ଉତ୍ତର-ପୂର୍ବ ଭାରତର ବଡ଼ଦିନ: ଦେଶର ଦୀର୍ଘତମ ରେଳ ପୋଲ ଉଦ୍‌ଘାଟିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

ଉତ୍ତର-ପୂର୍ବ ଭାରତର ବଡ଼ଦିନ: ଦେଶର ଦୀର୍ଘତମ ରେଳ ପୋଲ ଉଦ୍‌ଘାଟିତ

ବୋଗିବୀଲ୍‌: ଆସାମର ଦିବ୍ରୁଗଡ଼ ନିକଟରେ ଥିବା ବୋଗିବୀଲ୍‌ଠାରେ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ରେଳ ଓ ସଡ଼କ ପୋଲ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଭାରତର ଦୀର୍ଘତମ ରେଳ ପୋଲ।

ଆଜି ନୂଆଦିଲ୍ଲୀରୁ ଦିବ୍ରୁଗଡ଼ ପହଞ୍ଚିବା ପରେ ମୋଦି ହେଲିକପ୍ଟର ଯୋଗେ ବୋଗିବୀଲ୍‌ରେ ପହଞ୍ଚିଥିଲେ। ସେଠାରେ ବ୍ରହ୍ମପୁତ୍ର ଉପରେ ନିର୍ମିତ ୪.୯୪ କିଲୋମିଟର ଦୀର୍ଘ ଏହି ପୋଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ।

ମୋଦି ଉଦ୍‌ଘାଟନୀସ୍ଥଳରେ ପହଞ୍ଚିବା ପୂର୍ବରୁ କାର୍‌ର ଫୁଟ୍‌ହୋଲ୍ଡରେ ଛିଡ଼ାହୋଇ ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହାପରେ ଗାଡ଼ିରୁ ଓହ୍ଲାଇ ଆସାମ ରାଜ୍ୟପାଳ ଜଗଦୀଶ ମୁଖି ଏବଂ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନ୍‌ୱାଲ୍‌ଙ୍କ ସହିତ ପୋଲ ଉପରେ କିଛିବାଟ ଚାଲିଥିଲେ।

ଏହାପରେ ସେ ପୋଲର ଅନ୍ୟପଟକୁ ଯାତ୍ରା ଆରମ୍ଭ କରିଥିଲେ, ଯେଉଁଠାରେ ସେ ତିନ୍‌ସୁକିଆ-ନହରଲାଗୁନ୍‌ ଇଣ୍ଟରସିଟି ଏକ୍ସପ୍ରେସ୍‌ର ଉଦ୍‌ଘାଟନ କରିଥିଲେ। ଏହି ଟ୍ରେନ୍‌ ସପ୍ତାହକୁ ୫ଦିନ ଚାଲିବ। ପୋଲଟିର ନିର୍ମାଣ ଫଳରେ ଆସାମରୁ ଅରୁଣାଚଳ ପ୍ରଦେଶର ନହରଲାଗୁନ୍‌କୁ ୧୦ ଘଣ୍ଟା କମ୍‌ ସମୟରେ ପହଞ୍ଚିହେବ।

କୂଟନୀତି ଏବଂ ରାଜନୀତି ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏହି ପୋଲ ଦିବ୍ରୁଗଡ଼ରେ ଆରମ୍ଭହୋଇ ଆସାମର ଧେମାଜ୍‌ ଜିଲ୍ଲାଯାଏ ବ୍ୟାପିଛି, ଯାହାକି ଅରୁଣାଚଳପ୍ରଦେଶର ଅନେକ ଜିଲ୍ଲାରେ ଯୋଗାଯୋଗର ବାଟଫିଟାଇଦେଇଛି। ତା ସହିତ ଆବଶ୍ୟକ ସ୍ଥଳେ ଭାରତ-ଚୀନ ସୀମାକୁ ସୈନ୍ୟ ଓ ସାମରିକ ସାମଗ୍ରୀକୁ ଶୀଘ୍ର ଓ ସହଜରେ ପଠାଇବାରେ ଏହି ପୋଲ ବିଶେଷ ସହାୟକ ହେବ ବୋଲି କୁହାଯାଇଛି।



from Odisha Reporter http://bit.ly/2SjNN9r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages