ସର୍ଭେ:୨୦୧୯ରେ ୧୫ ଲୋକସଭା ସିଟ୍‌ରେ ଜିତିବ ବିଜେପି, ବିଜେଡିକୁ ୬, କଂଗ୍ରେସ ହାତ ଖାଲି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ସର୍ଭେ:୨୦୧୯ରେ ୧୫ ଲୋକସଭା ସିଟ୍‌ରେ ଜିତିବ ବିଜେପି, ବିଜେଡିକୁ ୬, କଂଗ୍ରେସ ହାତ ଖାଲି!

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନକୁ ଆହୁରି ଅନେକ ଦିନ ବାକି ରହିଥିଲେ ମଧ୍ୟ ଓଡ଼ିଶାରେ ପ୍ରାକ୍‌ନିର୍ବାଚନୀ ମାହୋଲ ଉଷ୍ମ ହେବା ଆରମ୍ଭ ହେଲାଣି। ଠିକ୍‌ ଏହି ସମୟରେ ଚାଞ୍ଚଲ୍ୟକର ଆକଳନ କରିଛି ରିପବ୍ଲିକ୍ ଟିଭି ଏବଂ ସି’ଭୋଟର ପ୍ରସ୍ତୁତ କରିଥିବା ‘ନ୍ୟାସନାଲ ଆପ୍ରୁଭାଲ ରେଟିଙ୍ଗସ୍‌’ର ତୃତୀୟ ସଂସ୍କରଣ। ଏହା ବର୍ତ୍ତମାନ ସମୟର ‘ମୁଡ୍‌ ଅଫ୍‌ ଦି ନେସନ୍‌’ ଆଧାରରେ ପ୍ରସ୍ତୁତ ହୋଇଛି ବା ବର୍ତ୍ତମାନ ଯଦି ନିର୍ବାଚନ ହୁଏ କାହା ସପକ୍ଷରେ ଅଧିକ ସମର୍ଥନ ରହିବ ସେନେଇ ଏକ ଆକଳନ ପ୍ରସ୍ତୁତ କରାଯାଇଛି।

୨୦୧୯ରେ ଓଡ଼ିଶାରେ ପୂର୍ବ ନିର୍ବାଚନ ତୁଳନାରେ ଆକାଶ ପାତାଳ ଫରକ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଇଛି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ୧୫ଟି ଲୋକସଭା ଆସନ ମିଳିବାକୁ ଥିଲାବେଳେ ବିଜେଡିକୁ ୬ଟି ଆସନ ଏବଂ କଂଗ୍ରେସର ହାତ ଖାଲି ରହିବ ବୋଲି ଆକଳନ କରାଯାଇଛି।

୨୦୧୪ ଏବଂ ଏବେ

୨୦୧୪ ମସିହାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ୪୪.୧ % ଭୋଟ୍‌ ହାତେଇବା ସହିତ ୨୧ଟି ଲୋକସଭାରୁ ୨୦ଟିରେ ବାଜିମାତ୍‌ କରିଥିଲା। ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ସୁନ୍ଦରଗଡ଼ ଆସନରୁ ଏକମାତ୍ର ବିଜେପି ସାଂସଦ ହୋଇପାରିଥିଲେ। ସେତେବେଳେ ମଧ୍ୟ କଂଗ୍ରେସ ଖାତା ଖୋଲିପାରିନଥିଲା ଏବଂ ବର୍ତ୍ତମାନ ମଧ୍ୟ ଏହି ସ୍ଥିତିର ପୁନରାବୃତ୍ତି ହେବ ବୋଲି ଏହି ଆକଳନ କହୁଛି।

୨୦୧୪ ନିର୍ବାଚନରେ ମାତ୍ର ୨୧% ଭୋଟ୍‌ ପାଇଥିବା ବିଜେପି ଏଥର ବୃହତ୍‌ ସଫଳତା ପାଇବା ଆଶା କରାଯାଉଛି। ଏହି ଦଳ ୩୭.୧% ଭୋଟ୍‌ ସହିତ ୧୫ଟି ଆସନରେ ଜିତିବା କଳନା କରାଯାଉଛି। ଫଳରେ ବିଜେଡିର ଭୋଟ୍‌ ହାର ୩୨.୪କୁ ଏବଂ କଂଗ୍ରେସର ଭୋଟ୍‌ହାର ୨୩.୮କୁ ହ୍ରାସ ପାଇବାର ସମ୍ଭାବନା ରହିଛି।

ଅକ୍ଟୋବର ଓ ନଭେମ୍ବରର ଆକଳନ

ଏହି ‘ମୁଡ୍‌ ଅଫ୍‌ ଦି ନେସନ୍‌’ର ଅକ୍ଟୋବର ସଂସ୍କରଣରେ ବିଜେଡି ୩୧.୬ ପ୍ରତିଶତ ଭୋଟ୍‌ ଶେୟାର ସହିତ ୬ଟି ଆସନ ପାଇବା ନେଇ ଆକଳନ କରାଯାଇଥିଲା। ସେତେବେଳେ ବିଜେପି ୩୯.୬% ଭୋଟ୍‌ ସହିତ ୧୩ଟି ଆସନ ପାଇବ ବୋଲି ଆକଳନ କରାଯାଇଥିବାବେଳେ କଂଗ୍ରେସ ୨୩.୫ % ଭୋଟ୍‌ ପାଇ ୨ ଆସନ ପାଇପାରେ ବୋଲି କୁହାଯାଉଥିଲା।

ନଭେମ୍ବର ସଂସ୍କରଣରେ ବିଜେଡିର ଯଦିଓ କିଛି ବିଶେଷ ପରିବର୍ତ୍ତନ ହୋଇନଥିଲା, ଏହାର ଭୋଟ୍‌ହାର ୩୩%କୁ ବଢ଼ିଥିଲା। ବିଜେପି ଏଥିରେ ଗୋଟିଏ ଆସନ ହରାଇବା ଫଳରେ ଏହା କଂଗ୍ରେସ ଖାତାରେ ଯୋଡ଼ିହୋଇ ଦଳର ଲୋକସଭା ଆସନ ବିଜୟର ସମ୍ଭାବନା ୩ ଆସନକୁ ବଢ଼ିଥିଲା।



from Odisha Reporter http://bit.ly/2Slzhy2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages