
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କୋଚ୍ ଅନୀଲ କୁମ୍ବଲେଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲିଙ୍କ ସହ ବିବାଦ କାରଣରୁ ସେ ନିଜ ପଦରୁ ଗତବର୍ଷ ଇସ୍ତଫା ଦେଇଥିଲେ। ହେଲେ ଏନେଇ ବିସିସିଆଇ କ୍ରିକେଟ ପରାମର୍ଶଦାତା କମିଟି ସଦସ୍ୟ ତଥା ପ୍ରଖ୍ୟାତ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ମୁହଁ ଖୋଲିଛନ୍ତି। ବିବାଦ ପରେ ମଧ୍ୟ କୁମ୍ବଲେ ଟିମ୍ ଇଣ୍ଡିଆର କୋଚ୍ ରୁହନ୍ତୁ ବୋଲି ବିସିସିଆଇ ଚାହୁଁଥିଲା। କିନ୍ତୁ କୁମ୍ବଲେ କିଛି ନ ଶୁଣି ନିଜ ପଦରୁ ଇସ୍ତଫା ଦେଇଥିଲେ।
ଲକ୍ଷ୍ମଣ କହିଛନ୍ତି, “ ମୁଁ ଭାବୁନାହିଁ ଯେ ବିରାଟ୍ କୋହଲି କୌଣସି ସୀମା ଅତିକ୍ରମ କରି ବିବାଦ ସୃଷ୍ଟି କରିଥିଲେ। ସେ ଯାହା ହେଉ ପଛରେ ଆମ ପ୍ୟାନେଲ୍ କୁମ୍ବଲେ କୋଚ୍ ପଦରେ ରୁହନ୍ତୁ ବୋଲି ଚାହିଁଥିଲୁ। କିନ୍ତୁ କୁମ୍ବଲେ ତୁରନ୍ତ ଇସ୍ତଫା ଦେଇ ଚାଲି ଯାଇଥିଲେ।
ପ୍ୟାନେଲ୍ ସଦସ୍ୟମାନେ କୁମ୍ବଲେଙ୍କୁ ଟିମ୍ ଇଣ୍ଡିଆର କୋଚ କରିଥିଲେ। ହେଲେ ଚାମ୍ପିୟନସ ଟ୍ରଫି ବେଳେ ଗଣମାଧ୍ୟମରେ ଯେଉଁ ସବୁ ଖବର ପ୍ରକାଶ ପାଇଲା, ତାହା ସମସ୍ତଙ୍କ ପରି ମୋତେ ମଧ୍ୟ ବାଧିଥିଲା। ସମେସ୍ତ କହିଥିଲେ ପ୍ୟାନେଲ ସଦସ୍ୟ ଉଭୟ ବିରାଟ୍ ଏବଂ କୁମ୍ବଲେଙ୍କୁ ବୁଝାଇବା ଦରକାର। ହେଲେ ମୁଁ ସମସ୍ତଙ୍କୁ କହିବାକୁ ଚାହେଁ, ଏହି ପ୍ୟାନେଲଟି ମ୍ୟାରେଜ କାଉନସେଲିଂ ପାଇଁ ଉଦ୍ଦିଷ୍ଟ ନୁହେଁ।
ଆମକୁ କିଛି କାମ କରିବାକୁ ନିୟୋଜିତ କରାଯାଇଛି। ତଥାପି ଆମେ ସମସ୍ତଙ୍କ ପ୍ରକାରର ବିବାଦର ସମାଧାନ କରିବାକୁ ଚାହିଁଥିଲୁ। କିନ୍ତୁ ବିରାଟ ଓ କୁମ୍ବଲେଙ୍କ ବିବାଦ ସାମାଧାନ ସମ୍ଭବ ହୋଇପାରି ନଥିଲା।”
ବିସିସିଆଇର କ୍ରିକେଟ୍ ପରାମର୍ଶଦାତା ପ୍ୟାନେଲ୍ରେ ଲକ୍ଷ୍ମଣଙ୍କ ବ୍ୟତୀତ ସଚିନ୍ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲି ମଧ୍ୟ ସଦସ୍ୟ ରହିଛନ୍ତି।
from Odisha Reporter http://bit.ly/2rNerMj
No comments:
Post a Comment