ଜଟିଳ ହେଉଛି କଂଗ୍ରେସରେ ‘ଜାତି’ କଳି: ନିରଞ୍ଜନଙ୍କୁ ସଗରିଆଙ୍କ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଜଟିଳ ହେଉଛି କଂଗ୍ରେସରେ ‘ଜାତି’ କଳି: ନିରଞ୍ଜନଙ୍କୁ ସଗରିଆଙ୍କ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ରାଜ୍ୟର ୯୪ ଭାଗ ବର୍ଗଙ୍କ ଭିତରୁ ଜଣେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ’- ଓଡ଼ିଶା କଂଗ୍ରେସର ଗୋଟିଏ ଗୋଷ୍ଠୀ ଏପରି ଯୁକ୍ତି ବାଢ଼ିଥିଲେ। ମାତ୍ର ଏହାକୁ ଖଣ୍ଡନ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମରେ କହିଥିଲେ, କଂଗ୍ରେସ ‘ଜାତି’ ରାଜନୀତିରେ ବିଶ୍ୱାସ କରେନାହିଁ। ‘ଜାତି’କୁ ଆଧାରକରି ମୁଖ୍ୟମନ୍ତ୍ରୀ କେହି ହୁଅନ୍ତି ନାହିଁ ବୋଲି ସେ କହିଥିଲେ। ନିରଞ୍ଜନଙ୍କ ଏପରି ବୟାନକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି କୋରାପୁଟ୍‌ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଏନେଇ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖିଛନ୍ତି।

ଚିଠିରେ ସଗରିଆ ଲେଖିଛନ୍ତି-“ବର୍ଗ ଓ ଜାତି ଭିତରେ ଫରକକୁ ଆପଣ (ନିରଞ୍ଜନବାବୁ) ହୁଏତ ଠିକ୍ ଭାବେ ବୁଝି ପାରିନାହାନ୍ତି। ସମ୍ୱିଧାନରେ ବର୍ଗ ଭିତ୍ତିରେ ସଂରକ୍ଷଣ ବ୍ୟବସ୍ଥା ରହିଛି। ଏହାକୁ ଭିତ୍ତିକରି ଆଦିବାସୀ, ଦଳିତ, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟ ଓଡ଼ିଶାର ଲୋକସଂଖ୍ୟାର ୯୪ ପ୍ରତିଶତ। ଆପଣ କିନ୍ତୁ ଏହାକୁ ‘ଜାତି’ ହିସାବରେ ଧରିଛନ୍ତି, ଯାହା ସମ୍ପୂର୍ଣ୍ଣ ଭୁଲ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଯାହା କହୁଛି, ଆପଣ ମଧ୍ୟ ସେହିକଥା କହିବା ମୋତେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଛି।”

ଚିଠିରେ ସେ ଆହୁରି ଲେଖିଛନ୍ତି-“କିଛିଦିନ ତଳେ ଆପଣ ‘ପଟ୍ଟନାୟକ’ ବୋଲି ଆପଣଙ୍କୁ ପିସିସି ସଭାପତି ଭାବେ ରାହୁଲ ଗାନ୍ଧି ବାଛିଛନ୍ତି ବୋଲି କହିଥିଲେ। ଆଉ ଏବେ ଆପଣ ‘ଜାତି’ କଥା ଉଠାଇଛନ୍ତି। କ’ଣ ଏହା ଦଳୀୟ ନୀତି? ଆଶା କରେ ଆପଣ ଆପଣଙ୍କ ଭୁଲ୍‌କୁ ମାନିନେବେ ଓ ତୁରନ୍ତ ଗଣମାଧ୍ୟମକୁ ଦଳର ବୃହତ୍ତର ସ୍ୱାର୍ଥ ସମ୍ପର୍କରେ ସ୍ପଷ୍ଟୀକରଣ ଦେବେ।”



from Odisha Reporter https://ift.tt/2SJGZ4Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages