେ।



from Odisha Reporter https://ift.tt/2ARIYg2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages