ନବୀନ ସରକାରଙ୍କୁ ବୁଲେଇ ବଙ୍କେଇ ତୀର ମାରିଲେ ଅପରାଜିତା: ଟ୍ୱିଟ୍‌ କରି ଲେଖିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ନବୀନ ସରକାରଙ୍କୁ ବୁଲେଇ ବଙ୍କେଇ ତୀର ମାରିଲେ ଅପରାଜିତା: ଟ୍ୱିଟ୍‌ କରି ଲେଖିଲେ ଏମିତି କଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପ୍ରଶାସକରୁ ପଲଟିସିଆନ୍‌ ପାଲଟିଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ନେଇ ଏବେ ସର୍ବତ୍ର ଚର୍ଚ୍ଚା। ପ୍ରଶାସନିକ ସେବାରେ ଥିବାବେଳେ ସେ ‘ଆଙ୍ଗ୍ରି ମ୍ୟାଡାମ୍‌’ ଭାବେ ପରିଚିତ ଅପରାଜିତା କିନ୍ତୁ ରାଜନୀତିରେ ‘ମ୍ୟାଡାମ୍‌ କୁଲ’ ଭୂମିକାରୁ କ୍ୟାରିୟର ଆରମ୍ଭ କରିଛନ୍ତି। ପରିବର୍ତ୍ତନର ନାରା ଦେଇ ବିଜେପିରେ ସାମିଲ ହୋଇଥିବା ଅପରାଜିତା ହାତେ ମାପି ଚାଖଣ୍ଡେ ଚାଲିବା ଆରମ୍ଭ କରିଛନ୍ତି। ଏମିତି କି ଶୋସାଲ୍‌ ମିଡିଆରେ ମଧ୍ୟ ମାପିଚୁପି ମନ୍ତବ୍ୟ ଦେଉଛନ୍ତି।

ତେବେ ଆରମ୍ଭରୁ ବିଶେଷ ଆକ୍ରମଣାତ୍ମକ ହୋଇ ନଥିଲେ ମଧ୍ୟ ପିସି କଥା ଉଠାଇ ନବୀନ୍ ସରକାରଙ୍କୁ ସୂକ୍ଷ୍ମ ଝଟକାଟିଏ ଦେଇଛନ୍ତି। ଏବେ ପୁଣି ଏକ ଟ୍ୱିଟ୍‌ କରି ନବୀନ ସରକାରଙ୍କୁ ବୁଲେଇ ବଙ୍କେଇ ଟାର୍ଗେଟ କରିଛନ୍ତି। ତାଙ୍କ ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, “ଆମର ସୁନ୍ଦର ରାଜ୍ୟ ଓଡ଼ିଶା ଅତି ଗରିବ ଓ ପଛୁଆ ରାଜ୍ୟଭାବେ ଜଣାଶୁଣା। ରାଜ୍ୟ ବାହାରେ ତଥା ଜାତୀୟସ୍ତରରେ ଓଡ଼ିଶାର ଏମିତି ଛବି ରହି ଆସିଛି। ରାଜ୍ୟର ଗ୍ରାମାଞ୍ଚଳର ୮୬ ଲକ୍ଷ ଘରରରୁ ୬୬ ପ୍ରତିଶତ ଗରିବ ବୋଲି ନିଜେ ରାଜ୍ୟ ସରକାର ୨୦୧୬ରେ ତାଲିକା ପ୍ରସ୍ତୁତ କରିଥିଲେ। ଏହା ଆମର ଆତ୍ମସମ୍ମାନ ଓ ସ୍ୱାଭିମାନର କଥା। ଏହି (ଗରିବ) ଟ୍ୟାଗ୍‌ ଦୂର ହେବା ଉଚିତ୍‌ ବୋଲି ଅପରାଜିତା ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

ଅପରାଜିତାଙ୍କ ଏହି ମତ ଉପରେ ଅନେକ ରି-ଟ୍ୱିଟ୍‌ କରି ସମର୍ଥନ କରିଛନ୍ତି। ଯଦିଓ ସିଧାସଳଖ ନୁହେଁ, ତେବେ ବୁଲେଇ ବଙ୍କେଇ ସେ ନବୀନ ପଟ୍ଟନାୟକଙ୍କୁ ତୀରଟିଏ ମାରିଥିବା ବେଶ ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2UeC911

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages