କାହିଁକି ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇବା ମଲାଲା ୟୁସୁଫ୍‌ଜାଇଙ୍କୁ ଖୁସି ଦେଇନଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

କାହିଁକି ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇବା ମଲାଲା ୟୁସୁଫ୍‌ଜାଇଙ୍କୁ ଖୁସି ଦେଇନଥିଲା

ନୂଆଦିଲ୍ଲୀ:୨୦୧୩ ମସିହାରେ ଟାଇମ୍‌ ମ୍ୟାଗାଜିନ୍‌ ପ୍ରସ୍ତୁତ କରିଥିବା ବିଶ୍ୱର ଶ୍ରେଷ୍ଠ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇବା ପରେ ଖୁସି ହୋଇପାରି ନଥିଲେ ନୋବେଲ ବିଜେତା ମଲାଲା ୟୁସୁଫ୍‌ଜାଇ। ଏହାର କାରଣ ସ୍ୱରୂପ ସେ ତାଙ୍କ ବାପାଙ୍କୁ କହିଥିଲେ, ମୁଁ ମଣିଷଙ୍କ ବିଭାଗୀକରଣ କରାଯିବା କଥାକୁ ଆଦୌ ପସନ୍ଦ କରେନି।

ମଲାଲାଙ୍କ ବାପା ଜିଆଉଦ୍ଦିନ୍‌ ୟୁସୁଫ୍‌ଜାଇ ତାଙ୍କର ସଦ୍ୟ ଲିଖିତ ବହି “Let Her Fly: A Father’s Journey and the Fight for Equality”ରେ ଏଭଳି କଥାସବୁ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ବିଶ୍ୱର ଶ୍ରେଷ୍ଠ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତି ତାଲିକାର ୧୫ ତମ ସ୍ଥାନରେ ଥିଲେ ମଲାଲା ଏବଂ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ୫୧ତମ ସ୍ଥାନରେ ଥିଲେ। ଜିଆଉଦ୍ଦିନ୍‌ଙ୍କୁ ବ୍ରିଟେନ୍‌ରେ ଡ୍ରାଇଭର ଭାବେ କାମ କରୁଥିବା ସାହିଦ୍‌ ହୁସେନ୍‌ ମ୍ୟାଗାଜିନର କଭର୍‌ ଦେଖାଇବା ପରେ ସେ ତାଙ୍କ ଝିଅଙ୍କୁ ଏ ବିଷୟରେ ଜଣାଇଥିଲେ।

ଏହା ପରେ ମଲାଲାଙ୍କ ପ୍ରତିକ୍ରିୟା ବାବଦରେ ସେ କହିଛନ୍ତି, “ମଲାଲା ସେତେବେଳେ ହସ୍ପିଟାଲରେ ଥିଲା। ଆମେ ସ୍ୱାମୀ ସ୍ତ୍ରୀ ଏମିତି ଜଣେ ଲୋକ ଖୋଜୁଥିଲୁ ଯିଏ ଆମକୁ ନେବାଆଣିବା କରିପାରିବ। ସାହିଦ୍‌ ହୁସେନ୍‌ ନାମକ ଏହି ଡ୍ରାଇଭର ଆମର ଭଲ ବନ୍ଧୁ ହୋଇଯାଇଥିଲେ। ଦିନେ ଏହି ଡ୍ରାଇଭର ଆମକୁ ଟାଇମ୍‌ ମ୍ୟାଗାଜିନ୍‌ରେ ବାହାରିଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ସମ୍ପର୍କରେ ଜଣାଇଥିଲା ଏବଂ ମୁଁ ମଲାଲାକୁ ଏହା ଦେଖାଇଲେ ସେ ଖୁସି ହେବ ବୋଲି କହିଥିଲା।”

ଜିଆଉଦ୍ଦିନ୍‌ ଉତ୍ସାହିତ ହୋଇ ମଲାଲାଙ୍କୁ ମ୍ୟାଗାଜିନଟି ଦେଖାଇବା ପରେ ସେ ପଢ଼ିଥିଲେ ଏବଂ ତାକୁ ତଳେ ଥୋଇ ଦେଇଥିଲେ। କହିଥିଲେ, “ମୁଁ ମଣିଷଙ୍କୁ ଏଭଳି ବିଭାଗୀକରଣ କରାଯିବା କଥାକୁ ଆଦୌ ପସନ୍ଦ କରେନି।”



from Odisha Reporter http://bit.ly/2Re0F3w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages