
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆଜି ଆମେ ‘ଚିକେନ୍ ମଲାଇ ଟିକ୍କା’ ଆପଣ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ, ସେ ସମ୍ପର୍କରେ ଟିପ୍ସ୍ ଦେବୁ।
ଆବଶ୍ୟ ସାମଗ୍ରୀ: ବୋନ୍ଲେସ୍ ଚିକେନ୍, ଅଦା-ରସୁଣ ପେଷ୍ଟ୍, ଲଙ୍କା ପେଷ୍ଟ୍, ଲେମ୍ବୁ ରସ, କାଜୁ ପେଷ୍ଟ୍, ଗ୍ରେଟେଡ୍ ପନୀର, କ୍ରୀମ୍ କିମ୍ବା ମଲାଇ, ଦହି, ବିରିଆନୀ ମସଲା, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍ ମସଲା, ମହୁ, କଳା ଲୁଣ ଏବଂ ଆବଶ୍ୟକ ଅନୁସାରେ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଭଲ ଭାବେ ଧୋଇ ଏକ ପାତ୍ରରେ ରଖିବା ପରେ ସେଥିରେ ଅଦା ରସୁଣ ପେଷ୍ଟ, ଲଙ୍କା ପେଷ୍ଟ ଓ ଲେମ୍ବୁ ରସ ମିଶାନ୍ତୁ। ଏବେ ଏହାକୁ ସେହିଭଳି ଘଣ୍ଟାଏ ଯାଏ ଛାଡ଼ି ଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ କାଜୁ ପେଷ୍ଟ, ଗ୍ରେଟେଡ୍ ପନୀର, କ୍ରୀମ୍ କିମ୍ବା ମଲାଇ ଓ ଦହି ମିଶାନ୍ତୁ। ଏବେ ଏଥିରେ ମ୍ୟାରିନେଟ୍ ହୋଇ ରହିଥିବା ଚିକେନ୍କୁ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ ଗରମ ମସଲା, ଗୋଲମରିଚ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ୍ ମସଲା ପକାଇ ଆହୁରି ଗୋଳାନ୍ତୁ। ଏବେ ସେଥିରେ ମହୁ, ବିଟ ଲୁଣ ଏବଂ ସ୍ୱାଦାନୁସାରେ ଲୁଣ ପକାଇ ଗୋଳାନ୍ତୁ। ଏବେ ଏହାକୁ ପୁଣି ଥରେ ମ୍ୟାରିନେଟ୍ କରିବା ଲାଗି ଅଧଘଣ୍ଟା ଯାଏ ଛାଡ଼ି ଦିଅନ୍ତୁ। ଏବେ ଚିକେନ୍କୁ ଗ୍ରୀଲ୍ରେ ରଖନ୍ତୁ ଓ ଓଭାନକୁ ୨୪୦ ଡିଗ୍ରୀରେ ପ୍ରିହିଟ୍ କରି ୧୫ ମିନିଟ୍ ଯାଏ ଚିକେନ୍କୁ ସିଝାନ୍ତୁ। ୧୫ ମିନିଟ୍ ପରେ ପୁଣିଥରେ ଚିକେନ୍ରେ ତେଲ ଲଗାଇ ଆଉ ୧୦ ମିନିଟ୍ ଯାଏ ଗୋଲ୍ଡେନ୍ ରଙ୍ଗ ହେବା ପର୍ଯ୍ୟନ୍ତ ତନ୍ଦୁର କରନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଯାଇଛି ‘ଚିକେନ୍ ମଲାଇ ଟିକ୍କା’। ଏବେ ଏହାକୁ ପିଆଜ, ଲେମ୍ବୁ ଓ ଚଟଣୀ ସହ ଗରମ ଗରମ ପରଷନ୍ତୁ।
from Odisha Reporter http://bit.ly/2EULZR2
No comments:
Post a Comment