ଦେବକୁଣ୍ଡରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼: ଯିବାକୁ ଭୁଲନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 27, 2018

ଦେବକୁଣ୍ଡରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼: ଯିବାକୁ ଭୁଲନ୍ତୁ ନାହିଁ

ଉଦଳା (ଓଡ଼ିଶା ରିପୋର୍ଟର): ଆଉ ମାତ୍ର ୪ ଦିନ ପରେ ଆସିଯିବ ନୂଆବର୍ଷ। ଏବେ ପୂରା ଧୂମ୍‌ରେ ପିକ୍‌ନିକ୍‌ ମନାଇବାରେ ସମସ୍ତେ ମାତିଛନ୍ତି। ଜାନୁଆରୀ ମାସ ସାରା ଏମିତି ପିକ୍‌ନିକ୍‌ ଚାଲିବ। ଯଦି ପିକ୍‌ନିକ୍‌ ପାଇଁ ପ୍ଲାନିଂ କରୁଛନ୍ତି, ଦେବେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଯିବାକୁ ଭୁଲନ୍ତୁ ନାହିଁ।

ଶିମିଳିପାଳର ପାଦଦେଶରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ମା’ ଅମ୍ବିକାଙ୍କ ପୀଠ ରହିଛି। ପାହାଡ଼, ଝରଣା ସହିତ ଜଙ୍ଗଲ ଘେରା ଦେବକୁଣ୍ଡ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିବର୍ଷ ପରି ଚଳିତ ଥର ବି ମା’ ଅମ୍ବିକାଙ୍କ ଦର୍ଶନ ସହିତ ବଣଭୋଜି କରିବାକୁ ଏଠାରେ ପ୍ରବଳ ଜନସମାଗମ ହେଉଛି।
ମନରୋମ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ମା’ ଅମ୍ବିକାଙ୍କ ଦର୍ଶନ। ବଣଭୋଜି ସାଙ୍ଗକୁ ନାଚଗୀତର ଆସର ପାଇଁ ଦେବକୁଣ୍ଡରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼। ପାହାଡ଼, ଜଙ୍ଗଲ ଝରଣାର ମନଲୋଭା ଦୃଶ୍ୟ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣୁଛି।ଏଠାରେ ଝରଣା ଓ ଛୋଟ ଜଳପ୍ରପାତକୁ ଲାଗି ରହିଛି ମା’ ଅମ୍ବିକାଙ୍କ ପୀଠ। ମା’ଙ୍କ ଦର୍ଶନ ସହିତ ସାଙ୍ଗସାଥୀ, ପରିବାରବର୍ଗଙ୍କ ସହିତ ବଣଭୋଜିର ମଜା ନେଉଛନ୍ତି ଲୋକେ। ପର୍ଯ୍ୟଟକଙ୍କ ଭିଡ଼କୁ ନଜରରେ ରଖି ଭୋଜି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କୁନି କୁନି ପିଲାଙ୍କ ମନୋରଞ୍ଜନ ପାଇଁ ପାର୍କରେ ବିଭିନ୍ନ ପ୍ରକାରର ଦୋଳି ମଧ୍ୟ ଦେଖିବାକୁ ମିଳୁଛି।
ଶୀତ ଆରମ୍ଭ ହେବା ପରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। କେବଳ ରାଜ୍ୟ ନୁହେଁ ପଡୋଶୀ ରାଜ୍ୟରୁ ମଧ୍ୟ ବହୁ ପର୍ଯ୍ୟଟକ ପ୍ରତିବର୍ଷ ମା’ ଅମ୍ବିକାଙ୍କ ଦର୍ଶନ କରିବା ପାଇଁ ଏଠାକୁ ଆସିଥାନ୍ତି।

ବିଶ୍ୱାସ ରହିଛି, ଦେବତାମାନେ ଏଠାରେ ଗାଧୋଇବା ପରେ ଦେବୀ ଅମ୍ବିକାଙ୍କ ପୂଜା କରିଥିଲେ। ତେଣୁ ଏହା ଦେବକୁଣ୍ଡ ନାମରେ ନାମିତ ହୋଇଛି। ପ୍ରତ୍ୟକ୍ଷ ଦେବୀ ମା’ ଅମ୍ବିକାଙ୍କ ନିକଟରେ ମାନସିକ ପୂରଣ ପାଇଁ ବର୍ଷସାରା ଏଠାରେ ଭକ୍ତଙ୍କ ଭିଡ ଜମିଥାଏ।



from Odisha Reporter http://bit.ly/2QSLwFC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages