ଚତୁର୍ଥ ଥର ପ୍ରଧାନମନ୍ତ୍ରୀ ହେବେ ଶେଖ୍‌ ହସିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଚତୁର୍ଥ ଥର ପ୍ରଧାନମନ୍ତ୍ରୀ ହେବେ ଶେଖ୍‌ ହସିନା

sheikhhasina

ଢାକା: ବାଂଲାଦେଶ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦଳ ‘ଆୱାମୀ ଲିଗ୍‌’ର ବିପୁଳ ବିଜୟ ହୋଇଛି। ଲଗାତାର ତୃତୀୟ ଥର ପାଇଁ ଦଳ ବାଜି ମାରିଥିବା ବେଳେ ଶେଖ୍ ହସିନା ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଛି।

ବାଂଲାଦେଶର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆୱାମୀ ଲିଗ୍ ନେତୃତ୍ୱାଧୀନ ମେଣ୍ଟ ମୋଟ ୩୦୦ ଆସନରୁ ୨୬୦ରୁ ଅଧିକରେ ବିଜୟୀ ହୋଇଛି।

ଅନ୍ୟପକ୍ଷରେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ୍ ଅନୁସାରେ, ୩୦୦ରୁ ୨୯୯ ଆସନର ରେଜଲ୍ଟ ଆସି ସାରିଛି। ଏଥିରୁ ଆୱାମୀ ଲିଗ୍ ୨୬୬ ଆସନରେ ଜିତିଛି। ଏବଂ ଏହାର ସହଯୋଗୀ ଜାତୀୟ ପାର୍ଟି ୨୧ଟି ଆସନ କବ୍‌ଜା କରିଛି। ବିରୋଧୀ ମେଣ୍ଟ ନ୍ୟାସ୍‌ନାଲ୍‌ ୟୁନିଟି ଫ୍ରଣ୍ଟକୁ ମାତ୍ର ୭ଟି ଆସନ ମିଳିଛି।

ପ୍ରଧାନମନ୍ତ୍ରୀ ଶେଖ ହସିନା ୨ ଲକ୍ଷ ୨୯ ହଜାର ୫୩୯ ଭୋଟ୍‌ରେ ନିର୍ବାଚନ ଜିତିଛନ୍ତି। ଅପରପକ୍ଷରେ ତାଙ୍କ ବିପକ୍ଷରେ ଛିଡ଼ା ହୋଇଥିବା ବିଏନ୍‌ପି ପ୍ରାର୍ଥୀଙ୍କୁ ମାତ୍ର ୧୨୩ଟି ଭୋଟ୍ ମିଳିଛି।

ସାଧାରଣ ନିର୍ବାଚନ ଫଳାଫଳକୁ ବିରୋଧୀ ମେଣ୍ଟ ‘ନ୍ୟାସ୍‌ନାଲ୍ ୟୁନିଟି ଫ୍ରଣ୍ଟ୍’ ଖାରଜ କରି ଦେଇଛି ଓ ପୁଣି ଥରେ ନିର୍ବାଚନ କରିବାକୁ ଦାବି କରିଛି। ଭୋଟିଂ ବେଳେ ବ୍ୟାପକ ଅନିୟମିତତା ହୋଇଥିବା ବିରୋଧୀ ମେଣ୍ଟ ଅଭିଯୋଗ କରିଛି। ମତଦାନ ବେଳେ ଦେଶର ବିଭିନ୍ନ ସ୍ଥାନରେ ହିଂସା ଘଟି ପ୍ରାୟ ୧୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।



from Odisha Reporter http://bit.ly/2EZ118v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages