‘ଏମ୍‌ଏମ୍‌ଏସ୍‌’ର ଜାଲରୁ ଏମିତି ମୁକ୍ତି ପାଇଲେ ସାହସୀ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

‘ଏମ୍‌ଏମ୍‌ଏସ୍‌’ର ଜାଲରୁ ଏମିତି ମୁକ୍ତି ପାଇଲେ ସାହସୀ ମହିଳା

ନୂଆଦିଲ୍ଲୀ: ‘ଏମ୍‌ଏମ୍‌ଏସ୍‌’ ବା ମଲ୍‌ଟି ମିଡିଆ ମେସେଜିଂ ସର୍ଭିସ୍‌ର ଜାଲରେ ଫସି ଏକ ନିର୍ଦ୍ଦୋଷ ଦମ୍ପତିଙ୍କ ଜୀବନ ବର୍‌ବାଦ୍‌ ହେବାର କାହାଣୀ ସମ୍ପର୍କରେ ୨୦୦୫ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘କଲ୍‌ୟୁଗ୍‌’ କିଛି ଝଲକ୍‌ ଦେଇଥିଲା। ଏହି ଫିଲ୍ମରେ ଅମ୍ରିତା ସିଂହ, ଇମ୍ରାନ୍‌ ହାସ୍‌ମୀ, କୁନାଲ୍‌ ଖେମୁ ଓ ସ୍ମାଇଲି ସୁରୀ ଆଦି ପ୍ରମୁଖ ଚରିତ୍ରରେ ଥିଲେ।

ତେବେ କେବଳ ଫିଲ୍ମ ନୁହେଁ, ବାସ୍ତବ ଜୀବନରେ ମଧ୍ୟ ଅଧିକାଂଶ ମହିଳା ଏଭଳି ଅଶ୍ଳୀଳ ‘ଏମ୍‌ଏମ୍‌ଏସ୍‌’ର ଶିକାର ହୋଇଛନ୍ତି। ସବୁ ମିଛ ଏବଂ ଉଦ୍ଦେଶ୍ୟମୂଳକ ବୋଲି ଦୃଢ଼ ନିଶ୍ଚିତ ଥାଇ ମଧ୍ୟ ଏହାର ଶିକାର ହୋଇଥିବା ମହିଳାମାନେ ଏଥିରୁ ମୁକ୍ତି ପାଇବାର ବାଟ ପାଇ ନାହାନ୍ତି କି ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ ମଧ୍ୟ କରି ପାରିନାହାନ୍ତି।

କିନ୍ତୁ କେରଳର ଜଣେ ମହିଳା ଏଭଳି ଅଶ୍ଳୀଳ ‘ଏମ୍‌ଏମ୍‌ଏସ୍‌’ର ଶିକାର ହେବା ପରେ ଏହାକୁ ମିଛ ପ୍ରମାଣିତ କରି ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାରେ ସଫଳ ମଧ୍ୟ ହୋଇଛନ୍ତି।
କେରଳର କୋଚିରେ ରହୁଥିବା ଶୋଭା ସଞ୍ଜୁ ଏପରି ‘ଏମ୍‌ଏମ୍‌ଏସ୍‌’ର ଶିକାର ହୋଇଥିଲେ। ଦିନେ ଶୋଭାଙ୍କ ସ୍ୱାମୀଙ୍କ ଅଫିସିଆଲ୍‌ ଗ୍ରୁପ୍‌ ହ୍ୱାଟସ୍‌ଆପ୍‌କୁ ଏକ ଅଶ୍ଳୀଳ ଭିଡିଓ ମେସେଜ୍‌ ଆସିଲା। ଭିଡିଓରେ ଶୋଭା ଡ୍ରେସ୍‌ ବଦଳାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏଥିରେ ଶୋଭାଙ୍କୁ ସମସ୍ତେ ପୁରା ନଗ୍ନ ଅବସ୍ଥାରେ ଦେଖିଲେ।

କିନ୍ତୁ ଏପରି ଭିଡିଓ ତାଙ୍କର ନୁହେଁ ବୋଲି ଶୋଭା ଦୃଢ଼ ଭାବେ କହିଥିଲେ। ତାଙ୍କ କହିବା କଥା ଥିଲା, ଭଡିଓରେ ତାଙ୍କ ପରି ଦେଖାଯାଉଥିବା ମହିଳା ଜଣଙ୍କ ସେ ନୁହନ୍ତି, ବରଂ ଆଉ କେହି। ଏହାର ପ୍ରତିବାଦରେ ଶୋଭା ନିଜ ପରିବାର ସହାୟତାରେ ପୋଲିସ୍‌ରେ ମାମଲା ଦାୟର୍‌ କରିଥିଲେ। ଏହାସହ ଶୋଭା ଏକ ସାଇବର୍‌ ଫୋରେନ୍‌ସିକ୍‌ ରିସର୍ଚ୍ଚ ଆଣ୍ଡ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସୀ ନିକଟରେ ଫେରାଦ ହୋଇ ଏହି ମାମଲାର ତଦନ୍ତ କରିବାକୁ ଅନୁରୋଧ କହିଥିଲେ। ଏହି ସଂସ୍ଥା ସିବିଆଇ ସହ ସଂଯୋଗରେ ରହିଛି।

ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା ଯେ ପ୍ରକୃତରେ ସେହି ଭିଡିଓଟି ଶୋଭାଙ୍କର ନ ଥିଲା। ଅସଲ କଥା ଥିଲା, ଶୋଭାଙ୍କ ସ୍ୱାମୀ ତାଙ୍କ ଠାରୁ ଛାଡପତ୍ର ନେବା ପାଇଁ ଏପରି ମିଛ ଭିଡିଓ ପ୍ରସ୍ତୁତ କରିଥିଲେ।

ଯଦି ଆପଣ କେବେ ଏପରି ସମସ୍ୟାର ବି ଶିକାର ହୁଅନ୍ତି, ତେବେ ପବ୍ଲିକ୍‌ ଡୋମେନ୍‌ରୁ ଭିଡିଓକୁ ଡିଲିଟ୍‌ କରିବା ପାଇଁ ଆପଣ ନିବେଦନ କରିପାରିବେ। ୱେବ୍‌ସାଇଟ୍‌ ପକ୍ଷରୁ ଏଥିପାଇଁ କିଛି ଅର୍ଥ ଦାବି କରାଯାଏ। ତେବେ ଆପଣ ପୋଲିସ୍‌ର ସାଇବର୍‌ କ୍ରାଇମ୍‌ ସେଲ୍‌ରେ ମଧ୍ୟ ଏନେଇ ଅଭିଯୋଗ କରିପାରିବେ। ଏଥିପାଇଁ ଦୋଷୀକୁ ୩ବର୍ଷ ଯାଏ ଜେଲ୍‌ ଦଣ୍ଡର ନିୟମ ରହିଛି।



from Odisha Reporter https://ift.tt/2zItz1X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages