
ଗୁଆହାଟୀ: ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଆଇୟୁଡିଏଫ୍) ମୁଖ୍ୟ ତଥା ଲୋକସଭା ସାଂସଦ ମୌଲାନା ବଦାରୁଦ୍ଦିନ ଅଜମଲ ଶେଷରେ ସାମ୍ବାଦିକଙ୍କୁ କ୍ଷମା ମାଗିଛନ୍ତି। ସେ ଗତକାଲି ଜଣେ ସାମ୍ବାଦିକଙ୍କୁ ପ୍ରେସ୍ ମିଟ୍ରେ କୁକୁର ବୋଲି କହିବା ସଙ୍ଗେସଙ୍ଗେ ମୁଣ୍ଡ ଫଟାଇ ଦେବେ କହି ଧମକାଇଥିଲେ। ଏହାର ଭିଡିଓ ଭାଇରାଲ୍ ହେବା ପରେ ଅଜମଲଙ୍କ ଉପରେ ଚାପ ବଢ଼ିଥିଲା। ଶେଷରେ ସେ ଆଜି କ୍ଷମା ଭିକ୍ଷା କରିଛନ୍ତି।
ସେ କହିଛନ୍ତି, “ ମିଡିଆ ହେଉଛି ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ। ମୁଁ ସର୍ବଦା ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ମାନ କରେ ଏବଂ ଏକଥା ସମସ୍ତେ ଜାଣିଛନ୍ତି। ଯଦି ଗତକାଲିର ଘଟଣା ପାଇଁ କେହି କଷ୍ଟ ପାଇଛନ୍ତି, ତା’ହେଲେ ମୁଁ ନିଃସର୍ତ୍ତ କ୍ଷମା ମାଗୁଛି। ଗତକାଲି ଜାଣିଶୁଣି ମୁଁ କିଛି କରି ନଥିଲି।”
ଗତକାଲି ଅଜମଲ ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକଙ୍କ ବୁମ୍କୁ ଫୋପାଡ଼ି ଦେଇଥିଲେ। ଏଥିସହ ସେ ସାମ୍ବାଦିକମାନଙ୍କୁ କୁକୁର ଓ ବଦମାସ ବୋଲି କହିଥିଲେ। ଏପରିକି ସେ ଦଳର କର୍ମୀମାନେ ସାମ୍ବାଦିକ ଜଣଙ୍କୁ ସମସ୍ତଙ୍କ ସାମ୍ନାରେ କ୍ଷମା ମାଗିବାକୁ ମଧ୍ୟ କହିଥିଲେ।
ଦେଖନ୍ତୁ ସେହି ଭିଡିଓ:
from Odisha Reporter http://bit.ly/2CBS6HC
No comments:
Post a Comment