୨୦୧୮ରେ ନିର୍ଦ୍ଦେଶକ ତାପସ ସରଘରିଆଙ୍କ କମାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

୨୦୧୮ରେ ନିର୍ଦ୍ଦେଶକ ତାପସ ସରଘରିଆଙ୍କ କମାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ତାପସ ସରଘରିଆ ଓଲିଉଡ୍‌ର ଜଣେ ସଫଳ ନିର୍ଦ୍ଦେଶକ ଭାବେ ବେଶ୍ ଜଣାଶୁଣା। ତରଙ୍ଗ ସିନେ ପ୍ରଡକ୍ସନ୍‌ସର ବହୁ ସୁପର୍‌ହିଟ୍‌ ଫିଲ୍ମର ସେ ନିର୍ଦ୍ଦେଶନା ଦେଇଛନ୍ତି। ୨୦୧୮ରେ ସୁପର୍‌ହିଟ୍‌ ହୋଇଥିବା ସରଘରିଆଙ୍କ ନିର୍ଦ୍ଦେଶିତ କିଛି ଫିଲ୍ମ ସମ୍ପର୍କରେ ଆଜି ଆଲୋଚନା କରିବା।

ଚଳିତ ବର୍ଷ ତାପସ ଓଲିଉଡ୍‌କୁ ୨ଟି ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍‌ ବ୍ୟାନର୍‌ରେ ନିର୍ମିତ ଏହି ଦୁଇଟି ଫିଲ୍ମ୍‌ରୁ ଗୋଟିଏ ହେଉଛି ‘ହିରୋ ନଂ ୧’ଏବଂ ଅନ୍ୟଟି ‘ପ୍ରେମ୍‌ କୁମାର୍‌’।

ହିରୋ ନଂ ୧
ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ବାବୁଶାନ୍‌ ଏବଂ ଭୂମିକାଙ୍କୁ ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ବାବୁଶାନ୍‌ଙ୍କ ଅନ୍‌ସ୍କ୍ରିନ୍‌ ଲେଡି ଲଭ୍ ସାଜିଥିଲେ ଭୂମିକା। ଫିଲ୍ମରେ ଦର୍ଶକ ବାବୁଶାନଙ୍କୁ ଓକିଲ ଏବଂ ଚୁଲ୍‌ବୁଲି ନାୟିକା ଭୂମିକାଙ୍କୁ ଟିଭି ରିପୋର୍ଟର ଭୂମିକାରେ ଦେଖିବାକୁ ପାଇଥିଲେ। ସେହିଭଳି କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା ଓ ପିଣ୍ଟୁ  ନନ୍ଦଙ୍କ ଭଳି ପ୍ରମୁଖ କଳାକାରଙ୍କ ଅଭିନୟ ବି ଏହି ଫିଲ୍ମରେ ଦମ୍‌ଦାର୍‌ ହୋଇଥିଲା। ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନା ଫିଲ୍ମର ଗୀତଗୁଡ଼ିକୁ ବେଶ୍‌ ମନଛୁଆଁ ବି କରିଥିଲା। ଫିଲ୍ମଟି ସେପ୍ଟେମ୍ବର ୨୪ତାରିଖରେ ରିଲିଜ୍‌ ହୋଇଥିଲା।

ପ୍ରେମ୍‌ କୁମାର୍‌
ଏହି ଫିଲ୍ମ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରି ଦେଇଥିଲା ଯେ ବାସ୍ତବରେ ପ୍ରେମ୍‌ କାହାର। ସରୋଜ୍‌ର ନାଁ ସିମ୍‌ରନ୍‌ର। ଫସି ଯାଇଥିଲେ ଅନୁଭବ। କାରଣ ପ୍ରେମ୍‌ ଭୂମିକାରେ ଅଭିନୟ କରୁଥିଲେ ସେ। ଆଉ ଦୁଇ ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଓ ଶିବାନୀ ଯଥାକ୍ରମେ ସରୋଜ ଏବଂ ସିନମ୍‌ରନ୍‌ ଭୂମିକାରେ ଥିଲେ। ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଥିଲା। ଫିଲ୍ମରେ ୫ଟି ସୁନ୍ଦର ଗୀତ ବି ଥିଲା। ଏହି ଫିଲ୍ମର ଗୀତ ‘ସୁନ୍‌ଜାରା ସୁନ୍‌ଜାରା’ ୟୁଟ୍ୟୁବ୍‌ରେ ନଂ୧ ଟ୍ରେଣ୍ଡିଂରେ ମଧ୍ୟ ରହିଥିଲା। ଏହି ଗୀତ ରିଲିଜ୍‌ ହେବାର ପ୍ରଥମ ଦିନରେ ଏହାକୁ ଗୋଟେ କୋଟିରୁ ଅଧିକ ଦର୍ଶକ ଦେଖିସାରିଥିଲେ। ଗୀତଟିକୁ ଗାଇଥିଲେ ହ୍ୟୁମାନ୍‌ ସାଗର୍‌ ଏବଂ ଅନନ୍ୟା। ଫିଲ୍ମଟି ଅକ୍ଟୋବର ୧୬ରେ ରିଲିଜ୍‌ ହୋଇଥିଲା।

ସେହିଭଳି ଆଗକୁ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ନିର୍ଦ୍ଦେଶନାରେ ଆଉ ଏକ ଫିଲ୍ମ ନିର୍ମାଣ ହେଉଛି। ଫିଲ୍ମର ନାଁ ରହିଛି ‘ଚାଲ୍‌ ଟିକେ ଦୁଷ୍ଟ ହେବା’। ଫିଲ୍ମଟି ନୂଆବର୍ଷରେ ରିଲିଜ୍‌ ହେବ। ଫିଲ୍ମରେ ୩ଜଣ ନବାଗତ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଅଭିନେତା ଇଶାନ୍‌ଙ୍କ ସହ ଦୁଇ ନାୟିକା ଶାୟଲ୍‌ ଏବଂ ମହିମା ଏହି ଫିଲ୍ମ ଜରିଆରେ ଓଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି।

‘ଚାଲ୍‌ ଟିକେ ଦୁଷ୍ଟ ହେବା’ ତରଙ୍ଗ ସିନେ ପ୍ରଡକ୍ସନ୍‌ସର ୧୮ତମ ଚଳଚ୍ଚିତ୍ର।



from Odisha Reporter http://bit.ly/2LzGKXv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages