
ୱାଶିଂଟନ୍: ଦୀର୍ଘବର୍ଷ ହେଲା ଫୁଟବଲ୍ ଜଗତରେ ନିଜର ଛାପ ଛାଡ଼ିଥିବା ଦୁଇ କିମ୍ବଦନ୍ତୀ ଖେଳାଳି ଲିଓନେଲ ମେସି ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଶେଷରେ ପଛରେ ପକାଇଛନ୍ତି କ୍ରୋଏସିଆର ଅଧିନାୟକ ଲୁକା ମୋଡ୍ରିକ୍। ମୋଡ୍ରିକ୍ ପ୍ରଥମଥର ପାଇଁ ୨୦୧୮ ମସିହା ବାଲୋନ ଡି’ ଓର୍ ପୁରସ୍କାର ପାଇଛନ୍ତି। ଦୀର୍ଘ ୧୦ ବର୍ଷ ହେଲା ଏହି ପୁରସ୍କାରଟିକୁ ମେସି ଓ ରୋନାଲ୍ଡୋ ଜିତୁଥିଲେ।
କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଘଟାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ୩୩ ବର୍ଷୀୟ ମୋଡ୍ରିକ୍। ଏହି ପୁରସ୍କାର ତାଲିକାର ଦ୍ୱିତୀୟ ସ୍ଥାନରେ ରୋନାଲ୍ଡୋ ଥିବା ବେଳେ ତୃତୀୟରେ ଫ୍ରାନ୍ସର ଷ୍ଟାର ଖେଳାଳି ଆନ୍ତୋଇନ ଗ୍ରେଜମ୍ୟାନ, ୪ର୍ଥରେ ଏମ୍ବାପେ, ୫ମରେ ମେସି, ୬ଷ୍ଠରେ ରାଫେଲ୍ ଭରାନେ, ୭ମରେ ଇଜିପ୍ଟ୍ର ମହମ୍ମଦ ସାଲା ଅଛନ୍ତି।
ଏହାପୂର୍ବରୁ ଫିଫା ବିଶ୍ୱକପ୍ରେ ମୋଡ୍ରିକ କ୍ରୋଏସିଆକୁ ଫାଇନାଲ୍କୁ ନେଇଥିଲେ। ଏଥିପାଇଁ ତାଙ୍କୁ ‘ସ୍ୱର୍ଣ୍ଣ ବୁଟ୍’ ପୁରସ୍କାର ମିଳିଥିଲା।
from Odisha Reporter https://ift.tt/2PmXlyg
No comments:
Post a Comment