ଭୟଙ୍କର ଅଗ୍ନିକାଣ୍ଡରେ ୭ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଭୟଙ୍କର ଅଗ୍ନିକାଣ୍ଡରେ ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ର ମୁମ୍ବାର ଚେମ୍ବୁର ଅଞ୍ଚଳର ଏକ ଆବାସିକ କୋଠାରେ ଭୟଙ୍କର କୌଣସି କାରଣରୁ ନିଆଁ ଲାଗିବାରୁ ଶେଷ ଖବର ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଛି। ସରଗମ୍‌ ସୋଶାଇଟିରେ ଏଭଳି ଦୁର୍ଘଟଣା ଘଟିଛି ଏବଂ ୩୫ତମ କୋଠାର ଏକାଦଶତମ ମହଲାରୁ ପ୍ରଥମେ ନିଆଁ ଲାଗିଥିବା ଜଣାଯାଇଛି।


ସନ୍ଧ୍ୟା ୭.୪୫ ସମୟରେ ନିଆଁ ଲାଗିଥିଲା ଏବଂ ଏହାକୁ ଦମନ କରିବାପାଇଁ ୧୫ଟି ଦମକଳ ନିୟୋଜିତ ହୋଇଥିଲା। ବର୍ତ୍ତମାନ ନିଆଁ ନିୟନ୍ତ୍ରଣରେ ରହିଛି। ବୟସ୍କ ମାନଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ୫ ଜଣଙ୍କର ରାସ୍ତାରେ ହିଁ ମୃତ୍ୟୁ ହୋଇଥିଲା।

ମୃତକଙ୍କ ମଧ୍ୟରୁ ୫ ଜଣଙ୍କର ପରିଚୟ ମିଳିଛି ସେମାନେ ହେଲେ ସୁନୀତା ଯୋଷୀ (୭୨), ବାଲଚନ୍ଦ୍ର ଯୋଷୀ(୭୨), ସୁମନ ଶ୍ରୀନିବାସ ଯୋଷୀ(୮୩), ସରଳା ସୁରେଶ ଗଙ୍ଗର(୫୨) ଏବଂ ଲକ୍ଷ୍ମୀବେନ୍‌ ପ୍ରେମଜୀ ଗଙ୍ଗର (୮୩)।


ଅନ୍ୟ ଜଣେ ଏହି ଧୂଆଁରେ ରୁନ୍ଧି ହୋଇ ଅସୁସ୍ଥ ହୋଇଯିବାରୁ ତାଙ୍କୁ ହସ୍ପିଟାଲ ପଠାଇଦିଆଯାଇଛି। ସେହିଭଳି ଦମକଳବାହିନୀର ଜଣେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତା’ର ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। କିନ୍ତୁ ଏ ସମୟରେ ଏକ ଗ୍ୟାସ୍‌ ସିଲିଣ୍ଡର ଫାଟିଯିବାରୁ ପରିସ୍ଥିତି ଅଧିକ ଭୟାବହ ହୋଇଥିଲା। ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି କୋଠାର ନିଆଁଲିଭା ଯନ୍ତ୍ର କାର୍ଯ୍ୟକ୍ଷମ ଅବସ୍ଥାରେ ନଥିଲା।



from Odisha Reporter http://bit.ly/2Tc6lsf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages