‘ପିଠା’ ଯୋଜନା ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ୍ଣ କଙ୍କଣ ଦାନ ଭଳି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

‘ପିଠା’ ଯୋଜନା ବୃଦ୍ଧ ବ୍ୟାଘ୍ରର ସ୍ୱର୍ଣ୍ଣ କଙ୍କଣ ଦାନ ଭଳି: ଧର୍ମେନ୍ଦ୍ର

dharmendra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନାର ପ୍ରଚାର ଓ ଏହାର ସୁଫଳ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ପିଠା’ ଯୋଜନା। କିନ୍ତୁ ଏହାକୁ ତାଚ୍ଛଲ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବୃଦ୍ଧ ବ୍ୟାଘ୍ର ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତୁଳନା କରିବା ସହ ଆସନ୍ନ ପରାଜୟ ଜାଣି ସ୍ୱର୍ଣ୍ଣ କଙ୍କଣ ଧରି ସେ ଠିଆ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି-“ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଲୁଟ୍‌ ହେଉଛି। ବିନା ଟେଣ୍ଡର ଓ ପାରଦର୍ଶିତାରେ ଦଳୀୟ କର୍ମୀଙ୍କୁ କାମ ବଣ୍ଟାଯାଉଛି। ପରବର୍ତ୍ତୀ ସମୟରେ କାମ ହେଉନାହିଁ। ଏପରିକି ନିର୍ମାଣ କାର୍ଯ୍ୟ କାହିଁକି ହେଉନି, ତାହାର ଉତ୍ତର ଦାୟିତ୍ୱ କେହି ନେଉନାହାନ୍ତି। ଯାହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗୁଛି। ୧୦ ହଜାର କୋଟି ଟଙ୍କା ଯୁବକ ଓ ଯୁବତୀଙ୍କ ରୋଜଗାରର ବହୁ ବଡ଼ ମାଧ୍ୟମ ହୋଇପାରିଥାଆନ୍ତା। କିନ୍ତୁ ଶାସକ ଦଳର ନିର୍ଦ୍ଦିଷ୍ଟ ମୁଷ୍ଟିମେୟ ବ୍ୟକ୍ତି ଏହାକୁ ହଡପ୍‌ କରୁଥିବାରୁ ଯୁବପିଢ଼ି ହତାଶ ହୋଇଛନ୍ତି। ଏହି ଲୁଟ୍‌ର ମହାନାୟକ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିରୋଧୀ ଦଳ ଭାବେ ବିଜେପି ଯୁବ ମୋର୍ଚ୍ଚାର ଦାୟିତ୍ୱ ଏହି କଥାକୁ ରାଜ୍ୟବାସୀଙ୍କ ପାଖରେ ପହଞ୍ଚାଇବା ଓ ଲୁଟ୍‌କୁ ବନ୍ଦ କରିବା। ସେଥିପାଇଁ ଏହି ଲୁଟ୍‌ ବିରୋଧରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଯୁବ ମୋର୍ଚ୍ଚା ଆଜି ଆହ୍ୱାନ ଦେଇଛି। ମୁଁ ଭାବୁଛି ସେମାନେ ନ୍ୟାୟୋଚିତ କଥାକୁ ନେଇ ଲଢ଼େଇ ଆରମ୍ଭ କରିଛନ୍ତି।”

ସେ କହିଛନ୍ତି-“ଓଡ଼ିଶାରେ ରେଳ ବିଭାଗ, CPW ଓ NHAIର କାମ କ’ଣ କେ-୨ରେ ହେଉଛି? ବିଜେଡି କାହା ସହିତ ପ୍ରବଞ୍ଚନା କରୁଛନ୍ତି? ସବୁବେଳେ ଭୁଲ୍‌ କଥା କହି ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ଓଡ଼ିଶାରେ ଟଙ୍କା ଖର୍ଚ୍ଚ କରୁଛନ୍ତି। କ’ଣ କେ-୨ ଭଳିଆ ନମିନେସନ୍‌ ଟଙ୍କା ଖର୍ଚ୍ଚ କରୁଛନ୍ତି? କ’ଣ କିଛି ପ୍ରମାଣ ସେମାନଙ୍କ ପାଖରେ ଅଛି? ନିଜ ଦୁର୍ବଳତା ଲୁଚାଇବା ପାଇଁ ଇଏ ଏକ ଷଡ଼ଯନ୍ତ୍ର। ଲୋକେ ଏହାକୁ ବୁଝିଲେଣି। ଇଏ ଯେଉଁ ବୃଦ୍ଧ ବ୍ୟାଘ୍ରର କଙ୍କଣ ଦାନ, ତାହାର ବିକଳ୍ପ ହେଉଛି ଓଡ଼ିଶାର ‘ପିଠା’। ୧୮ ବର୍ଷ କେଳେଙ୍କାରୀ ଶାସନ ଚଲାଇ ହଜାର ହଜାର ଦୁର୍ନୀତିରେ ଫସିବା ପରେ ବୃଦ୍ଧ ବ୍ୟାଘ୍ରର କଙ୍କଣ ଦାନ ପରି ନାଟକ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏମାନେ ‘ପିଠା’ ନାଁରେ ବିଧାମରା ଯୋଜନା ଆରମ୍ଭ କରିଛନ୍ତି। ଏହା ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ ହୋଇଛି।”



from Odisha Reporter https://ift.tt/2RABoO5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages