
ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର ସୌରଭ ଗାଙ୍ଗୁଲି ଟିମ୍ ଇଣ୍ଡିଆର ଅଧିନାୟକ ଥିବା ବେଳେ ଯୁବରାଜ ଭାରତ ପାଇଁ ଡେବ୍ୟୁ କରିଥିଲେ। ଯୁବରାଜ ଏକାକୀ ଅନେକ ମ୍ୟାଚ୍ ଭାରତକୁ ଜିତାଇଛନ୍ତି। ହେଲେ ଏଇ କିଛି ବର୍ଷ ହେଲା ଯୁବରାଜଙ୍କ ବ୍ୟାଟ୍ ଚାଲୁନାହିଁ। ତେଣୁ ସେ ବାରମ୍ବାର ଜାତୀୟ ଟିମ୍ରୁ ବାହାରେ ରହୁଛନ୍ତି। ଏପରିକି ଏହାର ପ୍ରଭାବ ଆଇପିଏଲ୍ ନିଲାମ ବେଳେ ମଧ୍ୟ ଦେଖିବାକୁ ମିଳିଥିଲା।
ଏଥିପାଇଁ ଆଇପିଏଲ୍ ନିଲାମର ପ୍ରଥମ ରାଉଣ୍ଡରେ ଯୁବରାଜଙ୍କୁ କେହି କିଣି ନଥିଲେ। କିନ୍ତୁ ଦ୍ୱିତୀୟ ରାଉଣ୍ଡରେ ମୁମ୍ବାଇ ଯୁବରାଜଙ୍କୁ ମୂଳଦର ୧ କୋଟି ଟଙ୍କାରେ କିଣିଛି।
ଏହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆଜି ସୌରଭ ଗାଙ୍ଗୁଲି ଏନେଇ ମୁହଁ ଖୋଲିବା ସହ ଯୁବରାଜଙ୍କ ସମ୍ପର୍କରେ ଏକ ପ୍ରଶଂସାପୂର୍ଣ୍ଣ ବୟାନ ଦେଇଛନ୍ତି। ଗାଙ୍ଗୁଲି ପ୍ରଥମେ ଯୁବରାଜଙ୍କୁ ଆଇପିଏଲ୍ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।
ଏହାପରେ ସେ କହିଛନ୍ତି, “ ଯୁବରାଜ ଜଣେ ମହାନ ଖେଳାଳି। ବିଶେଷ କରି କ୍ରିକେଟର ଛୋଟିଆ ଫର୍ମାଟ(ଟି-୨୦)ରେ ତାଙ୍କର ପ୍ରଦର୍ଶନ ବେଶ ଉନ୍ନତ। ସେ ଦେଶ ପାଇଁ ଅନେକ କିଛି କରିଛନ୍ତି। ଏଥର ସେ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବାକୁ ସ୍ଥିର ହୋଇଥିବାରୁ ବେଶ ଖୁସି ଲାଗୁଛି।”
from Odisha Reporter http://bit.ly/2R6L5GY
No comments:
Post a Comment