କୃଷିଋଣ ଛାଡ଼ ଓ ବୋନସକୁ ନା, ୧୦ହଜାର କୋଟି ଟଙ୍କାର ପ୍ୟାକେଜ୍ ‘କାଳିଆ’ ଘୋଷିତ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

କୃଷିଋଣ ଛାଡ଼ ଓ ବୋନସକୁ ନା, ୧୦ହଜାର କୋଟି ଟଙ୍କାର ପ୍ୟାକେଜ୍ ‘କାଳିଆ’ ଘୋଷିତ 

assembly

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଚାଷୀଙ୍କ କୃଷି ଋଣ ଛାଡ଼ ହେବନାହିଁ କିମ୍ବା ସେମାନଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ଉପରେ ରାଜ୍ୟ ସରକାର କିଛି ବୋନସ ବି ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚାଷୀଙ୍କ ପାଇଁ ୧୦ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ‘କାଳିଆ’ ଯୋଜନାର ଘୋଷଣା ଅବସରରେ ଏହା ସ୍ପଷ୍ଟ କରିଛନ୍ତି। ତେବେ ରାଜ୍ୟର ୯୨% ଚାଷୀ ଏହି ନୂଆ ଯୋଜନାର ସୁଫଳ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ ମାତ୍ର ୧୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି।

ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, “କୃଷିଋଣ ଛାଡ଼ ଓ ବୋନସ ପରିବର୍ତ୍ତେ ଚାଷୀଙ୍କୁ ଦୀର୍ଘକାଳୀନ ଭିତିରେ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସରକାର ଚାହାନ୍ତି। କୃଷିଋଣ ଛାଡ଼ ଘୋଷଣା କରି କଂଗ୍ରେସ ଏବେ ଦେଶର ଅର୍ଥନୀତି ଓ ରାଜ୍ୟର ଅର୍ଥନୀତିକୁ ଦେବାଳିଆ ସ୍ଥିତି ଆଡ଼କୁ ଠେଲି ଦେଉଛି। କୃଷି ଋଣ ଛାଡ଼ କରିବା ପାଇଁ କଂଗ୍ରେସ ଯେଉଁ ଦାବି କରିଛି ତାହା ରାଜ୍ୟର ଅର୍ଥନୀତିକୁ ଦେବାଳିଆ କରିଦେବ। ରାଜ୍ୟକୁ ୯୦ ଦଶକର ସ୍ଥିତିକୁ ଠେଲିଦେବ। ସେମାନଙ୍କର ଆଭିମୁଖ୍ୟ ରାଜ୍ୟର ଅର୍ଥନୀତିକୁ ପୁଣିଥରେ ଦେବାଳିଆ କରିବା। କିନ୍ତୁ ମୁଁ ଓ କ୍ୟାବିନେଟ୍ ଆଜି ଚାଷୀଙ୍କ ପାଇଁ ଏଭଳି ଏକ ପ୍ୟାକେଜ ଘୋଷଣା କରିଛୁ ଯାହା କେବଳ ଋଣଗ୍ରସ୍ତ ଚାଷୀ ନୁହେଁ ସବୁ ବର୍ଗର ଚାଷୀଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ। ଧାନର ଏମଏସପି ବୃଦ୍ଧି ଦାୟିତ୍ୱ କେନ୍ଦ୍ରର ବୋଲି କହି ନବୀନ ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ।

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ରାଜ୍ୟରେ ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି। ସେମାନଙ୍କ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ରାଜ୍ୟ କ୍ୟାବିନେଟ୍ ଆଜି ସେମାନଙ୍କ ପାଇଁ କୃଷକ ଆସିଷ୍ଟାନସ୍ ଫର ଲାଇଭଲିହୁଡସ ଆଣ୍ଡ ଇନକମ୍ ଅଗମେଣ୍ଟେସନ (କାଳିଆ) ସ୍କିମ୍ ଘୋଷଣା କରିଛନ୍ତି। ଏହି ସ୍କିମରେ ୫ଟି କାର୍ଯ୍ୟକ୍ରମ କରାଯିବ।

୧- କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରକୁ ବାର୍ଷିକ ୧୦ ହଜାର ଟଙ୍କା ସହାୟତା ଦିଆଯିବ। ରବି ଓ ଖରିଫ ଋତୁରେ ଏହି ଅର୍ଥ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ଯୋଗାଇ ଦିଆଯିବ। ବିହନ, ସାର ଓ ଔଷଧ କିଣିବା ପାଇଁ ଏହାକୁ ଚାଷୀ ବ୍ୟବହାର କରିପାରିବ। ଏଥିରେ ପ୍ରାୟ ୩୦ଲକ୍ଷ ଚାଷୀ ଉପକୃତ ହେବେ।

୨- ଜମି ନଥିବା ଭୂମିହୀନ ଗରିବ ଲୋକଙ୍କୁ ମାଛ, ଛେଳି, କୁକୁଡ଼ା, ଘୁଷୁରୀ ପାଳନ ପାଇଁ ବର୍ଷକୁ ୧୨ହଜାର ୫୦୦ଟଙ୍କା ଦିଆଯିବ। ୧୦ଲକ୍ଷ ପରିବାରକୁ ୩ ବର୍ଷ ପାଇଁ ଏହି ଅର୍ଥ ଦିଆଯିବ।

୩- ଉପରୋକ୍ତ ଦୁଇଟି ଯୋଜନାରେ ଫାଇଦା ନେଇନଥିବା ଭୂମିହୀନ ଚାଷୀଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ଦିଆଯିବ।

୪- ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ କୌଣସି ସୁଧ ନିଆଯିବ ନାହିଁ।

୫- ଚାଷୀ ଓ ଭୂମିହୀନ ଶ୍ରମିକଙ୍କୁ ୨ଲକ୍ଷ ଟଙ୍କାର ଜୀବନ ବୀମା ଓ ଦୁର୍ଘଟଣା ବୀମା ମିଳିବ।

ଏହି ସମସ୍ତ ଯୋଜନାର ଫାଇଦା ଯେଭଳି ଚାଷୀମାନେ ନେଇପାରିବେ ସେଥିପାଇଁ ପଞ୍ଚାୟତସ୍ତରରେ ଚାଷୀ ଚିହ୍ନଟ ହେବେ। ପ୍ରକୃତ ଚାଷୀଙ୍କୁ ହିଁ ଏସବୁ ସୁବିଧା ମିଳିବ।

ଏହି ୧୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ୫ଟି କୃଷି ସିଜନ୍ ପାଇଁ ଲାଗୁ ହେବ। ଅର୍ଥାତ୍ ୨୦୧୮-୧୯ରୁ ୨୦୨୦-୨୧ ମସିହା ପର୍ଯ୍ୟନ୍ତ ଏହା ଲାଗୁ ହେବ। ଏହି ଯୋଜନାରେ ରାଜ୍ୟର ୯୨% ଚାଷୀ ଉପକୃତ ହେବେ।

ତେବେ ରାଜ୍ୟରେ ଚାଷୀ ସଂଖ୍ୟା କେତେ ଓ ସରକାରଙ୍କ ଘୋଷଣା ତଦନୁରୂପ କେତେ ପ୍ରତିଶତ ଚାଷୀଙ୍କ ପାଖରେ ପହଞ୍ଚିବ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।



from Odisha Reporter http://bit.ly/2EL95cS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages