ଏମିତି ଛକା ମାରିଲେ ଯେ ବଲ୍‌ ଯାଇ ଷ୍ଟାଡିୟମ ଛାତରେ ମାଡ଼ ହେଲା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ଏମିତି ଛକା ମାରିଲେ ଯେ ବଲ୍‌ ଯାଇ ଷ୍ଟାଡିୟମ ଛାତରେ ମାଡ଼ ହେଲା, ଦେଖନ୍ତୁ ଭିଡିଓ

ମେଲବର୍ଣ୍ଣ: ଆସନ୍ତା ଆଇପିଏଲ୍‌ ପାଇଁ ରାଜସ୍ଥାନ ରୟାଲ୍ସ ଟିମରେ ସାମିଲ ହୋଇଥିବା ୨୫ ବର୍ଷୀୟ ଆଶଟନ ଟର୍ଣ୍ଣର ଅଷ୍ଟ୍ରେଲିଆର ବିଗ ବ୍ୟାଶ କ୍ରିକେଟ ଲିଗରେ ତାଙ୍କ କମାଲ ଦେଖାଇଛନ୍ତି। ମେଲବର୍ଣ୍ଣର ଡକଲ୍ୟାଣ୍ଡ ଷ୍ଟାଡିୟମରେ ବିବିଏଲ୍‌ର ଏକ ମ୍ୟାଚ୍‌ ଖେଳୁଥିବା ଟର୍ଣ୍ଣର ଏମିତି ଏକ ଗଗନଚୁମ୍ବୀ ଶଟ୍‌ ମାରିଛନ୍ତି ଯେ ବଲ୍‌ ଯାଇ ସିଧା ଷ୍ଟାଡିୟମ ଉପରେ ଲାଗିଥିବା ଛାତରେ ମାଡ଼ ହୋଇଛି।

ବର୍ଷା ଦାଉରୁ ମ୍ୟାଚ୍‌କୁ ରକ୍ଷା କରିବା ପାଇଁ ମେଲବର୍ଣ୍ଣରେ ଏଭଳି ଛାତର ବ୍ୟବସ୍ଥା କରାଯାଇଥିଲା। ତେବେ ଟର୍ଣ୍ଣର ପ୍ରଥମ ଖେଳାଳି ଭାବେ ଏତେ ଉଚ୍ଚରେ ଥିବା ଛାତକୁ ବଲ୍‌ ମାଡ଼ କରିବାକୁ ସକ୍ଷମ ହୋଇଛନ୍ତି। ଏଥିପାଇଁ ତାଙ୍କୁ ୬ ରନ୍‌ ମିଳିଥିଲା। ଏହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

ପର୍ଥ ସ୍କର୍ଚର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଟର୍ଣ୍ଣର ମେଲବର୍ଣ୍ଣ ରେନେଗେଡସ ବିପକ୍ଷରେ ଏଭଳି ବିଶାଳ ଶଟ୍‌ ଖେଳିଛନ୍ତି। ମେଲବର୍ଣ୍ଣ ରେନେଗେଡସ ପକ୍ଷରୁ ୧୨ତମ ଓଭର୍‌ ବୋଲିଂ କରୁଥିବା ଡାନିଏଲ୍‌ ଖ୍ରୀଷ୍ଟିଆନ୍‌ଙ୍କ ପ୍ରଥମ ବଲ୍‌ରେ ହିଁ ଟର୍ଣ୍ଣର ଏଭଳି ଶଟ୍‌ ମାରିଛନ୍ତି।

ଏହି ଭିଡିଓ ଭାଇରାଲ୍‌ ହେବା ପରେ ଆଇପିଏଲ୍‌ରେ ସେ କମାଲ କରିବେ ବୋଲି ଟ୍ୱିଟର୍‌ରେ କ୍ରିକେଟ ପ୍ରେମୀ ଆଶା ପ୍ରକାଶ କରିଛନ୍ତି।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2Sd16Ix

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages