କ’ଣ ପାଇଁ ଅନୀଲ୍‌ଙ୍କ ପତ୍ନୀ ଘର ଛାଡ଼ି ପଳାଇଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 24, 2018

କ’ଣ ପାଇଁ ଅନୀଲ୍‌ଙ୍କ ପତ୍ନୀ ଘର ଛାଡ଼ି ପଳାଇଥିଲେ

ମୁମ୍ବାଇ: ବଲିଉଡ୍‌ର ଝାକାସ୍‌ ବୟ ଅନୀଲ୍‌ କପୁରଙ୍କ ଆଜି ଜନ୍ମଦିନ। ଠିକ୍‌ ୬୧ ବର୍ଷ ତଳେ ଅର୍ଥାତ୍‌ ୧୯୫୬ ମସିହା ଡିସେମ୍ବର ୨୪ରେ  ଜନ୍ମ ଗ୍ରହଣ କରିଥିଲେ ଏହି ମହାନ୍‌ ଅଭିନେତା।

ବୟସ ସିନା ୬୨, କିନ୍ତୁ ଅଭିନୟ ଓ ଲୁକ୍‌ରୁ ଆଜିବି ସେ କେଉଁ ଯୁବାଠୁ କମ୍‌ ନହେଁ।  ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ୪୦ ବର୍ଷ ପୂରିଗଲାଣି। ଏବେବି ସେ ତାଙ୍କ ଅଭିନୟର ଯାଦୁରେ ଲୋକଙ୍କ ମନ ଜିତୁଛନ୍ତି। ଅନୀଲ୍‌ଙ୍କ ବିଷୟରେ ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ତେବେ ଆମେ ଆଜି ତାଙ୍କ ଏକ୍ସଟ୍ରା ମାରିଟାଲ୍‌ ଆଫାୟାର ବିଷୟରେ କହିବୁ। ଯେଉଁଥି ପାଇଁ ତାଙ୍କ ପତ୍ନୀ ଘର ଛାଡ଼ି ଚାଲିଯାଇଥିଲେ।

ଅନୀଲ ଓ ସୁନୀତାଙ୍କ ବାହାଘରକୁ ୩୪ ବର୍ଷ ପୂରି ଗଲାଣି।  ଏବେ ତାଙ୍କର  ଦୁଇ ଝିଅ ଓ ଗୋଟିଏ ପୁଅ ସମସ୍ତେ ଖୁବ୍‌ ଭଲରେ ଅଛନ୍ତି।

ଅନୀଲ୍‌ କପୁର ସୁନୀତାଙ୍କୁ ପ୍ରେମ ବିବାହ କରିଥିଲେ। ତଥାପି ତାଙ୍କ ନାଁ ଅନେକ ଅଭିନତ୍ରୀଙ୍କ ସହ ଯୋଡ଼ି ହୋଇଥିଲା।  ସେମାନଙ୍କ ମଧ୍ୟରେ  ଜଣେଥିଲେ  କିମୀ କାଟକର।  କୁହାଯାଏ  ଗୋଟିଏ ସମୟ ଥିଲା କିମିଙ୍କ ପାଇଁ ଅନୀଲ ଓ ସୁନୀତାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା।

ଏକ ୱେବସାଇଟ୍‌ରେ ଛପିଥିବା ଖବର ମୁତାବକ ଅନୀଲ ଓ କିମୀଙ୍କ ଆଫାୟାର ପାଇଁ  କଥା ଏଥେ ବିଗିଡ଼ି ଯାଇଥିଲା ଯେ, ସୁନୀତା ନିଜ ପିଲାମାନଙ୍କୁ ଧରି ଘର ଛାଡ଼ି ଚାଲି ଯାଇଥିଲେ।

କିମୀ କାଟକର୍‌ ଜଣେ ବୋଲ୍ଡ ଅଭିନେତ୍ରୀ ଭାବେ ପରିଚିତ ଥିଲେ।  ଅନୀଲ୍‌ ଓ କିମୀ ଏକାଠି ଅନେକ ଫିଲ୍ମ କରିଛନ୍ତି।  ଏହି ଫିଲ୍ମଗୁଡ଼ିକ ହେଉଛି ‘ଆଗସେ ଖେଲେଙ୍ଗେ, ହମ୍‌ଲା, କାଲା ବଜାର, ସୋନୋପେ ସୁହାଗା।

ସେ ସମୟରେ ଅନୀଲ ଓ କିମୀଙ୍କ ଆଫାୟାରକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଥିଲା। ସୁନୀତା କିନ୍ତୁ ଏକତା ଶୁଣି ବିଶ୍ୱାସ କରୁ ନ ଥିଲେ। ସୁନୀତାଙ୍କୁ ଏହା ଏକ ଗୁଜବ ବୋଲି ଲାଗିଥିଲା। କିଛି ଦିନ ପରେ ସୁନୀତା ହଠାତ ସେଟ୍‌କୁ ଯାଇ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତରେ ଦେଖିଦେବା ପରେ ତାଙ୍କୁ ଖୁବ୍‌ ଆଶ୍ଚର୍ଯ୍ୟ ଲାଗିଥିଲା।

ଏହି କଥାକୁ ନେଇ ସୁନୀତା ଘର ଛାଡିଥିଲେ। ଯାହାକୁ ନେଇ ଭାଙ୍ଗି ପଡିଥିଲେ ଅନୀଲ। ପରେ ଅନୀଲ ସୁନୀତାଙ୍କୁ  ମନାଇ ଘରକୁ ନେଇ ଆସିଥିଲେ।



from Odisha Reporter http://bit.ly/2BCREqX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages