ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ, ଆଜିଠାରୁ ୬ ମାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ, ଆଜିଠାରୁ ୬ ମାସ

ନୂଆଦିଲ୍ଲୀ/ଜମ୍ମୁ: ବୁଧବାର ଜମ୍ମୁକଶ୍ମୀରରେ ରାଜ୍ୟପାଳ ଶାସନ ଅବଧି ସରିବା ପରେ କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଆଜିଠାରୁ ୬ ମାସ ଯାଏ ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହେବ।

ପୂର୍ବରୁ ଜମ୍ମୁକଶ୍ମୀର ରାଜ୍ୟପାଲ ସତ୍ୟପାଲ୍ ମଲିକ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବାନେଇ ସୁପାରିସ ସହ କେନ୍ଦ୍ର ନିକଟକୁ ରିପୋର୍ଟ ପଠାଇଥିଲେ। ଏହାପରେ କେନ୍ଦ୍ରୀୟ କ୍ୟାବିନେଟ୍‌ ଏହି ସୁପାରିସକୁ ମଞ୍ଜୁର କରିଥିଲେ।

ଆଜୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମରେ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି କରାଯାଇଥିବା ଘୋଷଣାପତ୍ରରେ ଦର୍ଶାଯାଇଛି ବର୍ତ୍ତମାନଠାରୁ ବିଧାନସଭାର କ୍ଷମତା ଅପସାରଣ କରାଗଲା ଏବଂ ସଂସଦ ଦ୍ୱାରା ବା ଅଧୀନରେ ଏହା ପରିଚାଳିତ ହେବ।

ବିଜେପି-ପିଡିପି ମଧ୍ୟରେ ମେଣ୍ଟ ଭାଙ୍ଗିବା ପରେ ଗତ ଜୁନ୍‌ ମାସଠାରୁ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ପଥରଫିଙ୍ଗାର ମାତ୍ରା ବୃଦ୍ଧି ପ୍ରତିବାଦରେ ବିଜେପି ମେଣ୍ଟରୁ ସମର୍ଥନ ପ୍ରତ୍ୟାହାର କରିଥିଲା।



from Odisha Reporter https://ift.tt/2BtF39n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages