
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକଆ ଏବଂ ଟି୨୦ ସିରିଜ୍ ପାଇଁ ଟିମରେ ସ୍ଥାନ ପାଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଏଥିସହିତ ସେ ପୁଣି ନୀଳ ଟୋପିରେ ପଡ଼ିଆକୁ ଓହ୍ଲାଇବାକୁ ନେଇ ଉପୁଜିଥିବା ସନ୍ଦେହର ଅବସାନ ଘଟିଛି। ସେ ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି।
୨୦୧୮ ମସିହାରେ ଧୋନିଙ୍କ ପ୍ରଦର୍ଶନ ଏତେ ଭଲ ନଥିବାରୁ ତାଙ୍କୁ ଟି୨୦ ସ୍କ୍ୱାଡରୁ ବାଦ୍ ଦିଆଯାଇଥିଲା। ଏପରିକି ତାଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ କୁହାଯାଇଥିଲେ ମଧ୍ୟ ସେ ତାହା କରିନଥିଲେ। କିନ୍ତୁ ବର୍ତ୍ତମାନ ଦଳରେ ସ୍ଥାନ ପାଇଥିବାରୁ ପୁଣି ଥରେ ଫର୍ମକୁ ଆସିବାପାଇଁ ତାଙ୍କୁ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ପଡ଼ିବ। ସୂଚନାଯୋଗ୍ୟ, ଧୋନି ବହୁପୂର୍ବରୁ ଟେଷ୍ଟରୁ ବିଦାୟ ନେଇସାରିଛନ୍ତି।
India’s squad for T20I series against New Zealand: Virat(Capt), Rohit (vc), KL Rahul, Shikhar Dhawan, Rishabh Pant, Dinesh Karthik, Kedar Jadhav, MS Dhoni (WK), Hardik Pandya, Krunal Pandya, Kuldeep Yadav, Yuzvendra Chahal, Bhuvneshwar Kumar, Jasprit Bumrah, Khaleel Ahmed
— BCCI (@BCCI) December 24, 2018
India’s squad for ODI series against Australia and New Zealand: Virat (Capt), Rohit (vc), KL Rahul, Shikhar, Rayudu, DK, Kedar Jadhav, MS Dhoni (WK), Hardik Pandya, Kuldeep Yadav, Yuzvendra Chahal, Ravindra Jadeja, Bhuvneshwar Kumar, Jasprit Bumrah, Khaleel Ahmed, Mohammed Shami
— BCCI (@BCCI) December 24, 2018
ଆସନ୍ତା ଜାନୁଆରୀ ୭ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ୍ ସରିବ। ଏହାର ୫ ଦିନ ପରେ ଯଥାକ୍ରମେ ସିଡ୍ନୀ, ଆଡେଲେଡ୍ ଏବଂ ମେଲ୍ବୋର୍ଣ୍ଣଠାରେ ୩ଟି ଦିନିକିଆ ମ୍ୟାଚ୍ର ସିରିଜ୍ ଖେଳାଯିବ।
ଭାରତ-ଅଷ୍ଟ୍ରେଲିଆ ସିରିଜ୍ ୧୮ ତାରିଖରେ ସରିବା ପରେ ୨୩ରୁ ନ୍ୟୁଜିଲ୍ୟାଣ୍ଡ ସିରିଜ୍ ଆରମ୍ଭ ହେବ। ସେଠାରେ ୫ଟି ଦିନିକିଆ ଏବଂ ୩ଟି ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ୍ ଖେଳାଯିବ।
ପିଠିରେ ଯନ୍ତ୍ରଣା କାରଣରୁ ଦଳରୁ ବାଦ୍ ପଡ଼ିଥିବା ହାର୍ଦ୍ଦିକ୍ ପାଣ୍ଡ୍ୟା ମଧ୍ୟ ଉଭୟ ଦିନିକିଆ ସିରିଜ୍ ପାଇଁ ଦଳରେ ସ୍ଥାନ ପାଇଛନ୍ତି।
୨୦୧୯ ମେ ମାସରେ ଖେଳାଯିବାକୁ ଥିବା ବିଶ୍ୱକପ୍ ପୂର୍ବରୁ ଏହି ଦୁଇ ସିରିଜ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
from Odisha Reporter http://bit.ly/2V7uou9
No comments:
Post a Comment