କୋଇଲା ଦୁର୍ନୀତି: ପୂର୍ବତନ ସଚିବଙ୍କୁ ୩ ବର୍ଷ ଜେଲଦଣ୍ଡ ପରେ ତୁରନ୍ତ ଜାମିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 5, 2018

କୋଇଲା ଦୁର୍ନୀତି: ପୂର୍ବତନ ସଚିବଙ୍କୁ ୩ ବର୍ଷ ଜେଲଦଣ୍ଡ ପରେ ତୁରନ୍ତ ଜାମିନ୍‌

ନୂଆଦିଲ୍ଲୀ: ୟୁପିଏ ସରକାରଙ୍କ ଅମଳରେ ଘଟିଥିବା ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ଘଟଣାରେ ଆଜି ଦିଲ୍ଲୀର ଏକ କୋର୍ଟ ପୂର୍ବତନ କୋଇଲା ସଚିବ ଏଚ୍‌ସି ଗୁପ୍ତାଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସହ ୫୦ ହଜାର ଟଙ୍କାର ଜୋରିମାନା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ଦଣ୍ଡାଦେଶର ମାତ୍ର କିଛି ମିନିଟ୍‌ ପରେ ତାଙ୍କୁ ଜାମିନ୍‌ ମିଳି ଯାଇଛି। ଶ୍ରୀ ଗୁପ୍ତାଙ୍କ ସମେତ ଅନ୍ୟ ଦୁଇ ଅଧିକାରୀ କେଏସ୍‌ କୋରଫା ଓ କେସି ସମରିଆଙ୍କୁ ମଧ୍ୟ ଅନୁରୂପ ଦଣ୍ଡ ମିଳିଥିଲା। ହେଲେ ସମସ୍ତଙ୍କୁ ୪ ବର୍ଷରୁ କାମ ଜେଲ୍‌ଦଣ୍ଡ ମିଳିଥିବାରୁ ତୁରନ୍ତ ଜାମିନ୍‌ ମିଳିଛି।

ଅନ୍ୟପକ୍ଷରେ ସ୍ୱତନ୍ତ୍ର ବିଚାରପତି ଭାରତ ପ୍ରସାର ବିକାଶ ମେଟାଲ୍ସ ଓ ପାୱାର ଲିଃର ଏମ୍‌ଡି ବିକାଶ ପଟନି ଓ ଆନନ୍ଦ ମଲ୍ଲିକଙ୍କୁ ୪ ବର୍ଷ ଲେଖାଏ ଜେଲଦଣ୍ଡ ଦେଇଛନ୍ତି। ସେହିପରି ବିକାଶ ୨୫ ଲକ୍ଷ ଓ ଆନନ୍ଦ ୨ ଲକ୍ଷ ଟଙ୍କା ଲେଖାଏ ଫାଇନ୍‌ ଦେବେ ବୋଲି ବିଚାରପତି କହିଛନ୍ତି। କମ୍ପାନୀ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଛି।



from Odisha Reporter https://ift.tt/2G1rQKG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages