ଫାଙ୍କା ସମୟରେ କେଉଁ କଳାକାର କ’ଣ କରନ୍ତି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଫାଙ୍କା ସମୟରେ କେଉଁ କଳାକାର କ’ଣ କରନ୍ତି ?

ମୁମ୍ବାଇ: ସେଲିବ୍ରିଟିମାନେ ଅନେକ ସମୟରେ ନିଜ ଶୁଟିଂ ଓ ଶୋ’କୁ ନେଇ ବ୍ୟସ୍ତ ଥାଆନ୍ତି। କିନ୍ତୁ ଯେତେବେଳେ ଫାଙ୍କା ପାଆନ୍ତି ସେତେବେଳେ ନିଜ ମନଖୁସି କରିବାକୁ କିଛି ନା କିଛି କରିଥାନ୍ତି। ଆପଣଙ୍କୁ ବି ଏକଥା ଜାଣିବାକୁ ଖୁବ୍‌ ଇଚ୍ଛା ହେଉଥିବ ଯେ, ଆପଣଙ୍କ ପ୍ରିୟ ସେଲିବ୍ରିଟି ପାଙ୍କା ସମୟରେ କ’ଣ କରନ୍ତି ବୋଲି। ତେବେ ଚାଲନ୍ତୁ ଜାଣିବା ସେଲିବ୍ରେଟିମାନଙ୍କ ଫୁରୁସତ୍‌ ସମୟରେ କଥା।

ରଣବୀର ସିଂହ:  ବଲିଉଡ୍‌ର ଖିଲ୍‌ଜୀ ରଣବୀର ସିଂହ ଫାଙ୍କା ସମୟରେ ଗୀତଗୁଡ଼ିକୁ ରାପିଂ କରିବାକୁ ପସନ୍ଦ କରନ୍ତି।  ଯାହାର ରେକର୍ଡ ସେ ନିଜ ମୋବାଇଲ୍‌ ଫୋନ୍‌ରେ କରନ୍ତି। ଏବେ ରଣବୀର ତାଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ର ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି।

ରଣବୀର କପୁର: ସମସ୍ତେ ଜାଣନ୍ତି ରଣବୀର କପୁରଙ୍କୁ ଫୁଟ୍‌ବଲ୍‌ ଖେଳିବା ଖୁବ୍‌ ପସନ୍ଦ।  ସେ ଫାଙ୍କା ସମୟରେ ଫୁଟ୍‌ବଲ୍‌ ଖେଳିବାକୁ ଭଲ ପାଆନ୍ତି। ଏହା ସହ ସେ DVD ଦେଖିବା ଓ ଭିଡିଓ ଗେମ୍‌ ଖେଳିବା ବି ପସନ୍ଦ କରନ୍ତି। ଅନେକ ସମୟରେ ସେ ନିଜ ବନ୍ଧୁମାନଙ୍କ ସହ ମସ୍ତି କରୁଥିବା ମଧ୍ୟ ନଜର ଆସନ୍ତି। ଏବେ ସେ ଆଲିଆ ଭଟ୍ଟଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ।

ଆଲିଆ ଭଟ୍ଟ: ବଲିଉଡ୍‌ ବବ୍‌ଲୀ ଆଲିଆ ଫାଙ୍କା ସମୟରେ ସାଙ୍ଗମାନଙ୍କ ସହ ବୁଲିବା ଓ ଚାରକୋଲ୍‌ ପେଣ୍ଟିଂ କରିବାକୁ ପସନ୍ଦ କରନ୍ତି।

ବିଦ୍ୟାବାଲନ:  ବିଦ୍ୟାବାଲନ ଯିଏକି ନିଜ ଟ୍ୟାଲେଣ୍ଟ୍‌ ବଳରେ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।  ସେ ଫାଙ୍କା ସମୟର କବିତା ଲେଖିବା  ଓ ନିଜ ନିକଟତର ବନ୍ଧୁଙ୍କୁ ଶୁଣେଇବାକୁ ପସନ୍ଦ କରନ୍ତି। ସେ ଖୁବ୍‌ ଶୀଘ୍ର ସୁପରଷ୍ଟାର ଏନ୍‌ଟିଆର୍‌ଙ୍କ ବାୟୋପିକ୍‌ରେ ନଜର ଆସିବେ।



from Odisha Reporter http://bit.ly/2EHUpKA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages