ଅନେକ କାଳଜୟୀ ଗୀତ ଗାଇଥିବା ଏହି ଗାୟକ ଅନେକ ସମୟରେ ନେଇଛନ୍ତି ମାତ୍ର ୧ ଟଙ୍କା ପାଉଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

ଅନେକ କାଳଜୟୀ ଗୀତ ଗାଇଥିବା ଏହି ଗାୟକ ଅନେକ ସମୟରେ ନେଇଛନ୍ତି ମାତ୍ର ୧ ଟଙ୍କା ପାଉଣା

ମୁମ୍ୱାଇ: “ହୋ ଆଜ୍‌ ମୌସମ୍‌ ବଡ଼ା ବେଇମାନ୍‌ ହୈ, ବଡ଼ା ବାଇମାନ୍‌ ହୈ, ଆଜ୍‌ ମୌସମ୍‌… ଆନେ ବାଲା କୋଇ ତୁଫାନ୍‌ ହୈ, ଆଜ୍‌ ମୌସମ୍‌… “। ୭୦ ଦଶକର ଏହି ଗୀତଟି ଶୁଣିବା ପରେ ଆମର ଲୋକପ୍ରିୟ ଗାୟକ ମହମ୍ମଦ ରଫିଙ୍କର କଥା ମନେପଡ଼େ।

ସୁମଧୁର ସ୍ୱରରେ ଚାରି ଦଶକ ଧରି ଲୋକଙ୍କ ମନରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଗାୟକ ହେଉଛନ୍ତି ରଫି। ଡିସେମ୍ୱର ୨୪ ତାରିଖ ଅର୍ଥାତ୍‌ ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ। ଆଜି ହେଉଛି ମହମ୍ମଦ ରଫିଙ୍କର ୯୪ତମ ଜନ୍ମଦିନ।

ମହମ୍ମଦ ରଫିଙ୍କର ସମସ୍ତ ଗୀତ ଲୋକପ୍ରିୟ ହୋଇଥିଲେ ମଧ୍ୟ ସେଥି ମଧ୍ୟରେ ଏମିତି କିଛି ଗୀତ ଅଛି, ଯାହାକୁ ଶୁଣିଲେ ଆଜି ବି ସମଙ୍କ ହୃଦ୍‌ ସ୍ପନ୍ଦନର ବେଗ ବଢ଼ିଯାଇଥାଏ।
ଯେମିତି କିଛି ଗୀତ ହେଉଛି, “ତାରିଫ୍ କରୁ କ୍ୟା ଉସ୍‌କୀ ଜିସ୍‌ନେ ତୁଝେ ବନାୟା, ଅଭି ନା ଯାଓ ଛୋଡ୍‌କର, କି ଦିଲ୍‌ ଅଭି ଭରା ନେହିଁ ହୈ”। ଯେଉଁ ସବୁ ଗୀତ ଶୁଣିବା ପରେ ଲୋକଙ୍କ ମନରେ ଏକ ନୂତନ ଭାବର ସଞ୍ଚାର ହୋଇଥାଏ।

ତେବେ ଆସନ୍ତୁ ଜାଣିବା ଏହି ଖ୍ୟାତନାମା ଗାୟକଙ୍କ ଜନ୍ମଦିନରେ ତାଙ୍କ ଜୀବନ ବିଷୟରେ କିଛି ଅଜଣା କଥା।

  •  ମହମ୍ମଦ ରଫି ୧୯୨୪ ମସିହା ଡିସେମ୍ୱର ୨୪ ତାରିଖରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ସେହି ସମୟରେ ଅମୃତସର ପାକିସ୍ତାନରେ ଥିଲା, ଯାହା ଭାରତ ବିଭାଜନ ପରେ ଅଲଗା ହୋଇଥିଲା। ବହୁତ୍‌ କମ୍‌ ଲୋକଙ୍କୁ ଏହା ଜଣାଥିବ ଯେ, ମଧୁର ସ୍ୱର ସମ୍ରାଟ୍‌ର ଅଧିକାରୀ ମହମ୍ମଦ ରଫିଙ୍କୁ ସ୍ନେହରେ ପ୍ରଶଂସକ ‘ଫେକୁ’ ବୋଲି ଡାକିଥାନ୍ତି।
  • କୁହାଯାଏ କି ରଫି ସାହେବ ତାଙ୍କ ଗାଁରେ ଫକୀରଙ୍କ ଗୀତ ଶୁଣି ଏହାର ନକଲ କରି କରି ଗୀତ ଶିଖିଥିଲେ। ସେ ତାଙ୍କର ପ୍ରଥମ ପ୍ରଫରମାନ୍ସ୍‌ ୧୩ ବର୍ଷ ବୟସରେ ଦେଇଥିଲେ। କେ ଏଲ୍ ସେହଗଲ୍ ତାଙ୍କୁ ଲାହୋର୍‌ର ଏକ  ସନସର୍ଟରେ ଗୀତ ଗାଇବା ପାଇଁ ଅନୁମତି ଦେଇଥିଲେ।
  • ୧୯୪୮ ମସିହାରେ ମହମ୍ମଦ ରଫି ରାଜେନ୍ଦ୍ର କୃଷ୍ଣନ୍‌ ଦ୍ୱାରା ଲେଖା ଯାଇଥିବା ଗୀତ ‘ସୁନ୍ ସୁନୋ ଆଏ ଦୁନିଆ ବାଲୋ ବାପୁଜୀ କି ଅମର କାହାନୀ’ ଗାଇଥିଲେ। ଏହି ଗୀତ ସେହି ସମୟରେ ଏତେ ଲୋକପ୍ରିୟ ହୋଇଥିଲା ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାର୍‌ଲାଲ୍ ନେହେରୁ ଏହି ଗୀତ ଶୁଣିବା ପାଇଁ  ତାଙ୍କୁ ନିଜ ଘରକୁ ନିମନ୍ତ୍ରଣ କରିଥିଲେ।
  • କୁହାଯାଏ କି ରଫି ସାହେବ କୌଣସି ସଙ୍ଗୀତକାରଙ୍କୁ ଏହା କେବେ ପଚାରନ୍ତି ନାହିଁ ଯେ, ତାଙ୍କୁ ଗୀତ ଗାଇବା ପାଇଁ କେତେ ଟଙ୍କା ଦିଆଯିବ। ଏପରିକି ସେ କେବେ କେବେ ୧ ଟଙ୍କାରେ ମଧ୍ୟ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି।
  •  ମହମ୍ମଦ ରଫି କେବଳ ହିନ୍ଦୀ ନୁହେଁ, ଆସାମୀଜ୍‌, କୋଙ୍କଣୀ, ଇଂରାଜୀ, ତେଲୁଗୁ, ମୈଥିଲି ଓ ଗୁଜୁରାଟୀ ଭାଷାରେ ଗୀତ ଗାଇଛନ୍ତି। କେବଳ ଗୀତ ଗାଇବା ନୁହେଁ, ସେ ଅଭିନୟ ବି କରିଥାନ୍ତି। ରପି ସାହେବ ଲୈଲା ମଜ୍‌ନୁ ଓ ଜୁଗ୍‌ନୁ ଫିଲ୍ମରେ ଅଭିନୟ କରିଥିଲେ। ଏହି ଦୁଇଟି ଫିଲ୍ମ ସେହି ସମୟରେ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା।
  •  ରଫି ସାହେବ ଅଧିକାଂଶ ଗୀତ ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍‌ଙ୍କ ପାଇଁ ଗାଇଛନ୍ତି। ସେ ତାଙ୍କ ଫିଲ୍ମ ପାଇଁ ପାଖାପାଖି ୩୬୯ଟି ଗୀତ ଗାଇଛନ୍ତି, ଯେଉଁଥିରେ ୧୮୬ଟି ଗୀତ ସୋଲୋ ରହିଥିଲା। କେବଳ ଏତିକି ନୁହେଁ, ରଫି ନିଜର ଶେଷ ଗୀତ ମଧ୍ୟ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍‌ଙ୍କ ପାଇଁ ଗାଇଥିଲେ। ସେହି ଗୀତଟି ଥିଲା, ‘ଶ୍ୟାମ୍ ଫିର୍ କ୍ୟୁଁ ଉଦାସ୍’। ଏହି ଫିଲ୍ମର ନାମ ଥିଲା ‘ଆସ୍ ପାସ୍’।
  •  ଯେଉଁ ସମୟରେ ମହମ୍ମଦ ରଫି ଏହି ଗୀତଟିକୁ ରେକର୍ଡ କରିଥିଲେ, ତାଙ୍କର ଦେହ ଅସୁସ୍ଥ ଥିଲା। ଏହି ଗୀତ ରେକର୍ଡ କରିବାର କିଛି ଘଣ୍ଟା ପରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
  • ସ୍ୱର ସମ୍ରାଟ ମହମ୍ମଦ ରଫିଙ୍କ ବିଷୟରେ ଏକ ରୋଚକ ଘଟଣା ଶୁଣିବାକୁ ମିଳେ। ଥରେ ଜଣେ ଅପରାଧୀକୁ ଫାଶୀ ଦଣ୍ଡ ଶୁଣାଯାଇଥିଲା। କିନ୍ତୁ ସେହି ଅପରାଧୀର ଶେଷ ଇଚ୍ଛା ପଚରାଯିବା ପରେ ସେ ମରିବା ପୂର୍ବରୁ ରଫି ସାହେବଙ୍କ ଗୀତ ଶୁଣିବାକୁ ଚାହୁଁଛି ବୋଲି କହିଥିଲା। ସେ ଫିଲ୍ମ ‘ବୈଜୁ ବାବ୍‌ରା’ର ଗୀତ ‘ଐ ଦୁନିଆ କେ ରଖ୍‌ବାଲେ’ ଗୀତ ଶୁଣିବାକୁ ଚାହୁଁଥିଲା। ଅପରାଧୀର ଶେଷ ଇଚ୍ଛା ଜାଣିବା ପରେ ଟେପ୍‌ ରେକର୍ଡରରେ ସେହି ଗୀତକୁ ବଜାଯାଇଥିଲା। ଯେଉଁ ଗୀତକୁ ରେକର୍ଡ କରିବା ପାଇଁ ରଫିଙ୍କୁ ୧୫ ଦିନ ପରିଶ୍ରମ କରିବାକୁ ପଡ଼ିଥିଲା। ଏମିତିକି ଗୀତ ଗାଇବା ସମୟରେ ତାଙ୍କ ଗଳାରୁ ରକ୍ତ ମଧ୍ୟ ବାହାରିଥିଲା।
  •  ମହମ୍ମଦ ରଫି ବ୍ୟକ୍ତିଗତ ଜୀବନରେ ଦୁଇଟି ବିବାହ କରିଥିଲେ। ପ୍ରଥମେ ସେ  ତାଙ୍କର ସମ୍ପର୍କୀୟ ଭଉଣୀ ବଶୀରା ବାନୁଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ବିବାହ ବେଶି ଦିନ ପର୍ଯ୍ୟନ୍ତ ରହି ପାରିଲା ନାହିଁ। ଏହାର କାରଣ ଦେଶ ବିଭାଜନ ସମୟରେ ବଶୀରା ତାଙ୍କ ସହିତ ଭାରତ ଆସିବାକୁ ମନା କରି ଦେଇଥିଲେ। ପରେ ରଫି ସାହେବ ବିଲ୍‌କିସ୍‌ ବାନୋଙ୍କୁ ଦ୍ୱିତୀୟ ବିବାହ କରିଥିଲେ।
  •  ମହମ୍ମଦ ରଫିଙ୍କର ୧୯୮୦ ମସିହା ଜୁଲାଇ ୩୧ ତାରିଖରେ ମୁମ୍ୱାଇରେ ମୃତ୍ୟୁ ହୋଇଥିଲା। ସେହି ଦିନ ମୁମ୍ୱାଇରେ ବହୁତ ବର୍ଷା ହୋଇଥିଲା। ଏହା ପରେ ମଧ୍ୟ ଲୋକ ବର୍ଷାକୁ ଖାତିର୍‌ କରିନଥିଲେ ଏହଂ ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ୍‌ ହୋଇଥିଲେ। ସେଦିନ ପାଖାପାଖି ୧୦ ହଜାର ଲୋକଙ୍କୁ ଦେଖିବାକୁ ମିଳିଥିଲା। ଯାହା ଆଜି ବି ମନେପଡ଼େ।


from Odisha Reporter http://bit.ly/2Cw7k11

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages