
ନୂଆଦିଲ୍ଲୀ: ଦୁଇ ବର୍ଷ ତଳେ ଉତ୍ତର କେରଳରୁ ୨୧ ଜଣ ଲୋକ ଆତଙ୍କବାଦୀ ସଂଗଠନ ଆଇଏସ୍ରେ ଯୋଗଦେଇଥିଲେ। ଏବେ ସେହି କେରଳରୁ ଆଉ ୧୦ ଜଣ ସମାନ ପଥ ଅନୁସରଣ କରିବାକୁ ଦେଶ ଛାଡ଼ିଥିବା ପୁଲିସ୍ ଜାଣିବାକୁ ପାଇଛି। ଏହି ୧୦ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୪ ଜଣ ଶିଶୁ ରହିଛନ୍ତି। ଏମାନେ ୟୁଏଇରୁ ଖସି ଯାଇ ଆଫ୍ଗାନିସ୍ତାନରେ ଥିବା ଆଇଏସ୍ କ୍ୟାମ୍ପରେ ପହଞ୍ଚିଛନ୍ତି।
ଉତ୍ତର କେରଳର କନ୍ନୁରରେ ରହୁଥିବା କେ ସାଜିଦ, ତାଙ୍କ ପତ୍ନୀ ଶାହେନା ଓ ଦୁଇ ଶିଶୁ ଆଇଏସ୍ରେ ଯୋଗଦେବାକୁ ଯାଇଛନ୍ତି। ସେହିପରି କେ ଅନୱର, ତାଙ୍କ ପତ୍ନୀ ଅଫସେଲା ଓ ଦୁଇ ଶିଶୁଙ୍କ ସମେତ ତାଙ୍କର କେତେଜଣ ସମ୍ପର୍କୀୟ ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେବାକୁ ଆଫଗାନିସ୍ତାନ ଯାଇଛନ୍ତି। ଏମାନେ ସମସ୍ତେ ୟୁଏଇ ଯିବେ ବୋଲି କହି ସେଠାରୁ ଆଇଏସରେ ଯୋଗଦେବାକୁ ଚାଲିଯାଇଛନ୍ତି ବୋଲି ପୁଲିସ୍ କହିଛି।
from Odisha Reporter https://ift.tt/2ryxycI
No comments:
Post a Comment