ଗୁଳି କରି ଖସିଯିବାକୁ ଉଦ୍ୟମ କରୁଥିଲା, ଧରାପଡ଼ିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

ଗୁଳି କରି ଖସିଯିବାକୁ ଉଦ୍ୟମ କରୁଥିଲା, ଧରାପଡ଼ିଲା

7

ଜୟପୁର(ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦାନ୍ତ ଅପରାଧୀ ଏସ୍‌.କେ ଅଖତାରକୁ ଗିରଫ କରିଛି ପୁଲିସ୍‌। କୋରାପୁଟ ଜିଲ୍ଲା ଜୟପୁର ଇରିଗେସନ୍ କଲୋନୀ ନିକଟରେ ଗୁଳି ବିନିମୟ ପରେ ପୁଲିସ୍ ତାକୁ ଧରିବାରେ ସଫଳ ହୋଇଛି। ତେବେ ଅଖତାରର ଦୁଇ ସହଯୋଗୀ ପୁଲିସ୍‌କୁ ଚକମା ଦେଇ ଖସିଯିବାରେ ସଫଳ ହୋଇଛନ୍ତି।

ଅଖତାର ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଗୁଳି ଓ ଗୋଟିଏ ମୋବାଇଲ୍ ଜବତ କରାଯାଇଛି। ତା’ ନାଁରେ ହତ୍ୟା ସମେତ ଅନେକ ମାମଲା ରହିଛି।

ଗତକାଲି ବିଳମ୍ବିତ ରାତିରେ ଇରିଗେସନ୍ କଲୋନୀ ନିକଟରେ ଅଖତାର ଓ ତା’ର ଦୁଇ ସହଯୋଗୀ ବୁଲାବୁଲି କରୁଥିବା ନେଇ ପୁଲିସ୍‌ ଖବର ପାଇଥିଲା। ଏହା ପରେ ପୁଲିସ୍‌ ସେହି ଅଞ୍ଚଳରେ ଚଢ଼ାଉ କରିଥିଲା। ପୁଲିସ୍‌କୁ ଦେଖି ସେମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୁଲିସ୍‌ ମଧ୍ୟ ଗୁଳି ଚଳାଇଥିଲା। ପୁଲିସ୍ ସେମାନଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଚଳାଇଥିଲା। ଗୁଳି ବିନିମୟ ପରେ ପୁଲିସ୍ ଅଖତାରକୁ କାବୁ କରିବାରେ ସଫଳ ହୋଇଥିଲା।



from Odisha Reporter http://bit.ly/2T3Vn8e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages