
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଆପଣ ଖାସି ମାଂସ କଷା ଓ ଝୋଳ ଖାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ମୁଗ ଖାସି ମାଂସ ପ୍ରସ୍ତୁତିର ପ୍ରଣାଳୀ କହିବୁ।
ଆବଶ୍ୟକ ସାମଗ୍ରୀ: ଖାସି ମାଂସ, ଗୋଟା ମୁଗ, କଟା ପିଆଜ, କଟା ଟମାଟୋ, ଅଦା ରସୁଣ ବଟା, ଲଙ୍କ। ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ତେଜପତ୍ର, ଡାଲଚିନି, ଗୁଜୁରାତି, ଗୋଲମରିଚ, ରିଫ।ଇନ୍ ତେଲ ଓ ସ୍ୱାଦ ଅନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ରୋଷେଇ ଆରମ୍ଭର ଯଥେଷ୍ଟ ପୂର୍ବରୁ ପ୍ରଥମେ ଗୋଟା ମୁଗକୁ ଭିଜାଇ ଦିଅନ୍ତୁ। କରେଇରେ ତେଲ ଗରମ କରି ତେଜପତ୍ର, ଡାଲଚିନି, ଗୁଜୁରାତି ଓ ଗୋଲମରିଚ ପକାନ୍ତୁ।
ଏବେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହେଇ ଆସିଲେ, ସେଥିରେ ଅଦା ରସୁଣ ବଟା, ଲଙ୍କ। ଗୁଣ୍ଡ, ହଳଦୀ ଗୁଣ୍ଡ ଓ ଗରମ ମସଲା ପକାଇ କଷନ୍ତୁ।
ମସଲା ଅଳ୍ପ କଷି ହୋଇଗଲେ, ଏଥିରେ କଟା ଟମାଟୋ ଓ ସ୍ୱାଦ ଅନୁସାରେ ଲୁଣ ମିଶାନ୍ତୁ। ତା’ପରେ ଖାସି ମାଂସକୁ ପକାଇ ଭଲ ଭାବେ କଷନ୍ତୁ।
ମାଂସ କଷି ହୋଇଗଲେ, ସେଥିରେ ଆଗରୁ ଭିଜା ହୋଇ ରହିଥିବା ଗୋଟା ମୁଗକୁ ପକାଇ ଭଲଭାବେ ଗୋଳାନ୍ତୁ। ଏବେ ଏଥିରେ ଆବଶ୍ୟକ ମୁତାବକ ପାଣି ଦେଇ ଘୋଡ଼ଣି ଘୋଡ଼ାଇ ଦିଅନ୍ତୁ। ୨୫ ରୁ ୩୦ ମିନିଟ୍ ପରେ ପ୍ରସ୍ତୁତ ହୋଇଯିବ ‘ମୁଗ ଖାସି ମାଂସ’।
from Odisha Reporter http://bit.ly/2CrMAXZ
No comments:
Post a Comment