ପ୍ରିୟଙ୍କାଙ୍କ ବିରୋଧରେ ‘ପଶୁ ନିର୍ଯାତନା’ର ଅଭିଯୋଗ ଆଣିଲା ‘ପେଟା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

ପ୍ରିୟଙ୍କାଙ୍କ ବିରୋଧରେ ‘ପଶୁ ନିର୍ଯାତନା’ର ଅଭିଯୋଗ ଆଣିଲା ‘ପେଟା’

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ବିବାହ ଉତ୍ସବର ଆୟୋଜନ ଏବେ ବଲିଉଡ୍‌ ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରାଙ୍କୁ ଅଡ଼ୁଆରେ ପକାଇଛି। ଜୀବ ଜନ୍ତୁଙ୍କ ସୁରକ୍ଷା ଓ ଅଧିକାର ପାଇଁ ଅଭିଯାନ ଚଳାଇଥିବା ପିପଲ୍‌ ଫର୍‌ ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ୍‌ ଅଫ୍ ଆନିମଲ୍‌ସ ବା ‘ପେଟା’ ପ୍ରିୟଙ୍କା ଓ ନିକ୍‌ ଜୋନସ୍‌ଙ୍କ ରାଜକୀୟ ଶୈଳୀର ବିବାହ ଉତ୍ସବ ଆୟୋଜନକୁ ନାପସନ୍ଦ କରିଛି।

‘ପେଟା’ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ନିଜ ବିବାହ ଉତ୍ସବରେ ଘୋଡ଼ା ଓ ହାତୀଙ୍କୁ ବ୍ୟବହାର କରିଥିବା ପ୍ରିୟଙ୍କା ଓ ନିକ୍‌ ଏହି ପଶୁମାନଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି। ଡିସେମ୍ବର ୧ ଓ ୨ରେ ରାଜସ୍ଥାନ ଯୋଧପୁରର ଉମେଦ୍ ଭବନରେ ଆୟୋଜିତ ଏହି ବାହାଘର ଉତ୍ସବରେ ନିକ୍‌ ଘୋଡ଼ାରେ ବିବାହ ବେଦୀରେ ପହଞ୍ଚିଥିଲେ। ତେବେ ଏଥିପାଇଁ ବ୍ୟବହୃତ ଘୋଡ଼ାମାନଙ୍କ ଉପରେ ଅତ୍ୟାଚାର କରାଯିବା ସହ ସେମାନଙ୍କୁ ଯନ୍ତ୍ରଣା ଦିଆ ଯାଇଥିଲା ବୋଲି ‘ପେଟା’ ପକ୍ଷରୁ ଦର୍ଶାଯାଇଛି। ଏନେଇ ‘ପେଟା’ ପକ୍ଷରୁ ଏକ ଭିଡିଓ ଟ୍ୱିଟର୍‌ରେ ଅପ୍‌ଲୋଡ୍‌ କରାଯାଇଛି।

ଭିଡିଓରେ ପ୍ରିୟଙ୍କା ବାହାଘରରେ ବ୍ୟବହୃତ ଘୋଡ଼ାଙ୍କ ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିଥିବା ନଜରକୁ ଆସିଛିା

ଏନେଇ ‘ପେଟା’ ପ୍ରିୟଙ୍କାଙ୍କ ବିରୋଧରେ ଅସନ୍ତୋଷ ଜାହିର୍ କରିବା ସହ କୌଣସି ବିବାହ ଉତ୍ସବରେ ପଶୁଙ୍କୁ ବ୍ୟବହାର ନ କରିବାକୁ ନିବେଦନ ମଧ୍ୟ କରିଛି।



from Odisha Reporter https://ift.tt/2G1jeUg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages