‘ରାଜନୈତିକ ଦଳ ଚାଷୀଙ୍କ ପ୍ରତି ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

‘ରାଜନୈତିକ ଦଳ ଚାଷୀଙ୍କ ପ୍ରତି ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଏଠି କୌଣସି ରାଜନୈତିକ ଦଳ ଚାଷୀ ପାଇଁ ଚିନ୍ତା କରୁନାହାନ୍ତି। ଚାଷୀର ସୁରକ୍ଷା, ତା’ର ସମ୍ମାନ ଏବଂ ଉନ୍ନତି ସମ୍ପର୍କରେ ଏଠି କେହିବି ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି। ‘ନବ ନିର୍ମାଣ କୃଷକ ସଂଗଠନ’ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଡାକି କେନ୍ଦ୍ରର ବିଜେପି ସରକାର, ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବଂ ରାଜ୍ୟର ବିଜୁ ଜନତା ଦଳ ସରକାରକୁ ସିଧା ଟାର୍ଗେଟ୍ କରିଛି।

ସଂଗଠର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅକ୍ଷୟ କୁମାର କହିଛନ୍ତି, ‘ବର୍ତ୍ତମାନ ନିର୍ବାଚନୀ ହାୱା ବହୁଥିବାରୁ ଡିସେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ଖୋର୍ଦ୍ଧାରେ ସମାବେଶ କରିବେ। ସେହିପରି ଜାନୁୟାରୀ ୮ରେ ବିଜୁ ଜନତା ଦଳ (ବିଜେଡ଼ି) ଦିଲ୍ଲୀ ଯାଇ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ପାଇଁ ସେଠି ସମାବେଶ କରିବ। ଏ ଦିଲ୍ଲୀ ଓ ଭୁବନେଶ୍ୱର ସମାବେଶ ନାଟକବାଜି ଛାଡ଼ି ବିଜେପି ବିଜେଡି ଚାଷୀଙ୍କ ପ୍ରତି ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ।’

ଅକ୍ଷୟ କୁମାର ଆହୁରି କହିଛନ୍ତି, ‘ଚାଷୀ ସୁରକ୍ଷା ଭତ୍ତାକୁ ନେଇ ରାଜନୈତିକ ଦଳ ଗୁଡ଼ିକ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ। ବିଜେଡି ଦିଲ୍ଲୀ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଓଡ଼ିଶା ଗସ୍ତ କରିବେ। ଏଭଳି ସମୟରେ ଏହି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଚାଷୀଙ୍କ ସ୍ୱାର୍ଥ, ସେମାନଙ୍କୁ ଉଚିତ ପ୍ରାଇସ୍, ପ୍ରେଷ୍ଟିଜ୍ ଏବଂ ପେନ୍‌ସନ୍‌କୁ ନେଇ କେତେ ସମ୍ବେଦନଶୀଳ ତାହା ସ୍ପଷ୍ଟ କରନ୍ତୁ।

ଜାନୁୟାରୀ ୮ରେ ବିଜେଡି ଦିଲ୍ଲୀ ଗଲେ ଏଠି ନବନିର୍ମାଣ କୃଷକ ସଂଗଠନ ରାଜଭବନ ଆଗରେ ୨୦୦୦ ଲୋକଙ୍କୁ ଏକତ୍ର କରି ଆନ୍ଦୋଳନ କରିବ ଏବଂ ସ୍ମାରକପତ୍ର ଦେବାକୁ ଠିକ୍ କରିଛି। ସେହିପରି ମୋଦି ୨୪ରେ ଓଡ଼ିଶା ଆସିଲେ ତାଙ୍କୁ ମଧ୍ୟ ସ୍ମାରକପତ୍ର ଦିଆଯିବ ବୋଲି ଅକ୍ଷୟ କହିଛନ୍ତି।

 



from Odisha Reporter https://ift.tt/2GvhzGM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages